Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସିଦ୍ଧାର୍ଥ ଏବଂ ପରିଣିତୀଙ୍କ ‘ଜବରିୟାଁ ଯୋଡ଼ି’ର ଟ୍ରେଲର ରିଲିଜ: ବିହାରର ପୃଷ୍ଠଭୂମି ଉପରେ ଆଧାରିତ କାହାଣୀ

1/07/2019 at 4:14 PM

ମୁମ୍ବାଇ ୧/୭: ସିଦ୍ଧାର୍ଥ ମାଲହୋତ୍ରା ଏବଂ ପରିଣୀତି ଚୋପ୍ରାଙ୍କ ‘ଜବରିୟାଁ ଯୋଡ଼ି’ର ଟ୍ରେଲର ରିଲିଜ ହୋଇଯାଇଛି। ଫିଲ୍ମର କାହାଣୀ ବିହାରର ପୃଷ୍ଠଭୂମି ଉପରେ ଆଧାରିତ।

ସିଦ୍ଧାର୍ଥ ଏବଂ ପରିଣୀତି ଦ୍ବିତୀୟ ଥର ଏକାଠି କାମ କରୁଛନ୍ତି। ଏହା ପୂର୍ବରୁ ୨୦୧୪ମସିହାରେ ରିଲିଜ ହୋଇଥିବା ‘ହଁସି ତୋ ଫସି’ରେ ଏହି ଯୋଡ଼ିଙ୍କୁ ଦେଖାଯାଇଥିଲା  ଯାହା ବକ୍ସ ଅଫିସରେ ଡିଜାଷ୍ଟର ଭାବେ ସାବ୍ୟସ୍ତ ହୋଇଥିଲା। ଜବରିୟାଁ ଯୋଡ଼ିର ଟ୍ରେଲର ମଜାଳିଆ ହୋଇଛି। ଏହି ଫିଲ୍ମରେ ସିଦ୍ଧାର୍ଥ ଅଭୟ ସିଂହଙ୍କ ଭୂମିକାରେ ଦେଖାଯିବେ,ଯିଏ ବରମାନଙ୍କୁ ଅପହରଣ କରି ଜବରଦସ୍ତି ବାହା କରାଇଥାଏ। ପରିଣୀତି ବବଲି ଯାଦବଙ୍କ ଭୂମିକାରେ ଦେଖାଯିବେ। ଉଭୟଙ୍କ ମଧ୍ୟରେ ପ୍ରେମ ହେଉଛି,କିନ୍ତୁ ଅଭୟ ବିଧାୟକ ହେବା ଆଶାରେ ବିବାହ କରିବାକୁ ମନା କରି ଦେଉଛି।

ଟ୍ରେଲରରେ ମଜାଳିଆ ଡାଇଲଗ୍ ଏବଂ କମେଡ଼ି ରହିବା ସହ ଇମୋସନ ମଧ୍ୟ ଦେଖିବାକୁ ମିଳୁଛି। ପ୍ରଶାନ୍ତ ସିଂହଙ୍କ ନିର୍ଦେଶନାରେ ହୋଇଥିବା ଏହି ଫିଲ୍ମରେ ସଞ୍ଜୟ ମିଶ୍ରା,ଜାଭେଦ ଜାଫରୀ ଏବଂ ଅପାରଶକ୍ତି ଖୁରାନା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏକତା କପୁର ଏବଂ ତାଙ୍କ ମାଆ ଶୋଭା କପୁର,ଶୈଳେଶ ସିଂହଙ୍କ ସହ ମିଶି ବାଲାଜୀ ମୋସନ ପିକ୍ଚର୍ସ ବ୍ୟାନରରେ ଏହି ଫିଲ୍ମ ପ୍ରଡ୍ୟୁସ୍ କରିଛନ୍ତି। ଅଗଷ୍ଟ ୨ତାରିଖରେ ଏହି ଫିଲ୍ମ ମୁକ୍ତିଲାଭ କରିବ।

   Related Posts