Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଦୋକାନୀ ନା ଗୁଣ୍ଡା ? ଟମାଟୋ ଦାମ୍ କମ୍ କରିବାକୁ କହିବାରୁ ଯବାନଙ୍କ ମୁଣ୍ଡ ଫଟେଇଦେଲା ପରିବାବାଲା, ପତ୍ନୀଙ୍କୁ ରଡରେ ହମଲା

7/09/2021 at 8:45 PM

ପାଟନା ୦୭/୦୯ : ଟମାଟୋ ଦାମ କମ କରିବାକୁ କହିବାରୁ ପରିବା ବିକାଳୀ ସେନା ଯବାନଙ୍କୁ ହମଲା କରିଦେଲା। ନଗର ଥାନା ଅନ୍ତର୍ଗତ କଲ୍ୟାଣୀ ଛକରେ ପରିବା ବିକାଳୀ ଯବାନ ସଞ୍ଜୀବ କୁମାର ଓ ତାଙ୍କ ପତ୍ନୀଙ୍କୁ ରଡ଼ରେ ହମଲା କରିଛନ୍ତି। ଘଟଣାରେ ସଞ୍ଜୀବ କୁମାର ଥାନାକୁ ଯାଇ ପରିବା ବିକାଳୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଯବାନ ପୋଲିସ ଅଧିକାରୀଙ୍କୁ କହିଛନ୍ତି ଯେ ସେ ପତ୍ନୀଙ୍କ ସହ କଲ୍ୟାଣୀ ଛକରେ ପରିବା କିଣୁଥିଲେ। ଟମାଟୋ ଦରକୁ ନେଇ ବିକାଳୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାପରେ ପରିବା ବିକାଳୀ ନିଜ ସହଯୋଗୀଙ୍କ ସହ ମିଶି ରଡ଼ରେ ହମଲା କରିଥିଲେ। ଯବାନଙ୍କ ମୁଣ୍ଡ ଓ ହାତରେ ଆଘାତ ହୋଇଛି। କୌଣସି ପ୍ରକାରେ ସେ ବାଇକ ଷ୍ଟାର୍ଟ କରି ପତ୍ନୀ ସହ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ଜାମ୍ମୁ କାଶ୍ମୀର ପୁଂଛରେ କାର୍ଯ୍ୟରତ ଯବାନ କହିଛନ୍ତି ଯେ ଟମାଟୋ ଦର କମ କରିବାକୁ କହିବାରୁ ପରିବା ବିକାଳୀ ରାଗି ଯାଇଥିଲେ ଓ ମାରପିଟ କରିଥିଲେ। ଅଭିଯୋଗ ପରେ ଇନ୍ସପେକ୍ଟର କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ପୋଲିସକୁ ଦେଖି ଅଭିଯୁକ୍ତ ଫେରାର ହୋଇଯାଇଛି।

   Related Posts