ଭେଟିବା ଲାଗି ମିଠେଇ ନେଇ ଆସିଥିଲେ କଲେକ୍ଟର, ହେଲେ ତାଙ୍କୁ ଗିରଫ କଲେ ଏସପି, ଜାଣନ୍ତୁ ପୁରାଘଟଣା

Published By : Prameya-News7 Bureau | September 29, 2019 IST

ଜବଲପୁର : ନିଜକୁ ଆଇଏଏସ୍ ଅଫିସର ବୋଲି ପରିଚୟ ଦେଇ ଜଣେ ଯୁବକ ଜବଲପୁର ଏସପିଙ୍କୁ ଭେଟିବାକୁ  ଆସିଥିବା ବେଳେ ତାଙ୍କ ଠକେଇ ଧରାପଡିଯାଇଛି। ଯୁବକକୁ ପୋଲିସ ଗିରଫ କରିଥିବା ବେଳେ ସେ ସବୁ ସତସତ କଥା ମାନିଯାଇଛି। ଯୁବକର ନାମ ରାକେଶ କୁମାର ଶାହ ଓରଫ ଅଭିଷେକ ସିଙ୍ଗରୌଲିର ବାସିନ୍ଦା ବୋଲି ଜଣାପଡିଛି । ସେ ଆଉ କାହାକୁ ଠକି ଥାଉ କି ନଥାଉ ନିଜକୁ ଆଇଏଏସ୍ ଅଫିସର କହି ସେ ନିଜ ଜନ୍ମକଲା ପିତା ଓ ବିବାହ କରିଥିବା ପତ୍ନୀଙ୍କୁ ମଧ୍ୟ ଭ୍ରମରେ ରଖିଥିବା ଏସପି ଅମିତ ସିଂହ କହିଛନ୍ତି।

{"id":164239}

ମିଳିଥିବା ସୂଚନା ଅନୁସାରେ ଶନିବାର ପୂର୍ବାହ୍ନରେ ରାକେଶ ଜବଲପୁର ଏସପିଙ୍କୁ ଫୋନ କରି ନିଜକୁ ଆଇଏଏସ୍ ଅଫିସର ବୋଲି ପରିଚୟ  ଦେଇଥିଲେ। ୨୦୧୮ ବ୍ୟାଚ୍ ର ଫ୍ରେସର ଏବେ ବୈତୁଲରେ ଡିଏମ ଥିବା ଏସପିଙ୍କୁ କହିବା ସହ ଭେଟିବାକୁ ଚାହିଁଥିଲେ। ଏଥିରେ ଏସପି ଅମିତ ସିଂହ ଯେତେବେଳେ ବି ଚାହିଁବେ ଆସି କାର୍ଯ୍ୟାଳୟରେ ଦେଖା କରିପାରିବେ ବୋଲି ତାଙ୍କୁ କହିଥିଲେ। ଟେଲିଫୋନ ବାର୍ତ୍ତାଳାପର କିଛି ସମୟ ପରେ ରାକେଶ ଏସପିଙ୍କ କାର୍ଯ୍ୟାଳୟକୁ ମିଠା ଧରି ପହଞ୍ଚିଯାଇଥିଲେ। ରାକେଶଙ୍କୁ ବେଶ୍ ଖାତିରଦାରୀ କରିଥିଲେ ଏସପି । କଥାବାର୍ତ୍ତାରେ ୟୁପିଏସସି ସମ୍ପର୍କିତ କିଛି ଆଲୋଚନା ବି ହୋଇଥିଲା। ତେବେ ପ୍ରସଙ୍ଗରେ ରାକେଶ ଥତମତ ହେଉଥିବା ଦେଖି ଏସପିଙ୍କ ସନ୍ଦେହ ହୋଇଥିଲା।

{"id":164244}

ଏସପି ସିଭିଲ ଲାଇନ ପୋଲିସକୁ ଫୋନ କରି କାର୍ଯ୍ୟାଳୟକୁ ଡକାଇ ରାକେଶକୁ ଗିରଫ କରିବାକୁ କହିଥିଲେ। ରାକେଶ ବି କମ୍ ଚାଲାକ ନଥିଲା। ସେ ନିଜକୁ ଆଇଏଏସ୍ ଅଫିସର ବୋଲି ପ୍ରମାଣିତ କରିବା ଲାଗି ୨୦୧୮ ବର୍ଷର ଆଇଏଏସ୍ ଲିଷ୍ଟ ବି ଦେଖାଇଥିଲା। ଯେଉଁଥିରେ ତା ନାମ ଥିଲା। ତେବେ ମାମଲାର ସଘନ ନିର୍ଦ୍ଦେଶ ଲାଗି ଏସପି ଅମିତ ସିଂହ ଏଏସପି କ୍ରାଇମବ୍ରାଞ୍ଚଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  

{"id":164245,"align":"center"}

ସିଭିଲାଇନ ପୋଲିସ ରାକେଶର ତଲାସୀ ନେବା ବେଳେ ତା ନିକଟରୁ କ୍ୟାବିନେଟ୍ ସେକ୍ରେଟାରୀ ଅଫ ଇଣ୍ଡିଆଙ୍କ ଏକ ସାର୍ଟିଫିକେଟ ସମେତ କିଛି ଅନ୍ୟ କାଗଜପତ୍ର ବି ମିଳିଛି। ତେବେ ପୋଲିସର ପ୍ରାରମ୍ଭିକ ତଦନ୍ତ ବେଳେ ସେ ଏସପିଙ୍କୁ ଭେଟିବା ଲାଗି ଜବଲପୁରରେ ମିଠା ପ୍ୟାକେଟ୍ ଓ ନିଜ ଲାଗି ଟାଇ କିଣିଥିଲା ବୋଲି କହିଛି।  ପୋଲିସ ପଚରାଉଚରାରେ ସେ ଆଇଏଏସ ଅଫିସର ନୁହେଁ ବୋଲି ମାନି ଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ସେ ଆଇଏଏସ୍ ଅଫିସର ପରିଚୟରେ ନିଜର ଏକ ଫେସ୍ ବୁକ୍ ଆକାଉଣ୍ଟ ମଧ୍ୟ ଖୋଲିଛି। ତେବେ କାହାକୁ ଠକିଛି କି ନା ସେ ନେଇ ଏବେ ତଦନ୍ତ କରାଯାଉଥିବା ସିଭିଲଲାଇନ୍ ପୋଲିସ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.