RSS ମୁଖ୍ୟ କାର୍ଯ୍ୟାଳୟରେ କରୋନା : ପାଖାପାଖି ୧୨ ଜଣ ସ୍ୱୟଂସେବକ ପଜିଟିଭ୍ ଚିହ୍ନଟ, କାର୍ଯ୍ୟାଳୟ ସିଲ୍

Published By : Prameya-News7 Bureau | July 19, 2020 IST

ଜବଲପୁର ୧୯/୦୭ : ଦେଶର ଅଧିକାଂଶ ସ୍ଥାନରେ କରୋନା ମାମଲା କମିବାର ନାଁ ନେଉନାହିଁ | କିଛି ସ୍ଥାନକୁ ଛାଡିଦେଲେ ଅଧିକାଂଶ ସ୍ଥାନରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି | ମଧ୍ୟ ପ୍ରଦେଶରେ ମଧ୍ୟ ମାମଲା ବଢ଼ିବାରେ ଲାଗିଛି | ରାଜ୍ୟରେ ପ୍ରତିଦିନ ଲଗାତାର ନୂଆ ମାମଲା ବୃଦ୍ଧି ପାଉଛି | ଜବଲପୁର ସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) କାର୍ଯ୍ୟାଳୟ କେଶବ କୁଟୀରେ ମଧ୍ୟ କରୋନା ମହାମାରୀ ପ୍ରବେଶ କରିଛି | ରବିବାର ଦିନ ଆରଏସଏସର ପାଖାପାଖି ୧୨ ଜଣ ସ୍ୱୟଂସେବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଜବଲପୁରର CMHO ଡ. ରତ୍ନେସ୍ କୋରିୟା କେଶବ କୁଟୀ ସହ ଜଡିତ ସମସ୍ତ ସ୍ୱୟଂସେବକଙ୍କ ମଧ୍ୟରେ କରୋନା ଭାଇରସ ସଂକ୍ରମଣ ସ୍ପଷ୍ଟ କରିଛନ୍ତି | ସୂଚନା ଅନୁଯାୟୀ, ବାହାରୁ ଆସିଥିବା ଜଣେ ପ୍ରଚାରକଙ୍କ ଯୋଗୁଁ କେସବ କୁଟୀରେ କରୋନା ସଂକ୍ରମଣ ବ୍ୟାପିଛି |

{"id":302526,"sizeSlug":"large"}

ସୂଚନାଯୋଗ୍ୟ ଯେ, ୧୦ ଦିନ ପୂର୍ବରୁ ଆରଏସଏସର ଜଣେ ପ୍ରଚାରକ ଜବଲପୁରରେ ପହଞ୍ଚିଥିଲେ | ସେ ବିଲହରି ଅଞ୍ଚଳରେ ଆୟୋଜିତ ଏକ ସମାରୋହରେ ମଧ୍ୟ ସାମିଲ ହୋଇଥିଲେ | କରୋନା ସଂକ୍ରମଣ ରୋଗୀ ସାମ୍ନାକୁ ଆସିବା ପରେ ପ୍ରଶାସନ ମଧ୍ୟ ତତ୍ପର ହୋଇପଡିଛି | ସ୍ୱୟଂସେବକ କରୋନା ପଜିଟିଭ ଚିହ୍ନଟ ହେବାପରେ ପୁରା କାର୍ଯ୍ୟାଳୟକୁ ସିଲ କରାଯାଇଛି ଏବଂ ପୁରା ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି | ରାଇଟ ଟାଉନ ସ୍ଥିତ କେଶବ କୁଟୀ ସଂଘର ଏକ ପ୍ରମୁଖ କାର୍ଯ୍ୟାଳୟ ଯାହାକୁ ମହାକୌଶଳର କେନ୍ଦ୍ର ବୋଲି କୁହାଯାଏ | ସମସ୍ତ ବରିଷ୍ଠ ପଦାଧିକାରୀ ଏବଂ ପ୍ରଚାରକ ସଂଘ କାର୍ଯ୍ୟାଳୟରେ ରୁହନ୍ତି | 

ସଂଘର ସ୍ୱୟଂସେବକ କରୋନା ପଜିଟିଭ ଚିହ୍ନଟ ହେବାପରେ ଜବଲପୁର ଜିଲ୍ଲା ପ୍ରଶାସନ ସତର୍କ ହୋଇଯାଇଛନ୍ତି | ଜିଲ୍ଲା ସିଏମଏଚଓ ଡ. ରତ୍ନେସ କୋରିୟାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାସନ ତରଫରୁ ସମସ୍ତଂକ କଣ୍ଟ୍ରାକ୍ଟ ହିଷ୍ଟ୍ରି ଟ୍ରେସ କରାଯାଉଛି ଯେପରିକି ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ଵାରିଏଣ୍ଟାଇନ କରାଯାଇପାରିବ ଏବଂ ସଂକ୍ରମଣ ରୋକା ଯାଇପାରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.