ମେକ୍ସିକୋରେ ଡ୍ରଗ୍ସ ମାଫିଆଙ୍କ ଗୁଳିରେ ଭାରତୀୟ ମହିଳାଙ୍କ ମୃତ୍ୟୁ: ଭାରତରେ ହେବ ଅନ୍ତିମ ସଂସ୍କାର

Published By : Prameya-News7 Bureau | October 24, 2021 IST

ଭୋପାଲ ୨୪/୧୦ : ମଧ୍ୟପ୍ରଦେଶର ଜବଲପୁରର ବୋହୂ ଅଞ୍ଜଳି ଶ୍ରୀବାସ୍ତବଙ୍କର ମେକ୍ସିକୋରେ ଡ୍ରଗ୍ ମାଫିଆ ଗୁଳିରେ ମୃତ୍ୟୁ ଘଟିଛି। ଭାରତରେ ତାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ପରିବାର ଲୋକେ ମୃତଦେହ ଆଣିବାକୁ ଔପଚାରିକତା ପୂରଣ କରିବାରେ ଲାଗିଯାଇଛି। ଜବଲପୁରରେ ବିଜୁଳି କମ୍ପାନୀରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ଭାନୁ ଶ୍ରୀବାସ୍ତବଙ୍କ ପୁତ୍ର ବଧୂ ଅଞ୍ଜଳି ଜଣେ ସଫ୍ଟୱେୟାର ଇଞ୍ଜିନିୟର ଏବଂ ଟ୍ରାଭେଲ ବ୍ଲଗର୍ ମଧ୍ୟ ଥିଲେ। ଭାନୁ ଶ୍ରୀବାସ୍ତବ ଏକ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ତାଙ୍କ ପୁଅ ଉତ୍କର୍ଷ ନେଟଫ୍ଲିକ୍ସର ମ୍ୟାନେଜର ଅଛନ୍ତି।

ମେକ୍ସିକୋରେ ଅଞ୍ଜଳିଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଭାରତ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି। ଭାରତରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ବିଦ୍ୟୁତ୍ କମ୍ପାନୀରୁ ଅବସର ନେବା ପରେ ଶ୍ରୀବାସ୍ତବ ନୋଏଡାକୁ ସ୍ଥାନାନ୍ତର ହୋଇଥିଲେ। କିନ୍ତୁ ତାଙ୍କ ଘର ଜବଲପୁରରେ ଅଛି। ଅଞ୍ଜଳିଙ୍କ ମା ଘର ହିମାଚଳ ପ୍ରଦେଶରେ। ତାଙ୍କ ପିତା ରାୟତ ସେଠାରେ ପଶୁପାଳନ ବିଭାଗର ନିର୍ଦ୍ଦେଶକ ଥିଲେ।

କାଲିଫର୍ନିଆରେ ରହୁଥିବା ଉତ୍କର୍ଷ ନିଜ ପତ୍ନୀ ଅଞ୍ଜଳିଙ୍କ ଜନ୍ମଦିନ ପାଳନ କରିବାକୁ ମେକ୍ସିକୋର ତୁଲୁମ ରିସର୍ଟ ଯାଇଥିଲେ। ସେହି ଦିନ ରାତିରେ ଜନ୍ମଦିନ ପାଳନ କଲାବେଳେ ଗୁଳି ବିନିମୟରେ ଯେଉଁ ମହିଳାଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରେ ଅଞ୍ଜଳି ଅଛନ୍ତି। ମୃତକଙ୍କ ମଧ୍ୟରେ ଆଉ ଜଣେ ଜର୍ମାନୀର ମହିଳା ଅଛନ୍ତି। ଅଞ୍ଜଳିଙ୍କ ଭାଇ ମଧ୍ୟ ଶିକାଗୋରେ ରୁହନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.