Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିଜେପି ପଦାଧିକାରୀଙ୍କୁ ହତ୍ୟା କରି ବାଲିରେ ପୋତିଦେଇ ଉପରେ ଲେଖିଦେଲା ‘THE END’

15/06/2019 at 12:15 PM

ଜବଲପୁର ୧୫/୬ : ବାଲିରେ ଦେଢ଼ ଫୁଟ ତଳେ ଜଣେ ବ୍ୟକ୍ତିଙ୍କର ଶବ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ମୃତ ବ୍ୟକ୍ତି ଜଣକ ହେଲେ ମଧ୍ୟ ପ୍ରଦେଶ ଜବଲପୁର ବିଜେପି ପଦାଧିକାରୀ । ସେ ଗୁରୁବାର ରାତିରୁ ନିଖୋଜ ଥିଲେ । ଅପରାଧୀ ବିଜେପି ପଦାଧିକାରୀଙ୍କୁ ହତ୍ୟା କରି ବାଲିରେ ପୋତିଦେଇ ତାଉପରେ ଲେଖିଦେଇଥିଲା  ‘THE END’ । ଘଟଣା ଜବଲପୁର ଜିଲ୍ଲାର ପର୍ଯ୍ୟଟନ ନଗରୀ ଭେଡାଘାଟରେ ଘଟିଛି । ମୃତକ ହେଲେ ଭେଡାଘାଟର ପଞ୍ଚବଟୀରେ ରହୁଥିବା ୨୫ ବର୍ଷ ବୟସ୍କ ଋଷଭ ଜୈନ । ଋଷଭଙ୍କ ମୁଣ୍ଡରେ ଆଘାତ ହୋଇଥିଲା ଏବଂ ନାକରୁ ରକ୍ତ ବାହାରୁଥିବା ଅବସ୍ଥାରେ ଶବ ଉଦ୍ଧାର ହୋଇଛି ।

ଋଷଭ ଗୁରୁବାର ରାତିରୁ ନିଖୋଜ ଥିଲେ । ସନ୍ଧ୍ୟାରେ ଏକ ନିର୍ବନ୍ଧ ସମାରୋହରେ ଯୋଗ ଦେବା ପାଇଁ କହି ଘରୁ ବାହାରି ଯାଇଥିଲେ । ରାତି ପ୍ରାୟ ୮ଟା ବେଳେ ସେ ଘରୁ ବାହାରିଥିଲେ । ରାତି ପ୍ରାୟ ୧୦ଟା ବେଳେ ତାଙ୍କୁ କିଛି ଲୋକ ଭେଡାଘାଟ ପାଖାପାଖି ଅଂଚଳରେ ଦେଖିଥିବା କହିଛନ୍ତି । ତା ପରେ ସେ ନିଖୋଜ ହୋଇଯାଇଥିଲେ । ନା ତାଙ୍କ ଫୋନ ଲାଗିଥିଲା ନା ସେ ଘରଲୋକଙ୍କୁ କିଛି ସୂଚନା ଦେଇଥିଲେ । ଶୁକ୍ରବାର ସକାଳୁ ଋଷଭ ଘରକୁ ନ ଆସିବାରୁ ଘରଲୋକ ଭେଡାଘାଟ ଥାନାରେ ନିଖୋଜ ଥିବା ଏତଲା ଦେଇଥିଲେ । ସକାଳୁ ତାଙ୍କ ବାଇକ ସ୍ୱର୍ଗଦ୍ୱାର ରାସ୍ତାରୁ ମିଳିଥିଲା । ବାଇକ ମିଳିବା ପରେ ପୋଲିସ ଆଖପାଖ ଅଂଚଳରେ ଖୋଜାଖୋଜି କରିଥିଲା । କିଛି ବାଟ ଗଲାପରେ ପୋଲିସ ରକ୍ତ ଛିଟା ପଡିଥିବା ଦେଖିବାକୁ ପାଇଥିଲା । ସେହି ରକ୍ତ ଛିଟାକୁ ଫଳ କରି କରି ପୋଲିସ ଆଗକୁ ବଢ଼ିଲା । ଏକ ବାଲିଗଦା ପର୍ଯ୍ୟନ୍ତ ରକ୍ତଛିଟା ପଡିଥିଲା ।

ବାଲିରେ ଗାତ ଖୋଳାଯାଇଥିବା ପୋଲିସ ଦେଖିବାକୁ ପାଇଥିଲା । ଏହାଦେଖିବା ପରେ ପୋଲିସ ସଂଗେ ସଂଗେ ବାଲି ଖୋଳିବା ଆରମ୍ଭ କରିଥିଲା । ଦେଢ଼ ଫୁଟ ତଳେ ଋଷଭଙ୍କ ଶବ ପୋତା ଯାଇଥିଲା । ଋଷଭଙ୍କ ହତ୍ୟା ପଛରେ କୌଣସି ସ୍ଥାନୀୟ ବ୍ୟକ୍ତିର ହାତ ଥିବା ସନ୍ଦେହ କରାଯାଉଛି । କାରଣ ସେହି ଜାଗାରେ କୌଣସି ବାହାରିଆ ବ୍ୟକ୍ତି ପହଂଚିବାର ସମ୍ଭାବନା ନାହିଁ ।

ଋଷଭ ଜୈନ ଜବଲପୁର ବିଜେପି ଗ୍ରାମୀଣ ମହାମନ୍ତ୍ରୀ ପଦବୀ ଦାୟିତ୍ୱରେ ଥିଲେ । ସେ ମୂର୍ତ୍ତି ବ୍ୟବସାୟ ମଧ୍ୟ କରୁଥିଲେ । ସେ ସମସ୍ତ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେଉଥିଲେ । ଘଟଣା ଜାଣିବା ପରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

   Related Posts