ମହାପ୍ରଭୁଙ୍କ ଦ୍ବାରଫିଟା ନୀତିରେ ବିଳମ୍ବ ଘଟଣାର ଆସିଛି ତଦନ୍ତ ରିପୋର୍ଟ , ଜାନୁୟାରୀ ୪ରେ ଏହି ମାମଲାର ଶୁଣାଣି ହେବ

Published By : Prameya-News7 Bureau | December 20, 2019 IST

ପୁରୀ ୨୦।୧୨ -  ଶ୍ରୀମନ୍ଦିରର ୭୫ ମିଟର ସୁରକ୍ଷା ଜୋନରେ ହୋଇଥିବା ଜମି ଅଧିଗ୍ରହଣରେ ଜମିର ମାଲିକାନା ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିର ରୀତିନୀତି ଓ ଧର୍ମୀୟ ବ୍ୟବସ୍ଥା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ସହ ଆଲୋଚନା କରାଯାଇ ପରାମର୍ଶ ନିଆଯିବ। ୧୫ ଏକର ଜମି ଉପରେ ଗୁରୁକୂଳ, ୬୦ ହଜାର ଲୋକଙ୍କ ପାଇଁ ଏକ ହଜାର କୋଠରୀ ନିର୍ମାଣ ହେବ । ସାରା ଦେଶରେ ମହାପ୍ରଭୁଙ୍କର ଥିବା ୬୦ ହଜାର ଏକର ସମ୍ପତ୍ତି ଠାବ କରିଛି ଶ୍ରୀମନ୍ଦିର ପ୍ରଶାସନ। ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।…

{"id":200325,"sizeSlug":"large"}

ମହାପ୍ରଭୁଙ୍କ ଦ୍ବାରଫିଟା ନୀତିରେ ବିଳମ୍ବ ଘଟଣାରେ ଆସିଛି ତଦନ୍ତ ରିପୋର୍ଟ । ଜାନୁୟାରୀ ୪ରେ ଏହି ମାମଲାର ଶୁଣାଣି ହେବ । ନୀତି ବିଳମ୍ବରେ ଦାୟୀ ତିନିଜଣ ସେବାୟତଙ୍କୁ ନୋଟିସ୍ ଜାରି ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୁପ୍ରିମକୋର୍ଟ ଦେଇଥିବା ୨୩ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା ପାଇଁ ସମୟ ନିଆଯାଇଛି । ମହାପ୍ରଭୁଙ୍କ ରୀତିନୀତି, ପରମ୍ପରା, ସେବାପୂଜା ଓ ଧାର୍ମିକ ବ୍ୟବସ୍ଥାରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ। ସେବାୟତ ପିଲାଙ୍କ ଗୁରୁକୂଳ ନିର୍ମାଣ ପାଇଁ ମାଟିତ୍ତୋଟାରେ ୧୫  ଏକର ଜମି ଚିହ୍ନଟ ହୋଇଛି ।

୬୦ ହଜାର ଭକ୍ତଙ୍କ ରହଣି ପାଇଁ ମାଟିତୋଟା ଅଞ୍ଚଳରେ ଏକ ହଜାର କୋଠରୀ ବିଶିଷ୍ଟ ଯାତ୍ରୀନିବାସ ହେବ। ଶ୍ରୀମନ୍ଦିର ପ୍ରଶାସନ ଜମିକୁ ବାଦ୍ ଦେଇ ବିଭିନ୍ନ ଚାରିଟେବୁଲ୍ ସଂସ୍ଥା, ଅଣ ଲାଭଦାୟକ ସଂସ୍ଥାଠାରୁ ଦାନସୂତ୍ରରେ ଜମି ଗ୍ରହଣ କରାଯିବ । ବିଭିନ୍ନ କର୍ପୋରେଟ୍ ସଂସ୍ଥାର ସିଏସଆର ପାଣ୍ଠିରୁ ଅନୁଦାନ ପାଇଁ ଯୋଗାଯୋଗ କରାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପାନୀୟ ଜଳ, ଶୌଚାଳୟ ଏବଂ ଧାଡି ଦର୍ଶନ ବ୍ୟବସ୍ଥା  କରାଯିବ। ଆସନ୍ତା ୨୬ ତାରିଖ ସୁଦ୍ଧା ଆରକିଟେକ୍ ନିଯୁକ୍ତ ହେବେ।… 

{"id":200326,"sizeSlug":"large"}

ସେହିପରି ସେବାୟତଙ୍କ ପାଇଁ ପରିଚୟ ପତ୍ର ପ୍ରସ୍ତୁତି ଚାଲିଛି । କିଛି ସେବାୟତଙ୍କୁ ପରିଚୟପତ୍ର ଦିଆଯାଇଥିବା ବେଳେ କିଛି ନିଯୋଗ ସହ ଆଲୋଚନା ଚାଲିଛି। ମହାପ୍ରସାଦ ଦର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି।ଆନନ୍ଦବଜାର ଓ ରୋଷଘର ପାଇଁ ସ୍ବତନ୍ତ୍ର ଭାବରେ ଦୁଇଟି ରେଗୁଲେସନ୍ କରାଯାଇଛି। ମହାପ୍ରଭୁଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ହୋଇଛି । ବ୍ୟାଙ୍କରେ ଥିବା ସମସ୍ତ ସୁନା

{"id":200327,"sizeSlug":"large"}

ଓ ମୁଦ୍ରାର ତାଲିକା ସହ ସାରା ଦେଶରେ ଥିବା ୬୦ ହଜାର ଏକର ଜମିର ROR ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରାଯିବ। ୧୯୮୪ ମସିହାରେ ହୋଇଥିବା ରତ୍ନଭଣ୍ଡାର ଅଳଙ୍କାରର ଯାଞ୍ଚ ରିପୋର୍ଟ ଦିଆଯିବ। ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ୨୩ଟି ସୁପାରିଶ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଜାନୁୟାରୀ ୮ ତାରିଖରେ ଅବଗତ କରାଯିବାକୁ ପରିଚାଳନା କମିଟି ବୈଠକରେ ସ୍ଥିର ହୋଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.