Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ : ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ

13/04/2021 at 4:46 PM

ଝାରସୁଗୁଡା ୧୩।୪: ଚାକିରୀ ଏକ ନମ୍ବର କିନ୍ତୁ କାମ ଦୁଇ ନମ୍ବର । ଜଣେ ରେଳବାଇ କର୍ମଚାରୀ ଗିରଫ ହେବା ପରେ ଜଣାପଡିଲା ସତ । ଝାରସୁଗୁଡା ପୋଲିସ ୫୭ ହଜାର ଟଙ୍କା ନକଲି ନୋଟ୍ ଜବତ କରି ଏହି ମାମଲାରେ ସଂପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ବ୍ରଜରାଜନଗର ରେଳବାଇ ଷ୍ଟେସନରେ କିରାଣୀ ଭବେ କାର୍ଯ୍ୟ କରୁଥିବା ରମଣ କୁମାର ରଜାକ ଅର୍ଥ ଲୋଭରେ ପଡି ବିଳାସପୁରରେ ଥିବା ନିଜ ସଂପର୍କୀୟ ମାଧ୍ୟମରେ ୫୭ ହଜାର ଟଙ୍କାର ୧୧୪ଟି ୫ ଶହ ଟଙ୍କିଆ ନୋଟ୍ ଅଳ୍ପ କିଛି ଅର୍ଥ ଦେଇ କିଣିଥିଲେ । ଏହା ଜାଣିପାରି ବ୍ରଜରାଜନଗର ପୋଲିସ ସୋମବାର ରମଣକୁ ଧରି ତା ନିକଟରୁ ଜାଲ୍ ନୋଟ୍ ଜବତ କରି ପଚରାଉଚରା କରିବା ପରେ ସତ ପଦାକୁ ଆସିଥିଲା । ନାଗପୁରରେ ଏହି ରାକେଟ୍ କାମ କରୁଥିବା ବେଳେ ତାର ସଂପର୍କୀୟଙ୍କ ଜରିଆରେ ସେ ଏହି ଧନ୍ଦା ଆରମ୍ଭ କରିଥିଲା ବୋଲି କହିଥିଲା । ମଙ୍ଗଳବାର ଝାରସୁଗୁଡା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଖୁବ୍ ଶୀଘ୍ର ଜାଲ୍ ନୋଟ୍ ଜାଲ ବିଛାଇଥିବା ରାକେଟ୍ ନିକଟରେ ପୋଲିସ ପହଞ୍ଚି ଅଧିକ ତଥ୍ୟ ଖୁଲାସା କରିବ ବୋଲି କହିଛନ୍ତି ।

   Related Posts