Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କେନ୍ଦ୍ରରେ ସରକାରଙ୍କ ୭ ବର୍ଷ ପୂର୍ତ୍ତି ଅବସରରେ BJP ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ନଡ୍ଡା

22/05/2021 at 8:04 PM

ନୂଆଦିଲ୍ଲୀ ୨୨।୫: ବିଜେପି ଶାସିତ ରାଜ୍ୟଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଦଳର ଜାତୀୟ ସଭାପତି ଜେ.ପି.ନଡ୍ଡା। ମେ ୩୦ ତାରିଖକୁ କେନ୍ଦ୍ରରେ ସରକାରଙ୍କ ୭ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ସଭାପତି ଶନିବାର ଏହି ପତ୍ର ଲେଖିଛନ୍ତି।  ଯେଉଁଥିରେ କରୋନା ଭାଇରସ ମହାମାରୀଲାଗି କୌଣସି ଠାରେ ଉତ୍ସବ ପାଳନ ନକରିବାକୁ ନିବେଦନ କରିଛନ୍ତି। ତେବେ ଦେଶରେ ମହାମାରୀ ଲାଗି ବେସାହାରା ହୋଇପଡିଥିବା ପିଲାଙ୍କ ଲାଗି ନିଶ୍ଚିତ କାର୍ଯ୍ୟକ୍ରମ ଆୟୋଜନ କରନ୍ତୁ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି।

ନଡ୍ଡା ତାଙ୍କ ପତ୍ରରେ କରୋନା ଭାଇରସ ମହାମାରୀର ଏହି କଠିନ ସମୟରେ ସରକାର ଜନତାଙ୍କ ସୁଖଦୁଃଖକୁ ଧ୍ୟାନରେ ରଖି ଦିନ ରାତି ଜୀବନ ରକ୍ଷା ଓ ସେବା ଦାୟିତ୍ୱ ନିର୍ବାହ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଭାରତୀୟ ଜନତା ପାର୍ଟିର କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଆପଣଙ୍କ ଓ ଆପଣଙ୍କ  ରାଜ୍ୟବାସୀଙ୍କ ସୁସ୍ଥ ସ୍ୱାସ୍ଥ୍ୟ କାମନାର ନଡ୍ଡା  ବାର୍ତ୍ତା ଦେଇଛନ୍ତି।  ସେ ଉଲ୍ଲେଖ କରିଛନ୍ତି ଯେ ଗତ ୧ଶହ ବର୍ଷରେ ବିଶ୍ୱ କେବେ ଏଭଳି ଭୟାନକ ବିପତ୍ତିର ସମ୍ମୁଖୀନ ହୋଇନଥିଲା। ପ୍ରାୟ ୧୦୦ବର୍ଷ ପରେ ଉପୁଜିଥିବା ବିପତ୍ତି ଆମର ଅନେକ ନିଜ ଲୋକଙ୍କୁ ଆମଠୁ ଛଡେଇ ନେଇଥିବା ବେଳେ ଦେଶ ଓ ସମାଜ ଉପରେ ଗଭିର ପ୍ରଭାବ ପକାଇଛି।

ଏହି ବିଭିଷିକାକୁ ସେ ଭୀଷଣ ବୋଲି ତାଙ୍କ ପତ୍ରରେ ବୟାନ କରିଥିବା ବେଳେଏହା ଯୋଗୁ ଅନେକ ଶିଶୁ ସେମାନଙ୍କର ମାତାପିତାଙ୍କୁ ହରାଇ ଅନାଥ ହୋଇ ଯାଇଛନ୍ତି। ମହାମାରୀ ଯୋଗୁ ଏପରି ପିଲାଙ୍କ ଜୀବନରେ ଆସିଥିବା ଦୁଃଖ ଆମେ ସମସ୍ତେ ଅନୁଭବ କରିପାରୁଛେ। ତେବେ ସେମାନଙ୍କର ଭବିଷ୍ୟତ ସମ୍ପର୍କରେ ଚିନ୍ତା କରିବା ଓ ସେମାନଙ୍କ ଦାୟିତ୍ୱ ବହନ କରିବା ଦାୟିତ୍ୱ ଆମ ସମସ୍ତଙ୍କର ଏ ଦିଗରେ ମଜଭୁତ ପଦକ୍ଷେପ ନିଆଯିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏପରି ପିଲା ଓ ସେମାନଙ୍କ ପରିବାର ଲାଗି ବୃହତ୍ତ ଯୋଜନା ସମ୍ପର୍କିତ ଗାଇଡଲାଇନ ଖୁବ୍ ଶୀଘ୍ର ଜାରି ହେବ ବୋଲି ସେପତ୍ରରେ ଲେଖିଛନ୍ତି।

ଏଥିଲାଗି ସେ ରାଜ୍ୟମାନଙ୍କୁ ଯୋଜନା ପ୍ରସ୍ତୁତ କରିବା ଲାଗି ନିବେଦନ କରିଥିବା ବଳେ ଆସନ୍ତା ମେ ୩୦ ତାରିଖ କେନ୍ଦ୍ରରେ ବିଜେପିର ୭ ବର୍ଷ ପୂରଣ ଅବସରରେ  ନିଜନିଜ ରାଜ୍ୟରେ ଲାଗୁ କରିବାକୁ ଉଲ୍ଲେଖ କରିଛନ୍ତି। ଏହି ଦିନଟିକୁ ବିଜେପି ସାରା ଦେଶରେ ସେବା ଦିବସ ଭାବେ ପାଳନକରିବ ବୋଲି ନଡ୍ଡା କହିଛନ୍ତି । ଏଣୁ ଏହି ଅବସରରେ ଦେଶର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ସେବା କାର୍ଯ୍ୟ ଆୟୋଜନ କରି ଦେଶବାସୀଙ୍କୁ କୃତଜ୍ଞତା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

   Related Posts