ଶ୍ରୀନଗରରେ ଆତଙ୍କୀ ହମଲା: ଜଣେ ପୋଲିସ ଅଧିକାରୀ ଶହୀଦ

Published By : Prameya-News7 Bureau | September 12, 2021 IST

ଶ୍ରୀନଗର ୧୨/୦୯ : ଶ୍ରୀନଗର ଖାନୟାର ଅଞ୍ଚଳରେ ରବିବାର ଦିନ ଆତଙ୍କୀ ହମଲା ହୋଇଛି। ସୁରକ୍ଷା ବାହିନୀ ଦୃଢତାର ସହ ଆତଙ୍କବାଦୀଙ୍କୁ ସାମ୍ନା କରିଥିଲେ। ଏଥି ସହ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଏହି ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଶହୀଦ ହୋଇଛନ୍ତି। ଆହତ ଅବସ୍ଥାରେ ପୋଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା।

ଜଣେ ଅଧିକାରୀ କହିଛନ୍ତି, ପ୍ରାୟ ଗୋଟାଏ ୩୫ ମିନିଟରେ ଆଖପାଖ ଆତଙ୍କବାଦୀ ଏକ ପୋଲିସ ନାକା ପାର୍ଟି ଉପରକୁ ଗୁଳି ଚଲାଇଥିଲେ। ଏଥିରେ ଖାନୟାର ଥାନା ପ୍ରୋବେସନାରୀ ସବ୍-ଇନ୍ସପେକ୍ଟର ଅରଶଦ ଅହମ୍ମଦ ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଧିକାରୀ କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରାଯାଇଛି। ଆକ୍ରମଣକାରୀଙ୍କୁ ଧରିବାକୁ ତଲାଶ ଅଭଜ୍ଞ ଜାରି ରହିଛି। 

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ଜାମ୍ମୁ କାଶ୍ମୀର ସୁରକ୍ଷା ଓ ବିକାଶ କାର୍ଯ୍ୟ ତଦାରଖ କରିଥିଲେ। କେନ୍ଦ୍ର ଓ କେନ୍ଦ୍ର ଶାସିତ ପ୍ରଦେଶର ଶୀର୍ଷ ଅଧିକାରୀ ଓ ପ୍ରଶାସନ ସହ ତାଙ୍କର ବୈଠକ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.