Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

କାଶ୍ମୀରର ବିଛିନ୍ନତାବାଦୀ ନେତାଙ୍କ ସହିତ ଫୋନରେ କଥା ହେଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ, ବିଛିନ୍ନତାବାଦୀ ନେତାଙ୍କଠାରୁ ସରକାରୀ ସୁବିଧା ପ୍ରତ୍ୟାହାର କଲେ ଜମ୍ମୁ-କାଶ୍ମୀର ସରକାର

17/02/2019 at 1:17 PM

ଇସଲାମାବାଦ୧୭|୨: ପାକିସ୍ତାନ ମୂଳରୁ କାଶ୍ମୀରରେ ରହିଥିବା ଚରମପନ୍ଥୀ ଏବଂ ବିଚ୍ଛିନ୍ନତାବାଦୀ ନେତାଙ୍କୁ ସାହାଯ୍ୟ କରି ଆସିଛି ବୋଲି କାହାକୁ ଅଛପା ନାହିଁ। କାଶ୍ମୀର ଉପରେ ସବୁବେଳେ ପାକିସ୍ତାନର ଖରାପ ନଜର ନଜର ରହିଛି। ପାକିସ୍ତାନ ସବୁବେଳେ କାଶ୍ମୀରକୁ ନିଜର ବୋଲି କହିଆସୁଛି । ଏଥିପାଇଁ ସେ ଆତଙ୍କବାଦୀକୁ ଭାରତର ସୀମା ଭିତରେ ପ୍ରବେଶ କରାଇ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିଆସୁଛି ।

ଏବେ ନିକଟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରୈସୀ ,ମୀରବାଇଜ ଉମର ଫାରୁକଙ୍କ ସହ ଫୋନରେ କଥା ହୋଇ ସାରିବା ପରେ ଆଉ ଜଣେ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲୀ ଶାହ ଗିଲାନୀଙ୍କ ସହ ମଧ୍ୟ କାଶ୍ମୀର ପ୍ରସଙ୍ଗରେ କଥାବାର୍ତ୍ତା କରିଛନ୍ତି।

ଭାରତ ଏହି ପ୍ରସଙ୍ଗ ବିରୋଧରେ ଆପତ୍ତି କରିଛି ଏବଂ ପାକିସ୍ତାନକୁ ନିନ୍ଦା ମଧ୍ୟ କରିଛି। ଏହା ସହିତ ଭାରତ ବିଚ୍ଛିନ୍ନତାବାଦୀ ନେତାଙ୍କ ଉପରେ ନଜର ରଖିବା ଆରମ୍ଭ କରି ଦେଇଛି। ଏହି ନେତାଙ୍କୁ ଆୟୁଧ କରି ପାକିସ୍ତାନ ସବୁବେଳେ କିଛି ନା କିଛି ଷଡ଼ଯନ୍ତ୍ର ରଚିଥାଏ ଯାହା ଦ୍ବାରା ସେ ଭାରତକୁ ଚକମା ଦେଇ କାଶ୍ମୀରରେ ଦଙ୍ଗା ସୃଷ୍ଟି କରିପାରିବ । ଯାହା ଫଳରେ ଭାରତ ସରକାରଙ୍କ ଉପରୁ କାଶ୍ମୀରରେ ରହୁଥିବା ଲୋକଙ୍କ ବିଶ୍ବାସ ତୁଟିଯିବ । ଏହା ଦ୍ବାରା କାଶ୍ମୀର ବାସୀ ପାକିସ୍ତାନର ପକ୍ଷ ନେବେ ବୋଲି ମଧ୍ୟ ପାକିସ୍ତାନ ଏଭଳି ଚାଲ ଖେଳୁଛି ।

ତେବେ ଭାରତରେ  ଓ ବିଶେଷକରି ଜମ୍ମୁ-କାଶ୍ମୀରରେ ରହିଥିବା ବିଛିନ୍ନତାବାଦୀ ନେତାଙ୍କ ସମ୍ପର୍କରେ ଆଜି ଜମ୍ମୁ-କାଶ୍ମୀର ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆଜି ସଂଧ୍ୟା ସୁଦ୍ଧା ଏହି ନେତାମାନ ଙ୍କୁ ଦିଆଯାଇଥିବା ସମସ୍ତ ସରକାରୀ ସୁବିଧା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି ।

   Related Posts