Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଭାଇର ଜନ୍ମଦିନ ପାଇଁ ରାଣୀ ଭଳି ସଜେଇ ହୋଇଥିଲା ଭଉଣୀ, ବାର୍ବି ଡ୍ରେସ୍ ସାଙ୍ଗକୁ ମୁଣ୍ଡରେ କ୍ରାଉନ୍ ଲଗାଇଥିଲା,ହେଲେ ଲନ୍‌ରୁ ଟେକି ନେଇଗଲା ମୃତ୍ୟୁ

6/06/2021 at 11:11 PM

ଶ୍ରୀନଗର ୬/୬:  ମୀର ଆଦା। ପରିବାରଠୁ ସାହି ପଡ଼ିଶା ତାଙ୍କୁ ଆଦା ରାଣୀ ବୋଲି ଡାକୁଥିଲେ। ଏପରିକି ସେ ନିଜକୁ ବି ଆଦା ରାଣୀ ବୋଲି କହୁଥିଲା। ସେ ଭାରି ଫୁଲେଇ। ସେ ସମସ୍ତଙ୍କ ଗେହ୍ଲା। ବୟସ ଥିଲା କେବଳ ୫ ବର୍ଷ।  ନିଜର ୭ ବର୍ଷୀୟ ଭାଇର ଜନ୍ମଦିନ ପାଳନ କରିବାକୁ ସବୁ ପ୍ରକାର ସାଜସଜା ସମ୍ପର୍କରେ ସେ ହିଁ ବୁଝୁଥିଲା। ଏହା ସହ ପରିବାର ଲୋକ , ପଡ଼ୋଶୀଙ୍କୁ ଡାକି ଭାଇର ଜନ୍ମଦିନ ପାଳନ କରିବାକୁ ଜୋରସୋରରେ ଲାଗିପଡ଼ିଥିଲା ଆଦା । କିନ୍ତୁ କେଇ ମିନିଟ୍‌ରେ ସବୁ ଖୁସି ଦୁଃଖ​‌ରେ ବଦଳିଗଲା।

ଜନ୍ମଦିନ ଉତ୍ସବରେ ଲାଗିଥିବା ବେଳେ ନିଜ ଘର ଲନ୍‌ରୁ ଆଦାକୁ ଟେକି ନେଇଗଲା ମୃତ୍ୟୁ। ଜଙ୍ଗଲ ଭିତରୁ ଧାଇଁ ଆସି କଲରାପତରିଆ ବାଘ ଆଦାକୁ ନେଇଗଲା। କିଛି ସମୟ ପରେ ପୁରା ପରିବାର ଏବଂ ପଡ଼ିଶାରେ କାନ୍ଦ ବୋବାଳି ପଡ଼ିବାକୁ ଲାଗିଥିଲା। ଆଦା ରାଣୀ କେଉଁଆଡ଼େ ଗଲା ?  କିଛି ସମୟ ପରେ ରକ୍ତ ଏବଂ ସେ ସବୁବେଳେ ଖେଳୁଥିବା ଏକ କଣ୍ଢେଇ ପାଇଲେ ଘର ଲୋକେ। ଆଉ କିଛି ବାଟ ଗଲା ପରେ ଆଦା ଶରୀରର କିଛି ଅଂଶ ମଧ୍ୟ ପଡ଼ିଥିଲା। ଏମିତି ଏକ ଦୃଶ୍ୟ ତାର ପରିବାର ଦେଖିବେ ବୋଲି କେବେ ସ୍ବପ୍ନରେ ଭାବି ନଥିବେ।

ଜାମ୍ମୁକାଶ୍ମୀରର ବୁଡଗାମ୍‌ର ଏହି ଛୋଟ ଝିଅର ମୃତ୍ୟୁ ଏମିତି ହେବ ଯେ କେହି ବି ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଏବେ ତାଙ୍କ ପରିବାର ଉପରେ କଣ ବିତୁଥିବ ? କିଛି ସମୟ ପୂର୍ବରୁ ଆଦା ବାର୍ବି ଡ୍ରେସ୍‌ ପିନ୍ଧି, ମୁଣ୍ଡରେ କ୍ରାଉନ ଲଗାଇ ଖିଲି ଖିଲି ହୋଇ ହସୁଥିଲା ଏବଂ ବାପାଙ୍କୁ ଡାକି ଫେରିଥିଲା। ତାର କିଛି ସମୟ ପରେ ଏମିତି ଘଟଣା ଘଟିଥିବା ପରିବାର ଲୋକେ କହିଛନ୍ତି। ଏ ଘଟଣା ପରେ ପୂରା ଗାଁରେ ଶୋକ ଖେଳିଯାଇଥିଲା। ଆଦା ନିଜକୁ ରାଣୀ ବୋଲି କହୁଥିବା ବେଳେ କିଛି ଦିନ ପୂର୍ବରୁ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। କିନ୍ତୁ ଯମ ବାଘ ରୂପରେ ଆସି ତାକୁ ପରିବାରଠୁ ଛଡ଼ାଇ ନେବ ହୁଏତ ଏହା କେହି ଭାବିନଥିଲେ। ସେପଟେ ଜନବସତି ଆଡ଼କୁ ହିଂସ୍ର ଜନ୍ତୁ ପଶିଆସିବାକୁ ନେଇ ସ୍ଥାନୀୟ ପ୍ରଶାସନ ଚିନ୍ତାବ୍ୟକ୍ତ କରିଛି।  

   Related Posts