Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ଟି ପିଲାର ମାଆ କିନ୍ତୁ ଫିଟ୍ ଏବଂ ବିୟୁଟି : ଇଭାଙ୍କାଙ୍କ ଜବରଦସ୍ତ ଲାଇଫଷ୍ଟାଇଲର ସୂତ୍ର କ’ଣ?

ନୂଆଦିଲ୍ଲୀ ୨୫/୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କ ଝିଅ ଇଭାଙ୍କା ମଧ୍ୟ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ସୋମବାର ଏୟାରପୋର୍ଟରେ ରେଡ ଫ୍ଲୋରାଲ୍ ଡ୍ରେସରେ ନଜର ଆସିଥିବା ଇଭାଙ୍କାଙ୍କୁ ଦେଖିବା ପରେ ସୋସିଆଲ ମିଡିଆରେ ତାଙ୍କ ଫିଟନେସକୁ ନେଇ ଖୁବ୍ ପ୍ରଶଂସା ହେଉଛି। ଇଭାଙ୍କା ୩୭ବର୍ଷ ବୟସରେ ନିଜ ଫିଟନେସକୁ ସବୁବେଳେ ସଚେତନ ରହିଥାଆନ୍ତି।

ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରୁଥିବା କଥା ହେଉଛି ଇଭାଙ୍କା ୩ପିଲାଙ୍କ ମାଆ। ଏହା ସତ୍ବେ ଆଜି ବି ତାଙ୍କ ଫିଗର ମଡେଲଠୁ କମ୍ ନାହିଁ।

ଇଭାଙ୍କାଙ୍କ ବଡ଼ ଝିଅଙ୍କ ନାଁ ଏରାବୈଲା ରୋଜ ଯାହାକୁ ମାତ୍ର ୮ବର୍ଷ। ଏହା ପରେ ଜୋସେଫ(୬ବର୍ଷ) ଏବଂ ଥିୟୋଡୋର ଜେମ୍ସ(୩ବର୍ଷ)। ଗର୍ଭଧାରଣ ପରେ ବଡି ଟ୍ରାନ୍ସଫର୍ମେସନ୍ ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।

ପରିବାର ଏବଂ ପିଲାଙ୍କ ଦାୟିତ୍ବ ମଧ୍ୟରେ ବି ସେ ଫିଟନେସ୍ ମାମଲାରେ କୌଣସି ପ୍ରକାରର କମ୍ପ୍ରମାଇଜ କରନ୍ତି ନାହିଁ।

ଗର୍ଭଧାରଣ ପରେ ବଡି ଟ୍ରାନ୍ସଫର୍ମେସନ୍ ପାଇଁ ଇଭାଙ୍କା ଖାସ୍ ଡାଏଟ୍ ପ୍ଲାନକୁ ଫଲୋ କରନ୍ତି। ସେ ଗ୍ରୀନ୍ ସାଲାଡ,ଘରେ ପ୍ରସ୍ତୁତ ଭେଜିଟେବଲ ସୁପ୍ ଏବଂ ଲିନ୍ ପ୍ରୋଟିନ୍(ସାଲମନ୍ ଫିସ୍ ଏବଂ ଚିକେନ) ଭଳି ଜିନିଷ ନିଜ ଡାଏଟରେ ସାମିଲ କରନ୍ତି।

ଇଭାଙ୍କାଙ୍କ ଡାଏଟରେ ପ୍ରୋସେସ୍ଡ ଫୁଡ୍ ଏବଂ କାର୍ବୋହାଇଡ୍ରେଟ୍ ଜମା ରହିନଥାଏ। ଏହା ବ୍ୟତୀତ ସେ ପରିବାରୁ ପ୍ରସ୍ତୁତ ଜିନିଷ ଖାଆନ୍ତି ନାହିଁ। ଏହି ଡାଏଟକୁ ଫଲୋ କରି ସେ ତାଙ୍କ ଓଜନ କମାଇଛନ୍ତି।

ଇଭାଙ୍କା ଏକ ଗିଲାସ ଲେମ୍ବୁ ପାଣି ପିଇ ନିଜ ଦିନ ଆରମ୍ଭ କରିଥାଆନ୍ତି। ଏହା ବ୍ୟତୀତ ବ୍ଲୁବେରୀ,ରାସବେରି ଏବଂ ଲୋ ଫ୍ୟାଟ୍ ଜିନିଷ ଖାଇଥାଆନ୍ତି।

ଇଭାଙ୍କାଙ୍କ ସକାଳ ଡାଏଟରେ ଚିୟା ସିଡସ୍,ଫ୍ଲେକ୍ ସିଡସ୍,ଆଖରୋଟ,ବାଦାମ ଏବଂ କିସମିସ ଭଳି ଜିନିଷ ରହିଛି।

ଇଭାଙ୍କାଙ୍କ ତ୍ବଚା ମଧ୍ୟ ଅତ୍ୟଧିକ ଗ୍ଲୋ କରୁଛି। ଏହାର ରାଜ୍ ମଧ୍ୟ ସେ ଲୋକଙ୍କୁ ସେୟାର କରିଛନ୍ତି। ଇଭାଙ୍କା ନିଜ ବଡିକୁ ହାଇଡ୍ରେଟ୍ ରଖିବା ପାଇଁ ଦିନସାରା ଖୁବ୍ ପାଣି ପିଇଥାଆନ୍ତି। ଏହା ବ୍ୟତୀତ ସେ ଦିନରେ ନିୟମିତ ଭାବେ ଚା କିମ୍ବା କଫି ପିଇଥାଆନ୍ତି।

ନିଜ ପୁଅକୁ ଜନ୍ମ ଦେବା ପରେ ଇଭାଙ୍କା ଓଜନ କମାଇବା ପାଇଁ ସ୍ପିନ୍ କ୍ଲାସେସ୍ ଜଏନ୍ କରିଥିଲେ। ସେ ପାଖାପାଖି ୧୩.୬କିଲୋଗ୍ରାମ୍ ଓଜନ୍ କମ୍ କରିଥିଲେ।

ଇଭାଙ୍କା ନିଜକୁ ଫିଟ୍ ରଖିବା ପାଇଁ ପ୍ରତିଦିନ ସକାଳେ ୫.୩୦ରେ ଉଠନ୍ତି ଏବଂ ପାଖାପାଖି ୨୦ମିନିଟ୍ ଯାଏଁ ଶରୀରକୁ ଗରମ ରଖିବା ପାଇଁ ଓ୍ବାର୍ମଅପ୍ ଏକ୍ସରସାଇଜ କରନ୍ତି।

ଏହା ସହ ଇଭାଙ୍କା ୟୋଗା,ପାଇଲେଟସ୍,ଡ୍ୟାନ୍ସ ଏବଂ ମେଡିଟେସନ ମଧ୍ୟ ନିୟମିତ ଭାବେ କରନ୍ତି। ଇଭାଙ୍କା ଦୌଡ଼ିବାକୁ ଭଲ ପାଆନ୍ତି ନାହିଁ। କିନ୍ତୁ ତାଙ୍କୁ ସାଇକିଲିଙ୍ଗ ଏବଂ ଫ୍ଲାଇହ୍ବିଲ୍ ଟ୍ରେନିଂ ଖୁବ୍ ପସନ୍ଦ।

   Related Posts