Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଇଭାଙ୍କା ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କରୋନା ପଜେଟିଭ ଚିହ୍ନଟ

9/05/2020 at 3:43 PM

ୱାସିଂଟନ: ଆମେରିକାରେ କରୋନା ସଂକ୍ରମଣ ହ୍ୱାଇଟ୍‌ ହାଉସ୍ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏକ ସୂଚନାରୁ ହ୍ୱାଇଟ୍ ହାଉସ୍‌ରେ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଝିଅ ଇଭାଙ୍କ ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏହା ସହ ହ୍ୱାଇଟ୍ ହାଉସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି।

ପଜେଟିଭ ଚିହ୍ନଟ କର୍ମଚାରୀ ଗତ ୨ ମାସ ହେଲା ହ୍ୱାଇଟ୍ ହାଉସରେ କାର୍ଯ୍ୟ କରୁଥିଲେ। ତେବେ ସତର୍କତା ମୂଳକ ଯାଞ୍ଚ ବେଳେ ତାଙ୍କଠାରେ କରୋନା ଭୂତାଣୁର ଉପସ୍ଥିତି ଜଣାପଡିଛି। ସଂକ୍ରମିତ କର୍ମଚାରୀଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଉନଥିଲା। ଏହା ପୂର୍ବରୁ ଉପରାଷ୍ଟ୍ରପତି ମାଇକ୍ ପେନସଙ୍କ ବ୍ୟକ୍ତିଗତ ସଚିବ କେଟି ମିଲର କରୋନା ସଂକ୍ରମିତ ହୋଇଥିବା ନିଜେ ରାଷ୍ଟ୍ରପତି ଘୋଷଣା କରିଥିଲେ।

ହ୍ୱାଇଟ୍‌ ହାଉସ୍‌ରେ ମିଲର ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାଙ୍କ ସମ୍ପର୍କରେ ଆସିଥିବା ଅନ୍ୟମାନଙ୍କର ସନ୍ଧାନ କରାଯାଇଥିଲା। ଏବେ କୁହାଯାଉଛି ହ୍ୱାଇଟ୍ ହାଉସ୍‌ର ୱେଷ୍ଟ ୱିଙ୍ଗ ଯେଉଁଠାରେ ରାଷ୍ଟ୍ରପତିଙ୍କର ଓଭାଲ ଅଫିସ ଅଛି ତାହା ମଧ୍ୟ କରୋନା ସଂକ୍ରମିତ। ଏଣୁ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଏବେ ତାଙ୍କର ଓ ଉପରାଷ୍ଟ୍ରପତିଙ୍କର ନିୟମିତ କରୋନା ଯାଞ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି।

   Related Posts