ସଲମାନଙ୍କ ରାଧା 'ୟୁଲିୟା'ଙ୍କ ମଥୁରା ବୃନ୍ଦାବନ ସ୍ବପ୍ନ ଭାଙ୍ଗି ଚୁରମାର : 'କଭି ଇଦ କଭି ଦିୱାଲୀ'ରେ କରିବେ ଡେବ୍ୟୁ

Published By : Prameya-News7 Bureau | May 21, 2020 IST

ମୁମ୍ବାଇ ୨୧/୫: ହିନ୍ଦୀ ସିନେମାର ଦବଙ୍ଗ ଅଭିନେତା ସଲମାନ ଖାନଙ୍କ ଖାସ୍ ବନ୍ଧୁ ୟୁଲିୟା ବନ୍ତୁରଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ରାଧା କ୍ୟୁଁ ଗୋରୀ ମେ କ୍ୟୁଁ କାଲା’ ଆରମ୍ଭ ହେବା ପୂର୍ବରୁ ବନ୍ଦ କରିବାକୁ ଆଧିକାରିକ ଘୋଷଣା କରାଯାଇଛି। କିନ୍ତୁ ୟୁଲିୟାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର। ତାହା ହେଲା ୟୁଲିୟା ସଲମାନ ଖାନଙ୍କ ଫିଲ୍ମ ଜରିଆରେ ସିନେମାରେ ଏଣ୍ଟ୍ରି କରିବେ।

{"id":273700,"sizeSlug":"large"}

ଦୀର୍ଘ ଦିନରୁ ବଡ଼ ପରଦାରେ ଓହ୍ଲାଇବା ପାଇଁ ଅପେକ୍ଷା କରିଥିବା ୟୁଲିୟା ଏବେ ଏତେ ଶୀଘ୍ର ହିନ୍ଦୀ ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରି ପାରିବେ ନାହିଁ। କାରଣ ପ୍ରେମ ସୋନିଙ୍କ ନିର୍ଦେଶନାରେ ୟୁଲିୟାଙ୍କ ଆଗାମୀ ଫିଲ୍ମର ବିଚାର ଏବେ ଗାୟବ ହୋଇ ସାରିଲାଣି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ‘ଭାଇଜାନ’ଭାବେ ପ୍ରସିଦ୍ଧ ଅଭିନେତା ସଲମାନୁ ଖାନ୍ ଏଠାରେ ଏକ ବଡ଼ପଣ ଦେଖାଇଛନ୍ତି। ସେ ଏବେ ୟୁଲିୟାଙ୍କୁ ଭବିଷ୍ୟତରେ ଆରମ୍ଭ ହେବାକୁ ଥିବା ନିଜ ଫିଲ୍ମ ‘କଭି ଇଦ କଭି ଦିଓ୍ବାଲି’ ସହ ହିନ୍ଦୀ ସିନେମାରେ ଏଣ୍ଟ୍ରି କରାଇବେ।

{"id":273702,"sizeSlug":"large"}


ୟୁଲିୟାଙ୍କ ହିନ୍ଦୀ ସିନେମାରେ ପାଦ ଥାପିବାର ଘୋଷଣା ଗତ ବର୍ଷ ହୋଇଥିଲା,ଯେତେବେଳେ ସେ ଫିଲ୍ମ ‘ରାଧା କ୍ୟୁଁ ଗୋରୀ ମେ କ୍ୟୁଁ କାଲା’ରେ ଜଣେ କୃଷ୍ଣ ଭକ୍ତ ବିଦେଶୀ ମହିଳାଙ୍କ ଭୂମିକାରେ ଅଭିନୟ କରିଥାନ୍ତେ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ୟୁଲିୟାଙ୍କ ସହ ଜିମି ଶେରଗିଲଙ୍କୁ ବଛା ଯାଇଥିଲା। କିନ୍ତୁ ୟୁଲିୟା ଏବଂ ଜିମିଙ୍କ କାହାଣୀ ପରଦାକୁ ଆସିବା ପୂର୍ବରୁ ସମାପ୍ତ ହୋଇଯାଇଛି। ୟୁଲିୟାଙ୍କୁ ଏଥିପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ କାରଣ ତାଙ୍କ ସବୁଠୁ ଭଲ ସାଙ୍ଗ ସଲମାନ ଖାନ୍ ତାଙ୍କ ପାଇଁ ଦେବତା ହୋଇ ଆସିଛନ୍ତି।

{"id":273703,"width":579,"height":356,"sizeSlug":"large"}


ସଲମାନ ନିକଟରେ ଏକ ଫିଲ୍ମ ‘କଭି ଇଦ କଭି ଦିଓ୍ବାଲି’ ନିର୍ମାଣ କରିବାର ଘୋଷଣା କରିଥିଲେ। ସଲମାନଙ୍କ ଏହି ଫିଲ୍ମର ନିର୍ଦେଶନା ଫରହାଦ ସାମଜୀ କରିବେ ଏବଂ ସଲମାନଙ୍କ ସହ ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ପୂଜା ହେଗଡ଼େ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.