‘‘ସଲମାନ ସେ ଶାଦି କରୋଗୀ.......?’’ ପ୍ରଶ୍ନରେ କ’ଣ ଉତ୍ତର ଦେଲେ ୟୁଲିଆ : ଯାହାକୁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ ଭାଇଜାନଙ୍କ ଫ୍ୟାନ୍

Published By : Prameya-News7 Bureau | May 10, 2020 IST

ନୂଆଦିଲ୍ଲୀ ୧୦/୫: ବଲିଉଡ ଅଭିନେତା ସଲମାନ୍ ଖାନଙ୍କ ବିବାହ କେବେ ହେବ ବୋଲି ଫ୍ୟାନ୍ସ ଦୀର୍ଘ ଦିନରୁ ଜାଣିବାକୁ ଚାହୁଁଛନ୍ତି। ଏବେ ସଲମାନ ଖାନଙ୍କ ଖାସ୍ ବନ୍ଧୁ ୟୁଲିଆ ବନ୍ତୁରଙ୍କୁ ଏହି ପ୍ରଶ୍ନ ପଚରାଯାଇଛି। ଏହାର ଉତ୍ତର ସେ ଭିନ୍ନ ଅନ୍ଦାଜରେ ଦେଇଥିଲେ। ଏକ ସାକ୍ଷାତକାରରେ ୟୁଲିୟାଙ୍କୁ ପଚରାଯାଇଥିଲା ଯେ ସେ ସଲମାନଙ୍କୁ କେବେ ବିବାହ କରୁଛନ୍ତି?

ଏହି ପ୍ରଶ୍ନରେ ୟୁଲିୟା ହସି କହିଥିଲେ ଯେ ,‘ହେ ଭଗବାନ..ତାଙ୍କୁ ଲାଗୁଛି ଯେ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ ଯେ ସେମାନେ ପରସ୍ପର ବିଷୟରେ କ’ଣ ଅନୁଭବ କରୁଛନ୍ତି? ଏକାଠି ସମୟ ବିତାଇବା ଅନ୍ୟ ଜିନିଷ ତୁଳନାରେ ଅଧିକ ଗୁରୁତ୍ବପୂର୍ଣ୍ଣ। ଜଣଙ୍କ ସହ ଜୀବନ ବିତାଇବା ଅଧିକ ଗୁରୁତ୍ବପୂର୍ଣ୍ଣ,କାଗଜରେ ବିବାହର ପ୍ରମାଣ ଦେଖାଇବା ନୁହେଁ।’

ସେ ଆହୁରି ମଧ୍ୟ କହିଥିଲେ ଯେ ,‘ଏହି ପ୍ରଶ୍ନ ତାଙ୍କୁ ବାରମ୍ବାର ପଚରାଯାଉଛି। ଏପରିକି ତାଙ୍କ ବାପା ମାଆ ମଧ୍ୟ ତାଙ୍କୁ ଏହି ପ୍ରଶ୍ନ ପଚାରୁଛନ୍ତି। ତା’ପରେ ସେ ତାଙ୍କ ମାଆଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ତାଙ୍କୁ ଖୁସିରେ ଦେଖିବାକୁ ଚାହୁଁଛନ୍ତି ନା ବିବାହ କରୁଥିବା ଦେଖିବାକୁ। ତାଙ୍କ ମତରେ କାହା ସହ ଖୁସିରେ ରହିବା,କାହା ସହ କ୍ବାଲିଟି ଟାଇମ୍ ବିତାଇବା ଏବଂ କାହା ସହ ଭଲ ସମ୍ପର୍କ ରଖିବା ଅଧିକ ଗୁରୁତ୍ବପୂର୍ଣ୍ଣ।’

ୟୁଲିଆ ବନ୍ତୁର ଜଣେ ରୋମାନିଆନ୍ ମଡେଲ୍ ଯିଏ ଭାରତରେ ଏକ ଲୋକପ୍ରିୟ ନାଁ ରେ ପରିଚିତ ହୋଇଗଲେଣି। ସେ ଶେଷ ଥର ମ୍ୟୁଜିକ୍ ଭିଡିଓ ‘ହରଜାଇ’ରେ ମନୀଷ ପାଲଙ୍କ ସହ ନଜର ଆସିଥିଲେ। ଏହି ଗୀତକୁ ୟୁଲିୟା,ମନୀଷ ଏବଂ ସଚିନ ଗୁପ୍ତା ମିଶି ଗାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.