‘ଏବେ ଅକ୍ସାଇ ଚୀନ୍‌କୁ ଛଡାଇ ଆଣିବାର ସମୟ ଆସିଛି’, ଚୀନ ବିରୋଧରେ ଗର୍ଜିଲେ ଲଦାଖର ବିଜେପି ସାଂସଦ

Published By : Prameya-News7 Bureau | June 18, 2020 IST

ଲଦାଖ, ୧୮|୦୬:  ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଏବେ ଅକ୍ସାଇ ଚୀନକୁ ଚୀନଠୁ ଛଡାଇ ଆଣିବାର ସମୟ ଆସିଯାଇଛି ବୋଲି କହିଛନ୍ତି ଲଦାଖ ଲୋକସଭା ଆସନରୁ ବିଜେପି ସାଂସଦ ଜମୟାଙ୍ଗ୍ ସେରିଂ ନାମଗ୍ୟାଲ । ଅକ୍ସାଇ ଚୀନ ଭାରତର ଅଞ୍ଚଳ । ଏହାକୁ ଚୀନ ଜବରଦଖଲ କରି ରଖିଛି ବୋଲି ସେ କହିଛନ୍ତି ।

ଜମୟାଙ୍ଗ୍ କହିଛନ୍ତି ଯେ, କେବଳ ଅକ୍ସାଇ ଚୀନ ନୁହେଁ ଗିଲଗିଟ୍ ଓ ବାଲଟିସ୍ଥାନ ମଧ୍ୟ ଲଦାଖର ଅଞ୍ଚଳ । ୨୦୨୦ର ଭାରତ ୧୯୬୨ ପରି ନୁହେଁ । ଭାରତ ଏବେ ସେହି ଅଞ୍ଚଳକୁ ଗସ୍ତ କରି ଚୀନର ପ୍ରବେଶକୁ ରୋକିବା ଉଚିତ । ଭାରତ ଏହି ଅଞ୍ଚଳକୁ ନିଜର ଦାବି କରି ଫେରସ୍ତ ନେବା ଆବଶ୍ୟକ । ସୀମା ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତ୍ରରେ ଗଲଓ୍ୱାନୀ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ଏଥିରେ ୨୦ରୁ ଅଧିକ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନର ମଧ୍ୟ ୪୩ରୁ ଅଧିକ ସୈନ୍ୟ ନିହତ ହୋଇଥିଲେ ।  ସହିଦ ହୋଇଥିବା ସମସ୍ତ ଯବାନଙ୍କ ସେ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହାସହ ସେମାନଙ୍କ ବଳୀଦାନ ବ୍ୟର୍ଥ ଯିବନି ବୋଲି ସେ କହିଛନ୍ତି ।

ଆହୁରି ପଢନ୍ତୁ-- http://www.prameyanews7.com/strange-incidents-in-boudh/

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.