Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଦ୍ଵିତୀୟ ଇନିଂସର ସମୟ ଆସି ଯାଇଛି, ବଡ ସରପ୍ରାଇଜ ପାଇଁ ପ୍ରସ୍ତୁତ ରୁହନ୍ତୁ: ପ୍ରଶଂସକଙ୍କ ହୃଦସ୍ପନ୍ଦନ ବଢାଇଲେ ଯୁବରାଜ

7/12/2021 at 6:02 PM

ନୂଆଦିଲ୍ଲୀ ୦୭।୧୨: ପୁଣି ଥରେ ନିଜର ପ୍ରଶଂସକଙ୍କ ହୃଦ ସ୍ପନ୍ଦନ ବଢାଇଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ। ମଙ୍ଗଳବାର ଟ୍ଵିଟରରେ ଏକ ଭିଡିଓ ଜାରି କରି ନିଜର ଅନୁଗାମୀଙ୍କୁ ବଡ ସରପ୍ରାଇଜ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ଯୁବରାଜ ଭିଡିଓ ସହ କ୍ୟାପସନ ଲେଖିଛନ୍ତି, ବର୍ଷର ଏ ହେଉଛି ସେହି ସମୟ, କଣ ଆପଣ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ?  ଏହି ସବୁ ପାଇଁ ଯାହା ସବୁ ଦରକାର ହୋଇଥାଏ କଣ ଆପଣଙ୍କ ପାଖରେ ସେହି ଉତ୍ସାହ ରହିଛି କି ? ଆପଣଙ୍କ ପାଇଁ ଏକ ବଡ ସରପ୍ରାଇଜ୍ ରହିଛି ଦୋସ୍ତ ! ସାଙ୍ଗରେ ଥାଆନ୍ତୁ !

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବରାଜ ନିଜ ଘରେ ବଲ୍ ଧରି ଚାଲୁଛନ୍ତି। ଛାୟା ବ୍ୟାଟିଂ ମଧ୍ୟ କରୁଛନ୍ତି।  ଏଥିସହ ପଚ୍ଛଦପଟ୍ଟରେ କିଛି ପୁରୁଣା ମ୍ୟାଚ୍‌ର କମେଣ୍ଟ୍ରି ଚାଲୁଛି।  ଏଥିରେ ଇଂଲଣ୍ଡ ବିପକ୍ଷ ୨୦୦୭ ବିଶ୍ଵ କପ୍ ଟି-୨୦ରେ ଏକ ଓଭରରେ ଲଗାଇଥିବା ଛଅ ଛକାର କମେଣ୍ଟ୍ରି ମଧ୍ୟ ସାମିଲ୍।

କେବଳ ଏତିକି ନୁହେଁ ଯୁବରାଜ ଭିଡିଓରେ ଏକ ମେସେଜ୍ ମଧ୍ୟ ଲେଖିଛନ୍ତି, ଏହା ମୋ ଦ୍ଵିତୀୟ ଇନିଂସର ସମୟ। ଏହାର ଗୋଟିଏ ମାସ ପୂର୍ବେ ଯୁବରାଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ସେ କହିଥିଲେ ଯେ, ଲୋକଙ୍କ ଦାବି ଉପରେ ସେ ପଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ।

ଯୁବରାଜ ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଥିଲେ। ମାତ୍ର ଏହା ପରେ ଆବୁଧାବିରେ ଟି-୧୦ ଲିଗ୍‌ରେ ସେ ଖେଳିଛନ୍ତି। ସଚିନ ତେନ୍ଦୁଲକର, ବ୍ରାଏନ ଲାରା ଏବଂ ବୀରେନ୍ଦ୍ର ସେହ୍ଵାଗଙ୍କ ପରି କ୍ରିକେଟ୍ ଖେଳାଳିଙ୍କ ସହିତ ରୋଡ୍ ସେଫଟୀ ସିରିଜ୍ ମଧ୍ୟ ଖେଳିଛନ୍ତି।

   Related Posts