Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଧୋନୀଙ୍କୁ ନେଇ ବଡ ବୟାନ ଦେଲେ ଗାଭାସ୍କର: କହିଲେ ଦଳ ଆଗକୁ ବଢି ସାରିଛି, ଚୁପଚାପ୍ ସନ୍ନ୍ୟାସ ନେଇ ଯିବେ ମାହୀ

20/03/2020 at 5:11 PM

ନୂଆଦିଲ୍ଲୀ ୨୦।୦୩: ଭାରତୀୟ କ୍ରିକେଟ୍ ଦଲର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ଶେଷ ଅନ୍ତର୍ଜାତୀୟ ମୁକାବିଲା ୨୦୧୯ ଜୁଲାଇରେ ଖେଳିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ଵ କପ ସେମି ଫାଇନାଲରେ ଧୋନୀ ୫୦ ରନ କରି ଆଉଟ୍ ହୋଇଥିଲେ। ଏହି ମ୍ୟାଚ୍‌ରେ ପରାଜିତ ସହ ଭାରତର ବିଶ୍ଵ କପ୍ ଅଭିଯାନ ସମାପ୍ତ  ହୋଇଥିଲା। ତେବେଠୁ ନେଇ ଆଜି ପର୍ଯ୍ୟନ୍ତ ଧୋନୀଙ୍କ ଭାରତୀୟ ଦଳରେ ଭବିଷ୍ୟତକୁ ନେଇ କ୍ରମାଗତ କଳ୍ପନା ଜଳ୍ପନା ଜାରି ରହିଛି। ମାତ୍ର ଧୋନୀ ନିଜ ବିଷୟରେ କେବେ ମୁହଁ ଖୋଲି ନାହାନ୍ତି। କିନ୍ତୁ ଏବେ ତାଙ୍କର ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ଏହି କ୍ରମରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବରିଷ୍ଠ ଖେଳାଳି ସୁନିଲ ଗାଭାସ୍କର ଏବେ ଧୋନୀଙ୍କ ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ ନେଇ ବଡ ବୟାନ ଦେଇଛନ୍ତି।

ସୁନିଲ ଗାଭାସ୍କର ନିଜେ ଧୋନୀଙ୍କୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ଵକପ୍ ଟୂର୍ଣ୍ଣାମେଣ୍ଟରେ ଖେଳିବା ଦେଖିବାକୁ ଚାହାନ୍ତି ମାତ୍ର ଏହା ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଏହାର ସମ୍ଭାବନା ବହୁତ କମ। କ୍ରିକଟ୍ରାକରର ରିପୋର୍ଟ ଅନୁସାରେ , ସୁନିଲ ଗାଭାସ୍କର କହିଛନ୍ତି ଯେ, ମୁଁ ମହେନ୍ଦ୍ର ସିଂହ ଧୋନୀଙ୍କୁ ଟି ୨୦ ବିଶ୍ଵ କପ୍ ଦଳରେ ଦେଖିବାକୁ ଚାହୁଁଛି। କିନ୍ତୁ ଏମିତି ହେବା ପରି ଲାଗୁନି। ଦଳ ତାଙ୍କଠୁ ବହୁ ଆଗକୁ ବଢି ସାରିଛି। ଧୋନୀ ସେହି ଲୋକଙ୍କ ମଧ୍ୟରେ ନାହାନ୍ତି ଯେଉଁମାନେ ବଡ ଘୋଷଣା କରନ୍ତି। ତେଣୁ ମୋତେ ଲାଗୁଛି ଯେ, ଧୋନୀ ଚୁପ୍‌ଚାପ୍ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ନେଇଯିବେ।

ଆଇପିଏଲରେ ଧୋନୀଙ୍କୁ ଦେଖିବାକୁ ଚାହିଁ ରହିଛନ୍ତି ତାଙ୍କ ପ୍ରଶଂସକ

ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଓ ସୁନିଲ ଯୋଶୀଙ୍କ ନେତୃତ୍ଵାଧୀନ ନୂତନ ଚୟନ କମିଟି ସ୍ପଷ୍ଟ କରି ସାରିଛନ୍ତି ଯେ, ମହେନ୍ଦ୍ର ସିଂହ ଧୋନୀଙ୍କୁ ଆଇପିଏଲରେ ତାଙ୍କର ପ୍ରଦର୍ଶନ ଆଧାରରେ ହିଁ ଦଳରେ ଚୟନ କରାଯିବ। ତେଣୁ ସମସ୍ତ କ୍ରିକେଟ୍ ପ୍ରଶଂସକ ଆଇପିଏଲର ୧୩ତମ ସଂସ୍କରଣକୁ ଚାହିଁ ରହିଛନ୍ତି। ମାତ୍ର କରୋନା ଭୂତାଣୁ କାରଣରୁ ବିସିସିଆଇ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲକୁ ଏପ୍ରିଲ ୧୫ ଯାଏ ସ୍ଥଗିତ ରଖିଛନ୍ତି।

   Related Posts