Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଂଗ୍ରେସ ପାଇଁ ନିର୍ବାଚନ ଜିତିବା ଦୂରର କଥା , ଭବିଷ୍ୟତ ବି ଅନିଶ୍ଚିତ ଘେରରେ – ବରିଷ୍ଠ କଂଗ୍ରେସ ନେତା ସଲମନ୍‌ ଖୁର୍ସୀଦ୍‌

ନୂଆଦିଲ୍ଲୀ – ଏବେ ବରିଷ୍ଠ କଂଗ୍ରେସ ନେତା ସଲମନ୍‌ ଖୁର୍ସୀଦ୍‌ ନିଜ ଦଳର ସମାଲୋଚନା କରୁଛନ୍ତି । ଏବେ କଂଗ୍ରେସର ଯେଉଁ ସ୍ଥିତି ରହିଛି ସେଥିରେ ମହାରାଷ୍ଟ୍ର ଓ ହରିୟାନାର ବିଧାନସଭା ନିର୍ବାଚନ ଲଢିବା ଦୂରର କଥା ଦଳର ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରେ ରହିଛି ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି । କଂଗ୍ରେସ ଦଳ ଏବେ ସଂଘର୍ଷ କରୁଛି । ନିଜର ଭବିଷ୍ୟତ ନିର୍ଣ୍ଣୟ କରିପାରୁ ନାହିଁ ବୋଲି ଖୁର୍ସୀଦ କହିଛନ୍ତି । କଂଗ୍ରେସର ସବୁଠାରୁ ବଡ ସମସ୍ୟା ହେଉଛି ରାହୁଲ ଗାନ୍ଧୀ ତରବରିଆ ଭାବେ ପଦ ଛାଡି ଦେଇଛନ୍ତି ।

ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀ ପଦ ଛାଡିବା ପରେ ଦଳର ସଙ୍କଟ ବଢିଯାଇଛି । ତାଙ୍କର ଇସ୍ତଫାପରେ ଦଳ ଜରୁରୀ ଆତ୍ମ ସମୀକ୍ଷା ବି କରିପାରି ନାହିଁ ବୋଲି ସଲମାନ ଖୁର୍ସୀଦ କହିଛନ୍ତି । ଦଳ ଲୋକ ସଭା ନିର୍ବାଚନ କାହିଁକି ହାରିଲା ତାହାର ସମୀକ୍ଷା ପାଇଁ ବି ଦଳୀୟ ନେତା ଏକାଠି ବସି ପାରି ନଥିବା ସେ ପ୍ରକାଶ କରିଛନ୍ତି ।

ଏବେ ଦଳ ସଂଘର୍ଷ କରୁଛି । ଏହି ପରିସ୍ଥିତିରେ ମହାରାଷ୍ଟ୍ର ଓ ହରିୟାନାର ବିଧାନସଭା ନିର୍ବାଚନ ଜିତିବା ଦଳ ପାଇଁ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ଏବେ ଦଳ ଏପରି ଅବସ୍ଥାକୁ ପହଞ୍ଚି ଯାଇଛି ଯେ ଦଳ ନିଜର ଭବିଷ୍ୟତ ନିର୍ଣ୍ଣୟ କରିପାରୁ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ଏହାପରେ ସେ ଏହି ବକ୍ତବ୍ୟର ସଫେଇ ଦେଇଛନ୍ତି । ଏହା ସେ ରାହୁଲ୍‌ ଗାନ୍ଧୀ ଦଳର ପଦ ଛାଡିବା ଦଳ ଆତ୍ମ ସମୀକ୍ଷା କରିପାରି ନାହିଁ ବୋଲି କହିଛନ୍ତି । ଆତ୍ମସମୀକ୍ଷା କରିବା ପାଇଁ ନେତୃତ୍ୱ ହେବା ଜରୁରୀ ବୋଲି ସେ କହିଛନ୍ତି । ଏବେ ଦଳ ନେତୃତ୍ୱ ବିହୀନ ହୋଇ ଯାଇଛି ବୋଲି ସଲମାନ୍‌ ଖୁର୍ସୀଦ କହିଛନ୍ତି ।

166 Views

   ସମ୍ବନ୍ଧିତ ଖବର