Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଫର୍ମ ୧୬କୁ ନେଇ ହେଲା ବଡ଼ ପରିବର୍ତ୍ତନ : ଚାକିରୀ କରୁଥିବା ଲୋକଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

6/06/2019 at 4:38 PM

ନୂଆଦିଲ୍ଲୀ ୬/୬: ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଇନକମ୍ ଟ୍ୟାକ୍ସ ରିପୋର୍ଟ ଫାଇଲ୍ କରିବାର ଶେଷ ତାରିଖ ଏହି ବର୍ଷ ଜୁଲାଇ ୩୧। କିନ୍ତୁ ଏହି ବର୍ଷ ରିଟର୍ଣ୍ଣ ଆାଇଲ୍ କରିବାର ଶେଷ ତାରିଖ ବଢ଼ି ପା​‌ରେ କାରଣ ସିବିଡିଟି ଫର୍ମ ୧୬ଜାରି କରିବାର ଶେଷ ତାରିଖ ବଢ଼ାଇ ଦେଇଛି। ଏହା ସହିତ ଆର୍ଥିକ ବର୍ଷ ୨୦୧୮-୧୯ପାଇଁ ଫର୍ମ ୨୪-କ୍ୟୁ ଫାଇଲ୍ କରିବାର ଶେଷ କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି। ସିବିଡିଟିର ମଇ ୪ତାରିଖର ଅର୍ଡ଼ର ମୁତାବକ ଟିଡିଏସ ରିଟର୍ଣ୍ଣର ଶେଷ ତାରିଖ ମଇ ୩୧ ତାରିଖରୁ ବଢ଼ାଇ ଜୁନ୍ ୨୦ କରି ଦିଆଯାଇଛି। ଏହା ସହିତ ଫର୍ମ ୧୬ ଜାରି କରିବାର ଶେଷ ତାରିଖ ଜୁନ୍ ୧୫ରୁ ବଢ଼ାଇ ଜୁଲାଇ ୧୦ତାରିଖ କରି ଦିଆଯାଇଛି। ଏହା ପୂର୍ବରୁ ୨୪କ୍ୟୁ ଫର୍ମ ଫାଇଲ୍ କରିବାର ଶେଷ ତାରିଖ ମଇ ୩୧ତାରିଖ ଥିଲା। ଏବେ ଏହାକୁ ବଢ଼ାଇ ଜୁନ୍ ୩୦ କରି ଦିଆଯାଇଛି।

କମ୍ପାନୀ କର୍ମଚାରୀଙ୍କୁ ଜୁନ୍ ମଧ୍ୟରେ ଏକ ଫର୍ମ ପଠାଇଥାଏ ଯାହାକୁ ଫର୍ମ ୧୬କୁହାଯାଇଥାଏ। ଏହି ଫର୍ମ ଜରିଆରେ କମ୍ପାନୀ ଏହି ସୂଚନା ଦେଇଥାଏ ଯେ ଆପଣଙ୍କ ଦରମାରେ ଯେଉଁ ଟିଡିଏସ୍ ହୋଇଥାଏ,ତାହା କଟିବା ପରେ ଆୟକର ବିଭାଗ ପାଖରେ ଜମା କରି ଦିଆଯାଇଛି। ଏହି ଫର୍ମରେ ସମସ୍ତ ସୂଚନା ରହିଥାଏ,ଯାହାର ଆବଶ୍ୟକତା ଆୟକର ରିଟର୍ଣ୍ଣ ଜମା କରିବାବେଳେ ପଡ଼ିଥାଏ।

ଏହା ପୂର୍ବରୁ ମଇ ମାସ ଆରମ୍ଭରେ ଫର୍ମ ୨୪କ୍ୟୁରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରାଯାଇଥିଲା। ଏହି ପରିବର୍ତ୍ତନ ଅନୁସାରେ,କମ୍ପାନୀକୁ ଫର୍ମ ୧୬ର ପାର୍ଟ ବିରେ ନିର୍ଦ୍ଦିଷ୍ଟ ଟିଡିଏସ୍ ସାର୍ଟିଫିକେଟର ସୂଚନା ଦେବାକୁ ପଡ଼ିବ। ୨୪କ୍ୟୁ,ଦରମାରେ କଟୁଥିବା ଟ୍ୟାକ୍ସର ତ୍ରୟୋମାସିକ ରିପୋର୍ଟ।

ଯଦି ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିବାର ଶେଷ ତାରିଖ ଜୁଲାଇ ୩୧ ରହିଥାଏ ତେବେ କେତେକ କର୍ମଚାରୀ ରିଟର୍ଣ୍ଣ ଫାଇଳ୍ କରିବାର ଡେଡଲାଇନ୍ସ ମିସ୍ କରି ପାରନ୍ତି। ଅର୍ଥାତ୍ ଜୁଲାଇ ୧୦କୁ ଫର୍ମ ଜାରି ହେଉଛି ଏବଂ ​‌କେତେକ ଲୋକ ଜୁଲାଇ ୩୧ ପୂର୍ବରୁ ରିଟର୍ଣ୍ଣ ଫାଇଳ୍ କରି ପାରିବେ ନାହିଁ।

   Related Posts