କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ ? ନୀତିଶ କୁମାର କହିଲେ- ‘ମୁଁ କିଛି ଦାବି କରିନାହିଁ, ନିଷ୍ପତ୍ତି ନେବ ଏନଡିଏ’

Published By : Prameya-News7 Bureau | November 12, 2020 IST

ପାଟନା ୧୨/୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ ଗୁରୁବାର ଜେଡିୟୁର ନବନିର୍ବାଚିତ ବିଧାୟକଙ୍କୁ ଭେଟିଛନ୍ତି ନୀତିଶ କୁମାର। ଏହା ପରେ ଆଗାମୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଦେଇଥିବା ପ୍ରତିକ୍ରିୟା ଆଶ୍ଚର୍ଯ୍ୟ କରିଛି। ନଜେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦାବି କରିନଥିବା ବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଏନଡିଏ ନିଷ୍ପତ୍ତି ନେବ ବୋଲି କହିଛନ୍ତି ନୀତିଶ କୁମାର।

wp:core-embed/twitter {"url":"https://twitter.com/AHindinews/status/1326881023322333185","type":"rich","providerNameSlug":"twitter","className":""}
https://twitter.com/AHindinews/status/1326881023322333185
/wp:core-embed/twitter

ଏବେ ଶପଥ ଗ୍ରହଣ ଉତ୍ସବ ତାରିଖ ଧାର୍ଯ୍ୟ ହୋଇନାହିଁ । ୪ ଦଳର ବୈଠକ ହେବ। ବୈଠକରେ ଚର୍ଚ୍ଚା ପରେ ସବୁ କଥା ଠିକ୍‌ ହେବ ବୋଲି ନୀତିଶ କୁମାର କହିଛନ୍ତି। ଏନଡିଏ ପାଖରେ ପର୍ଯ୍ୟାପ୍ତ ବହୁମତ ରହିଛି। ସରକାର ଚଳାଇବାକୁ କୌଣସି ଅସୁବିଧା ନାହିଁ। ବିହାରବାସୀ ଏନଡିଏକୁ ମଉକା ଦେଇଛନ୍ତି। ଆମ ଉପରେ କୌଣସି ପ୍ରକାର ଚାପ ପଡ଼ିନଥିଲା। ପ୍ରତିଟି ସିଟ୍‌ରେ ବିଶ୍ଳେଷଣ ଚାଲିଛି। ଏନଡିଏର ସମସ୍ତ ମିଶ୍ରଣ ଦଳ ମିଳି ମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି ନୀତିଶ କୁମାର।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, କ୍ରାଇମ୍‌, କରପ୍ସନ ଓ କମ୍ୟୁନାଲିଜିମ୍‌କୁ ବରଦାସ୍ତ କରାଯିବ ନାହିଁ। ବିହାରରେ ଅପରାଧ କମିଛି ବିକାଶ ବଢ଼ିଛି। ତେବେ ଏନଡିଏର ବିଜୟ ପାଇଁ ନିଜର କାମ ଓ ଉପଲବ୍ଧିକୁ  କାରଣ ବୋଲି କହିଛନ୍ତି ନୀତିଶ କୁମାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.