Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ମୁଁ ଭୟ କରେନି… ସରି ପାପା, ସୁଇସାଇଡ୍ ନୋଟ ଲେଖି ଛାତ୍ରଙ୍କ ଆତ୍ମହତ୍ୟା

22/11/2020 at 7:58 PM

ଉତ୍ତରପ୍ରଦେଶ ୨୨/୧୧ : ପ୍ରତାପଗଡ ଲାଲଗଡ ସ୍ଥିତ ବେଲହା ଗାଁରେ ଜଣେ ଆଇଟିଆଇ ଛାତ୍ର ପ୍ରତାରଣା ସହିନପାରି ଫାଶି ଲଗେଇ ଆତ୍ମହତ୍ୟା କରିଛନ୍ତି । ଛାତ୍ରଜଣକର ମାନସିକ ଅବସ୍ଥା ଠିକ ନଥିବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି । ମୃତ ଛାତ୍ର ହେୁଉଛନ୍ତି ବେଲହା ଗାଁର ଜୋଖୁ ଲାଲ ବର୍ମାଙ୍କ ପୁଅ ଧିରେନ୍ଦ୍ର । ସେ ପ୍ରତାପଗଡର ଏକ ଆଇଟିଆଇ କଲେଜରେ ପାଠ ପଡୁଥିଲେ ।

ପୋଲିସ କହିବା ମୁତାବକ ଶନିବାର ଛୁଟି ପରେ ଛାତ୍ର ଜଣକ ଘରକୁ ଆସିଥିଲେ । ଘରେ କେହି ନଥିବାବେଳେ ଉପର ଘରକୁ ଯାଇ କବାଟ ବନ୍ଦ କରି ଫାଶି ଲଗାଇ ଦେଇଥିଲେ । ସନ୍ଧ୍ୟାରେ ତାଙ୍କ ମା ଖାଇବା ପାଇଁ ଡାକିବାରୁ ଆଉ କବାଟ ଖୋଲି ନଥିଲେ ଧିରେନ୍ଦ୍ର । ବହୁତ ଥର ଡାକିବା ପରେ ନଖୋଲିବାରୁ କବାଟ ଫାଙ୍କରେ ତାଙ୍କ ମା ଯାହ ଦେଖିଥିଲେ ତାହା ତାଜୁବ କରିଦେଇଥିଲା । ତାଙ୍କ ମା ଚିତ୍କାର କରିବାରୁ ପରିପାର ଲୋକ ଏବଂ ପାଖ ପଡୋଶୀ ସେଠାରେ ପହଞ୍ଚିଥିଲେ । ପରେ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ପୋଲିସକୁ ମୃତ ଛାତ୍ର ନିକଟରୁ ଗୋଟିଏ ସୁଇସାଇଡ ନୋଟ ଜବତ ହୋଇଛି । ସୁଇସାଇଡ ନୋଟରେ ସେ ଲେଖିଛନ୍ତି ଯେ, ‘ ମୋ ଆତ୍ମହତ୍ୟା ପାଇଁ ଗାଁର ହୀରା ସିଂହ ଓ ତା ଶାଳକ ଭୀଷମ ସିଂହ ତାଙ୍କୁ ବାରମ୍ବାର ହଇରାଣ କରୁଥିବାରୁ ମୁଁ ଏହି ପଦକ୍ଷେପ ନେଉଛି ‘। ଆତ୍ମହତ୍ୟା ନୋଟରେ ମୃତ ଛାତ୍ର ଜଣକ ପିତାଙ୍କୁ ଭାବପ୍ରବଣ ଚିଠିରେ କହିଛନ୍ତି ଯେ ସେ ଭୟଭୀତ ନୁହେଁ ବରଂ ଅଭିଯୁକ୍ତଙ୍କ ନିର୍ଯାତନା ହେତୁ ସେ ଆତ୍ମହତ୍ୟା କରୁଛନ୍ତି। ଅନ୍ୟପକ୍ଷରେ ମୃତ ଛାତ୍ରଙ୍କ ପିତା ଜୋଖୁ ଲାଲ ବର୍ମା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି କରିଛନ୍ତି।

   Related Posts