Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

ଡେ-ଜିରୋ କମ୍ପାନୀ ଗୁଡ଼ିକରେ ଆଇଟିଇଆର୍ ଛାତ୍ରଛାତ୍ରୀଙ୍କର ବଢ଼ୁଛି ଚାହିଦା

6/08/2019 at 4:43 PM

ଭୁବନେଶ୍ବର ୬|୮: ଡେ-ଜିରୋ କମ୍ପାନୀଗୁଡ଼ିକ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ର ଛାତ୍ରଛାତ୍ରୀମାନଙ୍କୁ ଅଧିକ ଚାକିରୀର ସୁଯୋଗ ଦେଉଥିବା ଦେଖିବାକୁ ମିଳୁଛି । ଆଇଟିଇଆର୍ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଗ୍ରହଣ କରିବା ନିମନ୍ତେ ରହୁଥିବା ଆଗ୍ରହ ପାଇଁ ହିଁ ବର୍ତମାନର ଡିଜିଟାଲାଇଜ୍ଡ ମାର୍କେଟ ପରିବେଶରେ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଛି । 

ଜୁଲାଇ ୧୫ ତାରିଖରୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଇନଫର୍ମାଟିକା, ମୁ-ସିଗ୍ମା, ଟେକ୍-ସିଷ୍ଟମ୍ସ, ରୋବର ବୋସ୍, କେପ୍‌ଜେମିନି (ଡିଜିଟାଲ୍ ପ୍ରୋଫାଇଲ୍), ନାଇନ୍ ଲିପ୍ସ ଏବଂ ଗ୍ୟାନ୍ସିସ୍, ଭଳି କମ୍ପାନୀ କ୍ୟାମ୍ପସରୁ ଅନେକ କୃତୀ  ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପାଇଁ ଚୟନ କରିଛନ୍ତି । 

୨୦୨୦ ବ୍ୟାଚ୍ ର ଉତମ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଡକ୍ଟ ଡେଭେଲପମେଣ୍ଟ ପ୍ରୋଫାଇଲ୍ ର ଏହି କମ୍ପାନୀଗୁଡ଼ିକ କ୍ୟାରିୟର ସୁଯୋଗ ଦେଉଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା କମ୍ପାନୀଗୁଡ଼ିକ ୫୦ ପ୍ରତିଶତ ଅଧିକ ନିଯୁକ୍ତିର ସୁଯୋଗ ଦେବା ଘଟଣା ଏକ ସକାରାତ୍ମକ ସୂଚନା ବୋଲି ଆଇଟିଇଆର୍‌ର ଟ୍ରେନିଂ ଏବଂ ପ୍ଲେସମେଣ୍ଟ ମୁଖ୍ୟ ଡ. ସୁଜିତ୍ କୁମାର ଦାସ କହିଛନ୍ତି । 

ଏଥି ସହିତ ଚଳିତ ମାସ ଶେଷ ସୁଦ୍ଧା ଏହି କ୍ୟାମ୍ପସ୍ ଚୟନ ପ୍ରକ୍ରିୟା ଆହୁରି ଅଧିକ ଗତିଶୀଳ ହେବ ବୋଲି ସେ ସୂଚନା ଦେଇଛନ୍ତି ।  କମ୍ପାନୀଗୁଡ଼ିକ ମଧ୍ୟ ଆଇଟିଇଆର୍ ଛାତ୍ରଛାତ୍ରୀମାନଙ୍କ ପାରଦର୍ଶିତା ଏବଂ ବୁଦ୍ଧିମତାକୁ ଶ୍ରେୟ ଦେଇଛନ୍ତି ବୋଲି ଡ. ଦାସ କହିଛନ୍ତି । 

   Related Posts