ଆଇଟିଇଆରର ୯୧ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ମିଳିଛି ପ୍ଲେସମେଣ୍ଟ୍, ସାଢେ ୬ ଲକ୍ଷରୁ ୩୧ଲକ୍ଷ ଟଙ୍କାର ପ୍ୟାକେଜ୍ : ମାଇକ୍ରୋସଫ୍ଟ୍, ଇନଫୋସିସ୍ ଏବଂ କଗନୀଜେଣ୍ଟରୁ ଅଧିକ ଅଫର୍

Published By : Prameya-News7 Bureau | May 26, 2020 IST

ଭୁବନେଶ୍ୱର, ୨୬|୦୫: ରାଜ୍ୟର ଅଗ୍ରଣୀ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ (ଆଇଟିଇଆର) ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଛାତ୍ରଛାତ୍ରୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷାକରିଛି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ଦେବାରେ ଅଗ୍ରଣୀ ଭୂମିକାକୁ ବଜାୟ ରଖିଛି  । ୨୦୧୯-୨୦ ବ୍ୟାଚର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୧ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରସିଦ୍ଧ କମ୍ପାନୀରେ ପ୍ଲେସମେଣ୍ଟ୍ ବା ନିଯୁକ୍ତି ଅଫର୍ ମିଳିଛି ।  

ବିଭିନ୍ନ କମ୍ପାନୀରେ ଚାକିରୀ ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ପ୍ରକ୍ରିୟାର ପ୍ରଥମ ଦିନରେ ହିଁ ବିଭିନ୍ନ ବଡବଡ କମ୍ପାନୀରେ ନିଯୁକ୍ତି ପାଇଛନ୍ତି । ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାରାହାରି ସାଢେ ୬ ଲକ୍ଷ ଟଙ୍କା ବା ଏହାଠାରୁ ଅଧିକ ଟଙ୍କାର ଦରମାରେ ଚାକିରୀ ଅଫର୍ ମିଳିଛି । ଏହାସହ ୧୦୪ଟି କମ୍ପାନୀ ଆଇଟିଇଆରର ୨୨୬୪ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । କିଛି ଛାତ୍ରଛାତ୍ରୀ ବାର୍ଷିକ ୩୧ ଲକ୍ଷ ଟଙ୍କା ଦରମାରେ ମଧ୍ୟ ଚାକିରୀ ପାଇଛନ୍ତି ଯାହାକି ଏକ ଉଲ୍ଲେଖନୀୟ ସଫଳତା । ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ବହୁ ପ୍ରମୁଖ ଓ ନାମିଦାମୀ କମ୍ପାନୀ ନିଯୁକ୍ତି ଅଫର୍ ଦେଇଥିବା ବେଳେ ସେମାନଙ୍କ ଭିତରେ ମାଇକ୍ରୋସଫ୍ଟ, ଇନଫୋସିସ୍ ଏବଂ କଗନିଜେଣ୍ଟ ଭଳି ହେଭିଓ୍ୱେଟ୍ ମଧ୍ୟ ଅଛନ୍ତି ।

{"id":276406,"width":761,"height":508,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏଆଇସିଟିଇ  ସ୍ୱୀକୃତି ପ୍ରାପ୍ତ ଆଇଟିଇଆର ହେଉଛି ଭାରତର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ । ଏହା ୨୦୧୯ରେ ନ୍ୟାଶନାଲ ଇନଷ୍ଟିଚ୍ୟୁଟନାଲ୍ ରାଙ୍କିଂ ଫ୍ରେମଓ୍ୱାର୍କ(ଏନଆଇଆରଏଫ) ଦ୍ୱାରା ସାରା ଦେଶରେ ୩୨ ତମ ରାଙ୍କରେ ରହିଛି । ଚଳିତ ବର୍ଷ ଆଇଟିଇଆର ପୂର୍ବ ଭାରତର ଏକ ନମ୍ବର ଶିକ୍ଷାନୁଷ୍ଠାନ ଭାବେ ଅଧିକ କମ୍ପାନୀଙ୍କୁ କ୍ୟାମ୍ପସକୁ ଆଣିଥିବା ବେଳେ ଆଇଟିଇଆର ଛାତ୍ରଛାତ୍ରୀ ମଧ୍ୟ(ପୂର୍ବ ଭାରତର) ସବୁଠୁ ବେଶୀ ନିଯୁକ୍ତି ସୁଯୋଗ ପାଇଛନ୍ତି  ।

ଉଲ୍ଲେଖଯୋଗ୍ୟ, ଆଇଟିଇଆରର ଇଞ୍ଜିନିୟରିଂ ପ୍ରୋଗ୍ରାମ ଏନବିଏ ଦ୍ୱାରା ସ୍ୱୀକୃତିପ୍ରାପ୍ତ । ଏହାସହ ସମ୍ମାନସ୍ପଦ ଆକ୍ରେଡିଏସନ୍ ବୋର୍ଡ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକନୋଲୋଜୀ, ୟୁଏସଏ ଦ୍ୱାରା ମଧ୍ୟ ସ୍ୱୀକୃତି ଲାଭ କରିଛି । ସେହିପରି ଏନଆଇଆରଏଫ୍ ରାଙ୍କିଂରେ ସାରା ଦେଶରେ ସୋଆର ରାଙ୍କ୍ ହେଉଛି ୨୪ । ଅନ୍ୟଏକ ବିଶେଷ କଥାଟି ହେଲା ରାଜ୍ୟର ଯେଉଁ ତିନୋଟି ଶିକ୍ଷାନୁଷ୍ଠାନ କ୍ୟାମ୍ପସ ପ୍ରୋଗ୍ରାମକୁ ମାଇକ୍ରୋସଫ୍ଟ ଆସିଥିଲା ସେହି ତିନି ଅନୁଷ୍ଠାନ ମଧ୍ୟରେ ଆଇଟିଇଆର ରହିଛି । ଆଇଟିଇଆର ବ୍ୟତୀତ ଭୁବନେଶ୍ୱର ଆଇଆଇ ଏବଂ ରାଉରକେଲା ଏନଆଇଟିକୁ ମାଇକ୍ରୋସଫ୍ଟ କମ୍ପାନୀ ଆସିଥିଲା ।

{"id":276407,"width":771,"height":354,"sizeSlug":"large"}

ଚଳିତ ବର୍ଷ ମାଇକ୍ରୋସଫ୍ଟ୍, ଆମାଜନ ବ୍ୟତୀତ ରାଏପୁଟା ରୋବୋଟିକ୍ସ, ଇନଫର୍ମାଟିକା, ଡେଲୋଇଟି, ଟେକ୍ ସିଷ୍ଟମସ୍, ଗ୍ଲୋବାଲ ଲଜିକ, ଓପଟମ୍, ରିଲିଆନ୍ସ, ସିଗମୋଇଡ୍, ଓଡେଶା, ଭାଲ୍ୟୁଲ୍ୟାବ୍, କ୍ଲୋଡଗିନ୍ ଓ ହ୍ୟୁଣ୍ଡାଇ ମୋବିସ୍ ଭଳି ଅନେକ କମ୍ପାନୀ ଆଇଟିଇଆର କ୍ୟାମ୍ପସ ପ୍ରୋଗ୍ରାମକୁ ଆସିଥିଲେ । ଏହାସହ ପ୍ରାୟ ୧୧୬୪ଜଣ ଛାତ୍ରଛାତ୍ରୀଙ୍କୁ ଇନଫୋସିସ୍, ଓ୍ୱିପ୍ରୋ ଭଳି କମ୍ପାନୀ ନିଯୁକ୍ତ ପତ୍ର ପ୍ରଦାନ କରିଛନ୍ତି । ଏହାସହ କାପଗେମିନୀ, ମାଇଣ୍ଡଟ୍ରି, ଏନସିଆର୍ କର୍ପୋରେସନ, ଆଇବିଏସ ସଫ୍ଟଓୟେରା, ରାମକୀ, ଇନଫୋଗେନ୍, ସିଜିଆଇ, ଡିଏକସି, ଆଇଟିସି ଇନଫୋଟେକ୍, ଏଚପି ଭଳି କମ୍ପାନୀ ମଧ୍ୟ ଅନେକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି ।  

ଉଲ୍ଲେଖଯୋଗ୍ୟ ଯେ, କେବଳ ପୂର୍ବ ଭାରତ ନୁହେଁ, ସାରା ଦେଶରେ ସୋଆ ଏହାର ଅତି ଉଚ୍ଚକୋଟୀର ଶିକ୍ଷା ପଦ୍ଧତି ଏବଂ ଅନୁଷ୍ଠାନଗତ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ପରିଚିତ । ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କୋଭିଡ୍୧୯ ମହାମାରୀର ମୁକାବିଲା ଲାଗି ସୋଆ ତାର ଆକ୍ସନ ପ୍ଲାନ୍ ଜାରି ରଖିଛି । ଶିକ୍ଷାଦାନ ସହ ଏକ ଅନନ୍ୟ ଶୈକ୍ଷିକ ବାତାବରଣ ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ସୋଆ ବିଶ୍ୱବିଦ୍ୟାଳୟର ଟ୍ରେନିଂ ଓ ପ୍ଲେସମେଣ୍ଟ୍ ଓ୍ୱିଙ୍ଗ୍ ୨୦୨୧ ବ୍ୟାଚର ଛାତ୍ରଛାତ୍ରୀଙ୍କ ଲାଗି ଏହାର ପ୍ଲେସମେଣ୍ଟ୍ ଭିତ୍ତିକ କାର୍ଯ୍ୟକ୍ରମ ସବୁକୁ ବେଶ୍ ନିଷ୍ଠାର ସହ ଆସନ୍ତା ଜୁନରୁ ଆରମ୍ଭ କରିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.