ରାଣୀ ଦେଲେ ବଚନ: ମୁକୁଳାଇବେ ଇଞ୍ଜିନିୟରିଂ ଛାତ୍ରୀଙ୍କ ସାର୍ଟିଫିକେଟ୍, ଜାରି କଲେ ଭିଡିଓ

Published By : Prameya-News7 Bureau | January 24, 2021 IST

ଭୁବନେଶ୍ବର୨୪/୧: ଇଞ୍ଜିନିୟରିଂ ଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇବେ ବୋଲି ଭିଡିଓ ମାଧ୍ୟମରେ ପ୍ରତିଶ୍ରୁତି ଦେଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା। ପାଠ ପଢ଼ିବାର ଇଚ୍ଛା ଶକ୍ତି ଛାତ୍ରୀଙ୍କୁ ଗାଁ ଦାଣ୍ଡକୁ ଟାଣି ଆଣିଛି। ଡ଼େଲାଙ୍ଗ ଅଞ୍ଚଳରେ ରୋଜି ବେହେରା ନାମକ ଜଣେ ଛାତ୍ରୀ ଖୋର୍ଦ୍ଧାର ସିଭିଲ ଇଞ୍ଜିନିୟରି ପାଠ୍ୟକ୍ରମରେ ଆଡମିଶନ ନେଇଥିଲେ।

wp:html /wp:html

ପାଠ ପଢ଼ା ଶେଷ ହେବା ପରେ କଲେଜରେ ଫସି ରହିଥିବା ସାର୍ଟିଫିକେଟ ମୁକୁଳାଇବା ଲାଗି ମାଟି କାମ କରୁଛନ୍ତି ଛାତ୍ରୀ। ଗାଁ ଦାଣ୍ଡରେ ମୁଣ୍ଡରେ ମାଟି ବୋହି ଟଙ୍କା ସଞ୍ଚୟ କରି କଲେଜରୁ ସାର୍ଟିଫିକେଟ ଆଣିବେ ବୋଲି ଅଣ୍ଟା ଭିଡିଛନ୍ତି ରୋଜି ବେହେରା। ଏହି ଛାତ୍ରୀଙ୍କ ନାଁ ରୋଜି ବେହେରା, ଡେଲାଙ୍ଗ ବ୍ଲକ ଅଞ୍ଚଳରେ ତାଙ୍କ ଘର।

{"id":397780,"width":559,"height":412,"sizeSlug":"large","linkDestination":"none"}

ପରିବାର କହିଲେ, ୫ ଭଉଣୀ ଏବଂ ବାପା-ମାଆ। ବାପା ତାଙ୍କର ଦିନ ମଜୁରିଆ। ସେତିକି ଆର୍ଥିକ ସମ୍ବଳ ନାହିଁ, ଯେଉଁଥିରେ କଲେଜରୁ ସେ ସାର୍ଟିଫିକେଟ ମୁକୁଳାଇ ପାରିବେ। ସେଥିପାଇଁ ରୋଜି ମୁଣ୍ଡରେ ମାଟି ବୋହି ଟଙ୍କା ସଞ୍ଚୟ କରୁଛନ୍ତି।

{"id":397779,"sizeSlug":"large","linkDestination":"none"}

ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କୁ ସହାୟତା କରିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ସେଥିପାଇଁ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି। ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମିଳିଲେ, ତାଙ୍କୁ ସହଯୋଗ କରିବେ ବୋଲି ଭିଡିଓରେ ରାଣୀ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ରାଣୀ ଅନେକ ଅସହାୟ ବ୍ୟକ୍ତିଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ବନ୍ୟା ସମୟରେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ସେ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରିଛନ୍ତି। ଏପରି କି କୋଭିଡ୍ ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ପ୍ରଦାନ କରି ବେଶ ଚର୍ଚ୍ଚାରେ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.