ଆଇଟମ୍ ଗାର୍ଲ ଲଭଲି ବି ଗର୍ଜିଲେ: କହିଲେ ‘ମୁଁ କାହା କାନ କାମୁଡ଼ି ନାହିଁ କି କାହା କୋଳରେ ବସି ନାହିଁ’, ଶୁଣନ୍ତୁ ଆଉ କ’ଣ କହୁଛନ୍ତି
10/02/2020 at 6:38 PM

ଭୁବନେଶ୍ବର୧୦/୨: ଯାତ୍ରା ଜଗତର ଆଇଟମ୍ ଗାର୍ଲଙ୍କ ବିବାଦ ଥମିବାର ନାଁ ଧରୁ ନାହିଁ। ଗଣ୍ଡଗିରି ମେଳାରେ ରାନୀ ପଣ୍ଡାଙ୍କୁ ବାଦ ଦିଆଯିବା ପରେ ତିକ୍ତତା ଆହୁରି ବଢ଼ି ଯାଇଛି। କୋଣାର୍କ ଯାତ୍ରାର ପାର୍ଟିର ଆଇଟମ ଗାର୍ଲ ଲଭଲିଙ୍କୁ ରାନୀ ପଣ୍ଡା ଟାର୍ଗେଟ କରିଥିଲେ। ସେ କହିଥିଲେ ଅଶ୍ଳୀଳ ନୃତ୍ୟ ପାଇଁ ରାନୀ ପଣ୍ଡାଙ୍କୁ ଖଣ୍ଡଗିରି ମନା ହେଲା। ତେବେ ଅନ୍ୟ ଯାତ୍ରାର ପାର୍ଟିର ଆଇଟମ ଗାର୍ଲଙ୍କୁ କାହିଁକି ପ୍ରଶ୍ରୟ ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ। ଷ୍ଟେଜ୍ରେ ମୋ ଭଳି ଡ୍ରେସ ଖୋଲି କେହି ରାନୀ ପଣ୍ଡା ହୋଇ ପାରିବେ ନାହିଁ । ପ୍ରଥମ ଆଇନାରେ ନିଜ ମୁହଁ ଦେଖ, ରାନୀ ପଣ୍ଡା କଣ ତମେ କଣ, ଏଭଳି ରାନୀ ଗର୍ଜନ କରିଥିଲେ।
ରାନୀ ପଣ୍ଡାଙ୍କୁ ଟାର୍ଗେଟ କରି ଲଭଲି ବି ପାଲଟା ଜବାବ ରଖିଛନ୍ତି। ସେ କହିଛନ୍ତି ତାଙ୍କ ନାଚରେ ଗୋଟିଏ ବିଟ୍ ଖରାପ ଥିଲା। ସେ ମଞ୍ଚ ତଳକୁ ଯାଇ କାହା କାନ କାମୁଡ଼ି ନାହାନ୍ତି କି କାହା କୋଳରେ ବସି ନାହାନ୍ତି। ସେ କେବଳ ମଞ୍ଚ ଉପରେ ରହି ନୃତ୍ୟ ପରିବେଷଣ କରିଥିଲେ। ଶାଢ଼ୀ ପିନ୍ଧି କଣ ଆଇଟମ୍ ଡ୍ୟାନ୍ସ କରିବି କି ବୋଲି ଲଭଲି ପ୍ରଶ୍ନ କରିଥିଲେ।