ଆଇଟମ ଡ୍ୟାନ୍ସର ରାନୀ ପଣ୍ଡାଙ୍କ ପାଖକୁ ଆସୁଛି ହଜାର ହଜାର ଅଶ୍ଳିଳ ମେସେଜ ଓ ଧମକ, ପୋଲିସକୁ ମାଗିଲେ ସୁରକ୍ଷା
5/03/2019 at 5:03 PM

ଭୁବନେଶ୍ବର୫|୩: ଜଲିଉଡ ଆଇଟମ କୁଇନ ରାନୀ ପଣ୍ଡାଙ୍କ ଫେସ ବୁକ ଆକାଉଣ୍ଟ ହ୍ୟାକ ହୋଇଥିବା ଅଭିଯୋଗ । ଏଭଳି ଅଭିଯୋଗ ଆଣିଲେ ନିଜେ ରାନୀ ପଣ୍ଡା । ତାଙ୍କୁ ଅଶ୍ଳୀଳ ମ୍ୟାସେଜ ଓ ଧମକପୂର୍ଣ କଲ ଆସୁଛି । ପୋଲିସ ତାଙ୍କୁ ସୁରକ୍ଷା ଦେଉ ବୋଲି ରାନୀ ପଣ୍ଡା ଦାବି କରିଛନ୍ତି ।

ମତେ ସୁରକ୍ଷା ଦାରକାର । ମୋ ବିରୋଧରେ ଷଡଯନ୍ତ୍ର କରାଯାଉଛି । ମୋ ପାଖକୁ ଧମକ ପୂର୍ଣ କଲ ଅସୁଛି । ମୋ ଫେସବୁକ ଆକାଉଣ୍ଟକୁ ବି ହ୍ୟାକ କରାଯାଇଛି । ହାଜାର ହାଜାର ଅଶ୍ଳୀଳ ମ୍ୟାସେଜ ଆସୁଛି ମୋ ପାଖକୁ । ପୋଲିସ ମୋତେ ସୁରକ୍ଷା ଦେଉ । ସାମ୍ବାଦିକ ସମ୍ମଳନୀ କରି ଏଭଳି ଅଭିଯୋଗ ଆଣିଲେ ଜଲିଉଡର ଚର୍ଚିତ ଆଇଟମ କୁଇନ ରାନୀ ପଣ୍ଡା । ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚିତ ହୋଇଥିବା ରାଣୀ ଏଭଳି ଅଭିଯୋଗ କରି ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ରାନୀ ଆକ୍ଟ୍ରେସ ନାମରେ ଫେସବୁକରେ ତାଙ୍କର ଅକାଉଣ୍ଟ ଥିଲା । ତେବେ ଗତ ଏକ ତାରିଖରେ କେହି ଜଣେ ଏହାକୁ ହ୍ୟାକ କରିଥିବା ରାଣୀ ଅଭିଯୋଗ କରିଛନ୍ତି । ହ୍ୟାକର ରାନୀ ଆକଟ୍ରେସ ନାମ ପରିବର୍ତନ କରି ସାଗରିକା ମହାନ୍ତି ଜ୍ୟୋତି ରଖିଥିବା ସେ କହିଛନ୍ତି ।

ସେପଟେ ଏହାକୁ ନେଇ ରାନୀ କ୍ରାଇମ ବ୍ରାଞ୍ଚ, ଡିସିପି ଭୁବନେଶ୍ବର, ମହିଳା କମିଶନ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି । ଏପରିକି ଖଣ୍ଡଗିରି ଥାନାରେ ଏ ନେଇ ଏତାଲା ଦେବେ ବୋଲି କହିଛନ୍ତି । ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ରାନୀଙ୍କ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ବିରୋଧ କରି ଯେଉଁ ସଙ୍ଗଠନଗୁଡିକ ତମ୍ବି ତୋଫାନ କରିଥିଲେ ସେହି ସଙ୍ଗଠନମାନେ ଏହି ଚକ୍ରାନ୍ତ କରିଥାଇ ପାରନ୍ତି ବୋଲିସ ରାଣୀ ଆଶଂକା କରିଛନ୍ତି । ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେଉ ବୋଲି ରାଣୀ କହିଛନ୍ତି।

ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ରାତା ରାତି ଚର୍ଚ୍ଚିତ ହୋଇଥିଲେ । ତେବେ ହଠାତ ତାଙ୍କ ଅକାଉଣ୍ଟ ହ୍ୟାକ ହେବା । ରାଣୀ ଏହାକୁ ନେଇ ସମ୍ବାଦିକ ସମ୍ମଳନୀ ଆୟୋଜନ କରିବା ପଛରେ ଅନ୍ୟ କିଛି ରହସ୍ୟ ରହିଛି ବୋଲି ଆଲୋଚନା ହେଉଛି ।
