ଯାତ୍ରା ପେଣ୍ଡାଲ ଉପରେ ବ୍ଲାଉଜ୍ ଖୋଲିଦେଉଛନ୍ତି ରାନୀ, ମହିଳା ଦର୍ଶକ କହିଲେ “ ତୁ ନାରୀ ଜାତିର କଳଙ୍କ ”

Published By : Prameya-News7 Bureau | February 24, 2019 IST

ଭୁବନେଶ୍ବର ୨୪|୨: ମଞ୍ଚ ଉପରେ ସେ ବ୍ଲାଉଜ ଖୋଲି ଦିଅନ୍ତି । ପୁଙ୍ଗୁଳା ପିଠି ଦେଖାଇ ଦର୍ଶକ ମନରେ ନିଆଁ ଲଗାଇଦିଅନ୍ତି । ଛୋଟ ଏବଂ ଉତ୍ତେଜକ ଡ୍ରେସ ପିନ୍ଧି ଦର୍ଶକଙ୍କ ହୃଦୟର ରାଣୀ ହେବାକୁ ପ୍ରୟାସ କରନ୍ତି । କେବଳ ସେତିକି ନୁହେଁ, ଯାତ୍ରା ପେଣ୍ଡାଲର ଝିଲ ମିଲ ଆଲୁଅ ଭିତରେ କେତେ କଣ ଇଷରା ଦେଇ ଘାଇଲା କରନ୍ତି ବିଳମ୍ବିତ ରାତିର ବିଦଗ୍ଧ ଦର୍ଶକଙ୍କୁ ।

{"id":88249,"align":"center","width":594,"height":888}

ନିଜକୁ ଆଇଟମ ଗର୍ଲ, ନ୍ୟୁଡ୍‌ ମଡେଲ, ବାର୍‌ ଡ୍ୟାନ୍ସର, ଭୋଜପୁରୀ ଅଭିନେତ୍ରୀ, ଓଡିଆ ଆଲବମ୍‌, ସିରିଏଲ୍‌, ସିନେମାର ଆଇଟମ ବେବୀ ବୋଲି ଦାବି କରୁଥିବା ରାନୀ ଓରଫ ପୁଷ୍ପଲତା ପଣ୍ଡା ଖଣ୍ଡଗିରି ଯାତ୍ରାରେ ବ୍ଲାଉଜ ଖୋଲିବା ପାଇଁ ଅଛନ୍ତି ବେଶ୍‌ ଚର୍ଚ୍ଚାରେ । ତାଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଆଉ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ।

wp:core-embed/youtube {"url":"https://www.youtube.com/watch?v=B5LUVAUv1sY","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=B5LUVAUv1sY
/wp:core-embed/youtube {"id":88251,"align":"center","width":592,"height":889}

 ଦର୍ଶକଙ୍କ ମନୋରଞ୍ଜନ ପାଇଁ ରାନୀ ଖାଲି ଯେ, ନିଜ ଅନ୍ତଃବସ୍ତ୍ର କାଲି ଖୋଲି ଦିଅନ୍ତି ତା ନୁହେଁ, ସେ ମଧ୍ୟ ଭଲ ଦ୍ବିଅର୍ଥ ବୋଧକ କଥା କହି ସମସ୍ତଙ୍କ ଡାର୍ଲିଂ ପାଲଟି ଯାଆନ୍ତି  । ଦର୍ଶକ କହନ୍ତି ଯାତ୍ରାରର ବହି କଣ ପଡିଛି, କେମିତି ହେଉଛି ସେସବୁ ଜାଣିବା ଆମର ଦର୍କାର ନାହିଁ । ଆମେ ଆସୁଛି ରାନୀକୁ ଦେଖିବା ପାଇଁ ... ସତରେ ଖଣ୍ଡଗିରି ଯାତ୍ରାରେ ଲାଗିଥିବା ସଚ୍ଚିଦାନନ୍ଦ ଯାତ୍ରା ପେଣ୍ଡାଲରେ ରାନୀ କରୁଛନ୍ତି କମାଲ ଆଉ ବୋବାଲ ।

{"id":88252,"align":"center","width":597,"height":896}

କେହି କେହି ସଚେତନ ଲୋକ ଯାତ୍ରାରେ ଏଭଳି କାର୍ଯ୍ୟକଳାପକୁ ଅଶ୍ଳୀଳ ବୋଲି କହିଲେଣି । ଏହା ନୈତିକ ଅବକ୍ଷୟ ବୋଲି ଚିତ୍କାର କଲେଣି । ପଇସା ପାଇଁ ଯାତ୍ରା ମାଲିକମାନେ ଅସାଧୁ ପନ୍ଥା ଧରିଲେଣି ବୋଲି ସମାଲୋଚନା କଲେଣି । ହେଲେ ରାନୀ କିନ୍ତୁ ନଛୋଡ ବନ୍ଦା । ରାନୀ କୁହନ୍ତି “ ଯିଏ ଯାହା କହୁଛି କହୁ  । ମୁଁ କଳାକାର, ମନୋରଞ୍ଜନ କରିବା ପାଇଁ ଯେ କୌଣସି ସ୍ତରକୁ ଯାଇପାରେ । ଏକ୍ସପୋଜ କରିବା ବା ଅଂଗ ପ୍ରଦର୍ଶନ କରିବାକୁ ବାହାରେ ସମସ୍ତେ ଗ୍ରହଣ କରିନେଲେଣି । ଓଡିଶା ବି ଧୀରେ ଧୀରେ ଗ୍ରହଣ କରିନେବ ।"

{"id":88253,"align":"center","width":588,"height":1048}

୨୦୧୭ ମସିହାରୁ ରାନୀ ଯାତ୍ରା ଜଗତରେ ପାଦ ଦେଇଛନ୍ତି । ସେହି ବର୍ଷ ସେ ରଙ୍ଗ ମହଲରେ ଅଭିନୟ କରି ବେଶ ନାଁ କରିଥିଲେ । ତା ପରବର୍ଷ ଅର୍ଥାତ ୨୦୧୮ରେ ଈଷ୍ଟର୍ଣ୍ଣ ଗ୍ରେଟରେ ଅଭିନୟ କଲେ । ଆଉ ଚଳିତ ବର୍ଷ ସଚ୍ଚିଦାନନ୍ଦରେ କରୁଛନ୍ତି ଧମାକା । ତାଙ୍କୁ ଯାତ୍ରା ଜଗତକୁ ଆଣିଥିବାରୁ ରଂଗମହଲର ମାଲିକ ସତ୍ୟ ଜେନାଙ୍କୁ ରାନୀ ଧନ୍ୟବାଦ ଓ କୃତଜ୍ଞତା ଜଣାନ୍ତି ।

{"id":88254,"align":"center"}

ଏଭଳି ବୋଲ୍ଡ ସିନ୍‌ ଦେବା ଫାଇଁ ରାନୀଙ୍କୁ ଅନେକଥର ଦର୍ଶକଙ୍କ ଭର୍ତ୍ସନା ଶିକାର ହେବାକୁ ପଡିଛି ବୋଲି ମଧ୍ୟ ରାନୀ ସ୍ବୀକାର କରନ୍ତି । ଥରେ ଦର୍ଶକ ଗ୍ୟାଲେରୀରେ ବସିଥିବା ଜଣେ ମହିଳା ତାଙ୍କ ପାଖକୁ ଆସି ମଞ୍ଚ ଉପରେ କହିଥିଲେ ଯେ “ ତୁ ନାରୀ ଜାତିର କଳଂକ “ । ସେଇ କଳଙ୍କକୁ ମଧ୍ୟ ରାନୀ ଚନ୍ଦନଭଳି ନିଜ ଦେହରେ ବୋଲି ହୋଇଛନ୍ତି ।

{"id":88255,"align":"center"}

ହେଲେ ରାନୀ ଏତେ ବୋଲ୍ଡ ହେଲେ କେମିତି । କଣ ତାଙ୍କର କ୍ୟାରିଅର ଗ୍ରାଫ । କୋଉଠୁ ଆସିଲେ ସିଏ । ଏମିତି ଅନେକ ପ୍ରଶ୍ନ ଦର୍ଶକଙ୍କ ମନରେ ଉଙ୍କି ମାରେ । କଣ ଖାଲି ପଇସା ପାଇଁ ରାନୀ ଏମିତି ବୋଲ୍ଡ ନା ଆଉ କିଛି କାରଣ ରହିଛି । ଆମେ ରାନୀଙ୍କୁ ସେଇ କଥା ପଚାରିଥିଲୁ ।

{"id":88257,"align":"center"}

ସଚ୍ଚିଦାନନ୍ଦ ଗଣନାଟ୍ୟ ଗୋଟିଏ ରାତି ପାଇଁ ରାନୀଙ୍କୁ କେତେ ପାରିଶ୍ରମିକ ଦିଅନ୍ତି । ରାଣୀ କହିଥିଲେ ଯେ, ତାଙ୍କ କାମ ଅନୁସାରେ ପଇସା ମିଳୁନି । କିନ୍ତୁ ସେଥିପାଇଁ ତାଙ୍କର ଦୁଃଖ ନାହିଁ କି ଅଭିଯୋଗ ନାହିଁ । ପଇସା ଅପେକ୍ଷା ଫେମସ ହେବାର ଝୁଂକରେ ପଡିଛନ୍ତି ସେ । ଫେମସ ହେବା ପାଇଁ ବା ନାଁ କମେଇବା ପାଇଁ ନିଜ ହାତରୁ ବି ସେ ପଇସା ଖର୍ଚ୍ଚ କରିପାରନ୍ତି ବୋଲି ଓଲଟି କୁହନ୍ତି । ସେଥିପାଇଁ ତ ବୋଲ୍ଡ ସିନ କଲାବେଳେ ସେ ଦର୍ଶକଙ୍କୁ ଆହ୍ବାନ ଦିଅନ୍ତି ଯେ, ତାଙ୍କ ଭିଡିଓ ରେକର୍ଡିଂ କରି ଭାଇରାଲ କରିବା ପାଇଁ ।

{"id":88269,"align":"center"}

ରାଣୀ ଫୁଲ ବିନଦାସ୍‌, ଖୁସ୍‌ ମିଜାଜ ଓ ଖୋଲାମେଲା ଝିଅ । ଦର୍ଶକଙ୍କ ଭଲ ଓ ମନ୍ଦ ଉଭୟ କମେଣ୍ଟ ତାଙ୍କ ପାଇଁ ଗଳାର ହାର । ଦର୍ଶକଙ୍କ ତାଳି ଆଉ ହ୍ବିସିଲ ରାନୀଙ୍କୁ ସତରେ ମତୁଆଲା କରେ ଆଉ ପ୍ରେରଣା ଦିଏ ନିଜକୁ ମନୋରଞ୍ଜନ ପାଇଁ ସମର୍ପିତ କରିବାକୁ । ସନି ଲିଓନି ଓ ବିଦ୍ୟା ବାଲାନଙ୍କୁ ନିଜ ଆଦର୍ଶ ବୋଲି ମାନିଥିବା ରାନୀ ତାଙ୍କ ବିରୋଧରେ ଉଠୁଥିବା ଅଭିଯୋଗକୁ ଫୁ କରି ଉଡାଇ ଦିଅନ୍ତି । ରାନୀ କୁହନ୍ତି ସେ ବାର ଡ୍ୟାନ୍ସର ଥିଲେ । ଏବେ ବି ତାଙ୍କ ପାଖରେ ବାର ଡାନ୍ସ ଲାଇସେଂସ ଅଛି ।

{"id":88259,"align":"center"}

ଓଡିଆ ଫିଲ୍ମ ମୁଁ ଦିୱାନା ତୋ ପାଇଁ, ଦିୱାନା ହେଲି ତୋ ପାଇଁ , ବିନଦାସ ରୋମିଓ, ଓମ ସାଇ ତୁଝେ ସଲାମ ଭଳି ଫିଲ୍ମରେ ସେ ଆଇଟମ ଗୀତରେ ନାଚିଛନ୍ତି । ହେଲେ ଓଡିଆ ଫିଲ୍ମ ଦୁନିଆରେ ତିଷ୍ଟି ନପାରିବା ପଛର କାରଣ କାଷ୍ଟିଂ କାଉଚ ବୋଲି ରାନୀ କୁହନ୍ତି । ସେ କୁହନ୍ତି କମ୍ପରମାଇଜ ନକରିପାରିବାରୁ ତାଙ୍କର ଆଜି ଏମିତି ଅବସ୍ଥା । ରାନୀ କହନ୍ତି ମ଼ଞ୍ଚରେ ସେ ଯାହା କରନ୍ତି ସେ ବାସ୍ତବ ଜୀବନରେ ସେମିତି ଝିଅ ନୁହଁନ୍ତି ।ବହୁ ଘାତ ପ୍ରତିଘାତ ଓ ସଂଘର୍ଷ କରି ନିଜ ଗୋଡରେ ନିଜେ ଠିଆ ହୋଇଛନ୍ତି ।

{"id":88260,"align":"center"}

କଳାକାର ହେବାର ଆକର୍ଷଣ ଏବଂ ହିରୋଇନ ହେବାର ମୋହରେ ପଡି ୧୧ ବର୍ଷ ବୟସରେ ରାନୀ ଘର ଛାଡିଥିଲେ । ଏକ ଅନିଶ୍ଚି ଭବିଷ୍ୟତ ଆଡକୁ ଗୋଡ  ବଢାଇଥିଲେ । ରାନୀଙ୍କ ଜନ୍ମ ୧୯୮୩ ମସିହାରେ ବ୍ରହ୍ମପୁରର ଏକ ସଂଭ୍ରାନ୍ତ ପରିବାରରେ । ପିଲାବେଳୁ ରାଣୀ ବହୁତ ସୁନ୍ଦର । ଜଣେ ଦଲାଲ ହାବୁଡରେ ପଡିଯାଇଥିଲେ ରାନୀ । ରାନୀଙ୍କ ଭିତରେ ହୀରୋଇନ ହେବାକୁ ଥିବା ପ୍ରଚଣ୍ଡ ଇଚ୍ଛାକୁ ଦଲାଲ ବେଶ ଭଲଭାବେ ପଢିସାରିଥିଲା । ତାର ଫାଇଦା ନେଇ ସେ ରାନୀର ବ୍ରେନୱାସ କରିଥିଲା । କହିଥିଲା ସେ ରାନୀକୁ ହିରୋଇନ କରିଦେଇପାରିବ ।

{"id":88261,"align":"center"}

ତାର ପ୍ରଲୋଭନର ଶିକାର ହୋଇ ରାନୀ ଛାଡିଥିଲେ ଘର । ହେଲେ ଦଲାଲ ଦେଇଥିଲା ସାଂଘାତକ ଧୋକା । ...ରାନୀ ବୁଝି ପାରିନଥିଲେ କଣ କରିବେ । ଘରକୁ ଫେରିବାର ରାସ୍ତା ସେ ନିଜେ ବନ୍ଦ କରିଦେଇଥିଲେ । ଏପଟେ ଆଗକୁ ରାସ୍ତା ବି ଦିଶୁ ନଥିଲା ।ପାଇଦା ଉଠାଇବା ପରେ ଦଲାଲ ହୋଇଯାଇଥିଲା ଫେରାର ।

{"id":88262,"align":"center"}

ସେଇ କଅଁଳ ବୟସରେ ରାନୀ ନିଜ ଦାୟିତ୍ବ ନିଜେ ମୁଣ୍ଡାଇଥିଲେ । ନିଜେ ସାଜିଥିଲେ ନିଜ ଅଭିଭାବକ । ଦୁଇରାତି ରାୟପୁରର ପ୍ଲାଟଫର୍ମରେ ଅଖିଆ ଅପିଆ ଶୋଇବା ପରେ  ବାହାରିଥିଲେ ନିଜ ସ୍ବପ୍ନର ପିଚ୍ଛା କରିବା ପାଇଁ । ହୋଟେଲରେ ବାସନ ମାଜିବାଠୁ ପରଘରେ କାମ କରିବା ଯାଏଁ ସବୁ କରିବାକୁ ପଡିଛି ରାନୀଙ୍କୁ । ବାରଂବାର ଧୋକା ବି ଖାଇଛନ୍ତି । ହେଲେ ନିଜ ସ୍ବପ୍ନର ପିଚ୍ଛା କରିବା ଛାଡି ନାହାନ୍ତି ଆଜି ଯାଏ ।

{"id":88264,"align":"center"}

କଳା ଦୁନିଆରେ ପପୁ ପମପମଙ୍କୁ ରାନୀ ଗଡ ଫାଦର ବୋଲି କହନ୍ତି । ପପୁଙ୍କ ସହ ଡିଂ ଡଂ ଏକ୍ସକ୍ୟୁଜ ମି ରେ ଅଭିନୟ କରିଛନ୍ତି । ସେହିଭଳି ସେ ତରଂଗର ଦେବୀ, କଲର୍ସ ଓଡିଆର ତପସ୍ୟା, ଏମବିସିର ଚାନ୍ଦନା ତୁମେ ତାରାରେ ମଧ୍ୟ ଅଭିନୟ କରିଛନ୍ତି । ବହୁ ସମ୍ବଲପୁରୀ ଆଲବମ ଏବଂ ଭଜନରେ ଅଭିନୟ କରିଛନ୍ତି ରାନୀ ।

{"id":88267,"align":"center"}

ଏବେ ରାନୀ ଓଡିଆ ମ୍ୟୁଜିକ ଆଲବମ କରି ନିଜକୁ ପ୍ରତିଷ୍ଠା କରିବା ଲାଗି ଉଦ୍ୟମ କରୁଛନ୍ତି । ତାଙ୍କ ଅଭିନୀତ କେତେକ ପପୁଲାର ମ୍ୟୁଜିକ ଭିଡିଓ ମଧ୍ୟରେ ରହିଛି ଗାଇ ମାଳ ମାଳ ଷଣ୍ଢ ଦୁର୍ବଳ, ଚଢିଗଲା ଛାତିରେ ମୋ ଢମଣା ସାପ ଇତ୍ୟାଦି ।

{"id":88266,"align":"center"}

ପ୍ରେମକୁ ଘୃଣା କରନ୍ତି ରାନୀ। ପ୍ରେମ ସାଙ୍ଗରେ ଖାଲି ପ୍ରତାରଣା ହିଁ ରହିଥାଏ ବୋଲି କହନ୍ତି ସେ । ଜୀବନରେ ବହୁବାର ପ୍ରେମରେ ଧୋକା ଖାଇଥିବା ରାନୀ ଏବେ ବି ଅବିବାହିତା । ନିଜକୁ ନ୍ୟୁଡ ମଡେଲ ବୋଲି କହୁଥିବା ରାନୀର ଅନେକ ନ୍ୟୁଡ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସବୁ ଭିତରେ କିନ୍ତୁ ରାନୀ ଭିତରେ ଭିତରେ ଅନେକ କାନ୍ଦନ୍ତି ମଧ୍ୟ । ସେ କାନ୍ଦ ଆଉ ଲୁହର କାରଣ ସେ ନିଜେ ବି ଜାଣନ୍ତି ନାହିଁ ବୋଲି କୁହନ୍ତି ।

wp:core-embed/youtube {"url":"https://www.youtube.com/watch?v=keuTBuBBpQY","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=keuTBuBBpQY
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.