Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନ ରୟାଲ୍ସକୁ ୨୨୨ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗସ୍‌ : କେ.ଏଲ. ରାହୁଲ, ଦୀପକ ହୁଡାଙ୍କ ବିସ୍ଫୋରକ ଅର୍ଦ୍ଧଶତକ
  • ||
  • ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ
  • ||
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||

ଭାରତର ଏହି କମ୍ପାନୀ ଲଞ୍ଚ କଲା ବିଶ୍ବର ସବୁଠୁ ଦାମୀ ଚକୋଲେଟ୍ : ଜାଣନ୍ତୁ ଏହାର ମୂଲ୍ୟ

23/10/2019 at 3:21 PM

ନୂଆଦିଲ୍ଲୀ ୨୩/୧୦: ଅନେକ ସେକ୍ଟରରେ କାମ କରୁଥବା ଆଇଟିସି କମ୍ପାନୀ ସବୁଠୁ ଦାମୀ ଚକୋଲେଟ୍ ଲଞ୍ଚ କରିଛି। ଏହି ଚକୋଲେଟର ମୂଲ୍ୟ ପ୍ରତି କିଲୋଗ୍ରାମକୁ ପାଖାପାଖି ୪.୩ଲକ୍ଷ ଟଙ୍କା। ଆଇଟିସି ଚକୋଲେଟକୁ ନିଜର ଫାବଲ୍ ବ୍ରାଣ୍ଡ ଜରିଆରେ ଲଞ୍ଚ କରିଛି। ଏହା ଗିନିଜ ଓ୍ବାଲର୍ଡ଼ ରେକର୍ଡ଼ରେ ସାମିଲ ହୋଇଯାଇଛି। ଏହା ପୂର୍ବରୁ ୨୦୧୨ମସିହାରେ ଡେନମାର୍କର ଆର୍ଟିସନ୍ ଫ୍ରିଟଜ ବିଶ୍ବର ସବୁଠୁ ଦାମୀ ଇଣ୍ଡିଭିଜୁଲ୍ ଚକୋଲେଟ ଥିଲା। ଏହି ଚକୋଲେଟର ମୂଲ୍ୟ ପ୍ରତି କିଲୋଗ୍ରାମକୁ ପାଖାପାଖି ୩.୩୯ ଲକ୍ଷ ଟଙ୍କା।

ଏହା କାଠ ବାକ୍ସରେ ଉପଲବ୍ଧ ହେବ। ଏଥିରେ ୧୫ଗ୍ରାମର ୧୫ଟି ଟ୍ରଫଲ୍ସ ରହିବ। ଏହି ବାକ୍ସର ମୂଲ୍ୟ ସମସ୍ତ ଟ୍ୟାକ୍ସକୁ ମିଶାଇ ଏକ ଲକ୍ଷ ଟଙ୍କା ହେବ।

ଏହି ଚକୋଲେଟ୍ ଭଲ ବ୍ୟବସାୟ କରିବ ବୋଲି ସମସ୍ତଙ୍କର ଆଶା ରହିଛି। ଏଥିପାଇଁ ଏହାକୁ ଦୀପାବଳି ପୂର୍ବରୁ ଲଞ୍ଚ କରାଯାଇଛି।

ଆଇଟିସି ଫାବଲ୍ ବ୍ରାଣ୍ଡ ଜରିଆରେ ପ୍ରିମିୟମ୍ ଚକୋଲେଟର ଆରମ୍ଭ ୨୦୧୬ମସିହାରୁ କରିଥିଲେ। ଏହି କମ୍ପାନୀ ନିଜର ପ୍ରିମିୟମ୍ ଚକୋଲେଟକୁ ଲକ୍ଜରି ହୋଟେଲ୍ ଏବଂ ବଡ଼ ବଡ଼ ସହରରେ ବିକ୍ରି କରୁଛି।



ପ୍ରିମିୟମ୍ ଚକୋଲେଟକୁ ପ୍ରସ୍ତୁତ କରିବା ପାଇଁ କମ୍ପାନୀ ବିଶ୍ବର ସବୁଠୁ ବଡ଼ ସେଫଙ୍କୁ ରଖିଛି। କମ୍ପାନୀ ନିକଟରେ ଅନେକ ଶସ୍ତା ଚକୋଲେଟ୍ ମଧ୍ୟ ଲଞ୍ଚ କରିଛି।




   Related Posts