ଯୋଗ ଦିବସରେ ଲୋକେ ତ ଲୋକେ ଆଇଟିବିପି ଘୋଡା ଓ କୁକୁର ବି କଲେ ଯୋଗ

Published By : Prameya-News7 Bureau | June 21, 2019 IST

ସାରା ବିଶ୍ୱରେ ଶୁକ୍ରବାର ପାଳିତ ହୋଇଛି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗଦିବସ ପାଇଁ ଗ୍ରୀଷ୍ମର ତାତିକୁ ବି ଖାତିର କରିନାହାନ୍ତି  ରାଜଧାନୀ ଦିଲ୍ଲୀବାସୀ। ଯୋଗ କରିବା ପାଇଁ ଘରୁ ବାହାରକୁ ଆସିଥିଲେ ଲୋକେ । ଦେଶର ପ୍ରତ୍ୟେକ ଅଞ୍ଚଳରେ ଯୋଗ ଦିବସ ପାଳିତ ହୋଇଥିବା ବେଳେ ଏଥିରେ ସାମିଲ ଲୋକେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଯୋଗ କରିଛନ୍ତି।   ପ୍ରତ୍ୟେକ ବର୍ଗ ଓ ବୟସର ଲୋକଙ୍କୁ ଯୋଗ କରୁଥିବା ଦେଖାଯାଇଛି। ଲୋକେ ତ ଲୋକେ ସେନାର ଘୋଡା ଓ କୁକୁରଙ୍କୁ ମଧ୍ୟ ଯୋଗଦିବସରେ ଯୋଗ କରୁଥିବା ଦେଖାଯାଇଛି।

{"id":125522}

ଇଣ୍ଡୋ ତିବତ ସୀମା ପୋଲିସ ସମେତ ସେମାନଙ୍କ ଘୋଡା ଓ କୁକୁର କେବଳ ଯୋଗାଭ୍ୟାସ କରି ନାହାନ୍ତି ଯୋଗ କଳାର ଅନନ୍ୟ ପ୍ରଦର୍ଶନ କରିଥିବା ଦେଖାଯାଛି। ଦେଶର ବିସ୍ତୃତ ଅଞ୍ଚଳରେ ଏବେ ଭିଷଣ ଗ୍ରୀଷ୍ମ ଅନୁଭୂତ ହେଉଛି। ଏଥିରେ ପାଳିତ ହୋଇଥିବା ଯୋଗଦିବସକୁ ଲୋକେ ବେଶ୍ ଆଗ୍ରହର ସହ ପାଳନ କରିଥିଲେ ହେଁ ଯୋଗମୁଦ୍ରାରେ ଝାଳରେ ଗାଧୋଉଥିବା ଦେଖାଯାଇଛି। ତେବେ ଆଇଟିବିପିର ସଦସ୍ୟମାନେ କିନ୍ତୁ ଏହି ପ୍ରସଙ୍ଗରେ ବେଶ୍ ଭାଗ୍ୟବାନ ଥିଲେ। ହିମାଳୟର ଶିତୁଆ ଓ ଶାନ୍ତ ବାତାବରଣରେ ଦୀର୍ଘ ସମୟ ଧରି ଏମାନେ ଯୋଗ କଳା ପ୍ରଦର୍ଶନ କରିଥିଲେ।

{"id":125523}

ତେବେ କଷ୍ଟକର ଓ ବିପଦପୂର୍ଣ୍ଣ ପରିସ୍ଥିତିରେ ଯେଉଁମାନେ ଯୋଗ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ମୁମ୍ବାଇରେ ମୁତୟନ ଥିବା ବିମାନବାହୀ ପୋତ ଆଇଏନଏସ୍ ବିରାଟରେ ମୁତୟନ ଥିବା ନୌସେନା କର୍ମଚାରୀ। ଯଦିଓ ଏଠାରେ ସୈନିକଙ୍କ ଯୋଗ ବେଶ ରଚନାତ୍ମକ ଥିଲା ତଥାପି ଭୂମି ବାହାରେ ଜଳରେ ଭାସମାନ ଯୋଗଭ୍ୟାସ ଥିଲା ବାସ୍ତବିକ କ।ଷ୍ଟକର.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.