Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଦେବଦୁତ ସାଜିଲେ ଯବାନ ; ଜୀବନକୁ ବାଜି ଲଗାଇ ମହିଳାଙ୍କ ଜୀବନ ବଞ୍ଚାଇଲେ ଯବାନ

18/07/2018 at 11:46 AM

ନକ୍ସଲପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଲେ ଜବାନ । ଯନ୍ତ୍ରଣାରେ ପିଡିତ ଜଣେ ଆଦିବାସୀ ମହିଳାଙ୍କୁ ଭାରରେ ବୋହି ଦିର୍ଘ ୧୦ କିଲୋମିଟର କାଦୁଅ ପଚ ପଚ ରାସ୍ତା ଅତିକ୍ରମ କଲେ ଆଇ.ଟି.ବି.ପିର ଜବାନ । ମାଲକାନଗିରି ଜିଲ୍ଲା ସିମାନ୍ତ ଛତିଶଗଡର କୋଣ୍ଡାଗାଓ ଜିଲ୍ଲାରେ ଦେଖିବାକୁ ମିଳିଛି ମାନବିକତାର ଏହି ଉଦାହରଣ । ଆଗକୁ ନକ୍ସଲଙ୍କ ସହିଦ ସପ୍ତାହ ରହିଥିବାରୁ ଆଜି ସକାଳେ କୋଣ୍ଡାଗାଓ ଜିଲ୍ଲା ଅନ୍ତର୍ଗତ ହାଡଲେ ଗାଁରେ ଥିବା ୪୧ ବାଟାଲିଆନ ଆଇ.ଟି.ବି.ପି କ୍ୟାମ୍ପର ଜବାନମାନେ ଅପରେସନ ଲାଗି ହାଡଲି ଜଙ୍ଗଲକୁ ଯାଉଥିଲେ । ତେବେ ରାସ୍ତାରେ ଦେଖିଥିଲେ ଯେ ଆଠ ଦିନ ତଳେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିବା ସରସ୍ବତୀ ୟାଦବ ନାମକ ଜଣେ ଆଦିବାସି ମହିଳା ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି । ଜବାନମାନେ ଏହାକୁ ଦେଖି ତୁରନ୍ତ ନକ୍ସଲ ଅପରେସନ ବନ୍ଦ କରି ଆରମ୍ଭ କରିଥିଲେ ମହିଳାଙ୍କ ଜୀବନ ବଞ୍ଚାଇବା ଅପରେସନ । ରାସ୍ତାରେ ଲ୍ୟାଣ୍ଡମାଇନ ଲାଗିଥିବାର ଭୟ ନକରି ଜବାନମାନେ ମହିଳାଙ୍କୁ ଭାରରେ ଆଣ୍ଠୁଏ କାଦୁଅରେ ଭାରରେ ବୋହି ବୋହି ଆଇ.ଟି.ବି.ପି କ୍ୟାମ୍ପକୁ ଆଣିଥିଲେ । ସେଠାରେ ଜବାନଙ୍କ ଲାଗି ଥିବା ଡାକ୍ତର ମହିଳାଙ୍କ ଚିକିତ୍ସା କରିଥିଲେ । ଠିକ ସମୟରେ ସ୍ବାସ୍ଥ୍ୟସେବା ମିଲିବାରୁ ମହିଳାଙ୍କ ଜୀବନ ବଞ୍ଚିଯାଇଛି । ଗତ ୧୩ ତାରିଖ ଦିନ ମଧ୍ୟ ଆଇ.ଟି.ବି.ପିର ଏହି ଜବାନମାନେ ଖୋର୍ସାନାଡ ଜଙ୍ଗଲକୁ ଯାଉଥିବା ବେଳେ ଆଉ ଜଣେ ଛଟପଟ ହେଉଥିବା ରୋଗୀଙ୍କୁ ଭାରରେ ବୋହି ହାଡଲେ ପୋଲିସ କ୍ୟାମ୍ପକୁ ଆଣିଥିଲେ ।

   Related Posts