Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଲଦାଖ ଓ ସିକ୍କିମରେ ୧୮ ହଜାର ଫୁଟ ଉଚ୍ଚରେ ଯୋଗ କଲେ ଆଇଟିବିପି ଯବାନ

21/06/2020 at 2:23 PM

ଶ୍ରୀନଗର ୨୧/୦୬ : ଆଜି ଷଷ୍ଠ ଯୋଗ ଦିବସ | ଜୁନ ୨୧ ତାରିଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଏ | ସାଧାରଣ ଭାବେ ହଉ କିମ୍ବା ବିଶେଷ ଭାବେ ହେଉ ଯୋଗ ଦିବସରେ ସମସ୍ତେ ଯୋଗ କରିଛନ୍ତି |

ଶିକ୍କିମ ଓ ଲଦାଖର ଖରଦୁଙ୍ଗ ଲାରେ ୧୮ ହଜାର ଫୁଟ ଉଚ୍ଚରେ ଆଇଟିବିପି ଯବାନ ଯୋଗ କରିଛନ୍ତି | ଭାରତୀୟ ସେନା ଜାମ୍ମୁ କାଶ୍ମୀର ଲାଇଟ ଇନଫେନଟ୍ରି ବାଟାଲିୟନ ମଧ୍ୟ ଶ୍ରୀନଗରରେ ଯୋଗ କରିଛନ୍ତି |

ଦେଶର ଅଲଗା ଅଲଗା ସ୍ଥାନର ଫଟୋ ସାମ୍ନାକୁ ଆସିଛି | ଯୋଗ ଦିବସ ୨୦୧୫ ମସିହା ଜୁନ ୨୧ ତାରିଖରେ ଆରମ୍ଭ ହୋଇଥିଲା | ଚଳିତ ବର୍ଷ ଯୋଗ ଦିବସର ଥିମ ହେଲା, ‘ଯୋଗ ଫର ହେଲ୍ଥ, ଯୋଗ ଫ୍ରମ ହୋମ’ |

ଆୟୁଷ ମନ୍ତ୍ରାଳୟ ଚଳିତବର୍ଷ ଲେହ ଠାରେ ଯୋଗ ଦିବସରେ ବଡ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଥିଲେ | କିନ୍ତୁ କରୋନା ମହାମାରୀ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଥିଲା |

ପ୍ରତିବର୍ଷ ଯୋଗ ଦିବସରେ ଅଲଗା ଅଲଗା ଥିମ ରଖାଯାଇଥାଏ

୨୦୧୫ ମସିହାରେ ଥିମ ଥିଲା ଯୋଗ ଫର ହାର୍ମୋନି ଆଣ୍ଡ ପିସ (yoga for harmony)

୨୦୧୬ ମସିହାରେ ଥିମ ରଖାଯାଇଥିଲା କଣ୍ଟାକ୍ଟ ଦ ୟୁଥ (contact the youth)

୨୦୧୭ ମସିହାରେ ଥିମ ଥିଲା ଯୋଗ ଫର ହେଲ୍ଥ (yoga for health)

୨୦୧୮ ମସିହାରେ ଥିମ ଥିଲା ଯୋଗ ଫର ପିସ (yoga for peace)

୨୦୧୯ ମସିହାରେ ଥିମ ରଖାଯାଇଥିଲା ଯୋଗ ଫର ହାର୍ଟ (yoga for heart)

୨୦୨୦ ମସିହାରେ ଥିମ ଥିଲା ଯୋଗ ଫର ହୋମ ଆଣ୍ଡ ଯୋଗ ଫର ଫ୍ୟାମିଲି (yoga for home and for family)

   Related Posts