୧୮ ହଜାର ଫୁଟ ଉଚ୍ଚରେ ଉଡିଲା ତ୍ରିରଙ୍ଗା : ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ, ଛୁଟିଲା ଲୋକଙ୍କ ପ୍ରଶଂସାର ସୁଅ

Published By : Prameya-News7 Bureau | January 26, 2019 IST

ଲଦାଖ ୨୬/୧ : ଗଣତନ୍ତ୍ର ଦିବସ ଅବସରରେ ଲଦାଖରେ ୧୮ ହଜାର ଫୁଟ ଉଚ୍ଚରେ ଆଇଟିବିପି ଯବାନ, ମାଇନସ ୩୦ ଡିଗ୍ରୀ ତାପମାତ୍ରାରେ ତ୍ରିରଙ୍ଗା ପତାକା ଉଡାଇଛନ୍ତି | ଏହାସହ ଯବାନମାନେ "ଭାରତ ମାତ କି ଜୟ" ନାରା ଦେଇଥିଲେ | ଆଇଟିବିପି ଟ୍ୱିଟରରେ ଯବାନଙ୍କ ପତାକା ଉଡାଇବା ଭିଡିଓ ପୋଷ୍ଟ କରିଛି | ଲାଦଖ ଭାରତ ଚୀନ ସୀମାରେ ଅବସ୍ଥିତ | ଏଠାରେ ଯେକୌଣସି ମୁହୂର୍ତ୍ତରେ ଚୀନର ଆକ୍ରମଣ ଆଶଙ୍କା ରହିଥାଏ | ଡୋକଲାମ ବିବାଦ ପରେ ଏହି ଅଂଚଳରେ ଭାରତୀୟ ସେନା ସୁରକ୍ଷା ବଢ଼ାଇ ଦେଇଛି |


ଭିଡିଓରେ ଦେଖିବାକୁ ମିଳିଛି, କିଭଳି ଆଇଟିବିପି ଯବାନ ବରଫ ଚାଦରରେ ଘୋଡେଇ ହୋଇଥିବା ହିମାଳୟରେ ତ୍ରିରଙ୍ଗା ପତାକା ଧରି ଚାଲୁଛନ୍ତି | ଶରୀର କୋଲପ୍ସ ହେଲା ଭଳି ଥଣ୍ଡାରେ ମଧ୍ୟ ଯବାନ ଗୋଟିଏ ହାତରେ ବନ୍ଧୁକ ଏବଂ ଅନ୍ୟ ହାତରେ ତ୍ରିରଙ୍ଗା ଧରି "ଭାରତ ମାତ କି ଜୟ" ଗାନ କରି ଚାଲିଛନ୍ତି | ଏଠାରେ ତାପମାତ୍ରା -୩୦ରୁ ୪୦ ଡିଗ୍ରୀ ରହିଥାଏ | ଏହି ଜାଗାର ଉଚ୍ଚତା ୯ ହଜାର ଫୁଟରୁ ୨୦ ହଜାର ଫୁଟ ରହିଛି |


ଆଇଟିବିପି ଏହି ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଭିଡିଓ ଭାଇରାଲ ହେବାରେ ଲାଗିଛି | ଭିଡିଓ ଦେଖି ଲୋକେ ଯବାନଙ୍କ ବୀରତ୍ୱ ଏବଂ ସାହାସିକତାକୁ ପ୍ରଶଂସା କରିଛନ୍ତି | ଲୋକେ ଯବାନମାନଙ୍କୁ ସେଲ୍ୟୁଟ କରିବା ସହ ଗଣତନ୍ତ୍ର ଦିବସର ଶୁଭକାମନା ମଧ୍ୟ ଦେଇଛନ୍ତି |


ଲାଦଖରେ ଏବେ ପାଗ ବହୁତ ଥଣ୍ଡା ରହିଛି | ଏଠାରେ ଅନେକ ଜାଗାକୁ ରାସ୍ତା ନାହିଁ | ଯେଉଁସବୁ ରାସ୍ତା ଅଛି ସେ ବରଫ ଚାଦରରେ ଘୋଡେଇ ହୋଇଯାଇଥାଏ | ଏଭଳି ଜାଗାରେ ସୀମାରେ ଯବାନ ଛିଡା ହୋଇ ଦିନ ରାତି ପହରା ଦେଉଛନ୍ତି | ବେଳେବେଳେ ଯବାନ ୫/୬ ଦିନ ପର୍ଯ୍ୟନ୍ତ ବେସ୍‌ କ୍ୟାମ୍ପକୁ ମଧ୍ୟ ଆସିପାରିନଥାନ୍ତି | କ୍ୟାମ୍ପକୁ ନ ଆସିପାରିଲେ ଯବାନ ଇଗଲୁ ତିଆରି କରି ରହନ୍ତି |


ଗଣତନ୍ତ୍ର ଦିବସ ପୂର୍ବରୁ ଅନ୍ତର୍ଜାତୀୟ ଯୋଗ ଦିବସରେ ମଧ୍ୟ ଏହି ଯବାନମାନେ ବରଫାବୃତ୍ତ ପାହାଡ ଉପରେ ଯୋଗ କରିଥିଲେ |

wp:core-embed/twitter {"url":"https://twitter.com/i/status/1089040791576723458","type":"rich","providerNameSlug":"twitter","className":""}
https://twitter.com/i/status/1089040791576723458
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.