ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଲେ ଜବାନ

Published By : Prameya-News7 Bureau | July 13, 2018 IST

ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଲେ ଜବାନ । ଜଣେ ରୋଗ ଆକ୍ରାନ୍ତ ଆଦିବାସି ମହିଳାଙ୍କୁ ଭାରରେ ବୋହି ଦିର୍ଘ ୧୦ କିଲୋମିଟର କାଦୁଅ ପଚ ପଚ ରାସ୍ତା ଅତିକ୍ରମ କଲେ ଆଇ.ଟି.ବି.ପିର ଜବାନ । ମାଲକାନଗିରି ଛତିଶଗଡ ସିମାନ୍ତ କୋଣ୍ଡାଗାଓ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ମାନବିକତାର ପରିଚୟ । ଆଗକୁ ନକ୍ସଲ ପନ୍ଥିଙ୍କ ସହିଦ ସପ୍ତାହ ରହିଥିବାରୁ ଆଜି ସକାଳେ କୋଣ୍ଡାଗାଓ ଜିଲ୍ଲା ଅନ୍ତର୍ଗତ ହାଡଲେ ଗାଁରେ ଥିବା ୪୧ ବାଟାଲିଆନ ଆଇ.ଟି.ବି.ପି କ୍ୟାମ୍ପର ଜବାନ ମାନେ ଅପରେସନ ଲାଗି ଖୋର୍ସାନାଡ ଜଙ୍ଗଲକୁ ଯାଉଥିବା ବେଳେ ଜଣେ ଆଦିବାସି ମହିଳା ଛାତିରେ ଯନ୍ତ୍ରଣା ଯୋଗୁଁ ଛଟ ପଟ ହେଉଥିବା ଦେଖିବାକି ପାଇଥିଲେ । ଜବାନ ମାନେ ତୁରନ୍ତ ନକ୍ସଲ ଅପରେସନ ବନ୍ଦ କରି ଆରମ୍ଭ କରିଥିଲେ ମହିଳାଙ୍କ ଜିବନ ବଞ୍ଚାଅ ଅପରେସନ । ରାସ୍ତାରେ ଲ୍ୟାଣ୍ଡ ମାଇନର ଭୟ ନକରି ଜବାନ ମାନେ ମହିଳାଙ୍କୁ ଭାରରେ ବୋହି ହାଡଲେ ଆଇ.ଟି.ବି.ପି କ୍ୟାମ୍ପକୁ ଆଣିଥିଲେ । ସେଠାରେ ଜବାନଙ୍କ ଲାଗି ଥିବା ଡାକ୍ତର ମହିଳାଙ୍କ ଚିକିତ୍ସା କରିଥିଲେ । ଠିକ ସମୟରେ ଡାକ୍ତର ପାଖରେ ପହଞ୍ଚି ପାରିଥିବାରୁ ମହିଳା ଜିବନ ବଞ୍ଚିଯାଇଛି ଆଉ ଜବାନ ମାନେ ପୁଣି ଥରେ ପ୍ରସଂଶାର ପାତ୍ର ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.