ସାବାସ୍… ପ୍ରସୂତୀଙ୍କୁ ସହାୟତା କରି ମନ ଜିଣିଲେ ଆଇଟିବିପି ଯବାନ

Published By : Prameya-News7 Bureau | December 12, 2019 IST

ମାଲକାନଗିରି ୧୨।୧୨: ନକ୍ସଲ ପ୍ରବଣ ଅଞ୍ଚଳରେ ଦେବଦୂତ ସାଜିଲେ ଯବାନ । ପ୍ରସବ ଯନ୍ତ୍ରଣାରେ ଛଟ ପଟ ହେଉଥିବା ଆଦିବାସୀ ମହିଳାଙ୍କୁ ଭାରରେ ବୋହି ଦୀର୍ଘ ୧୨ କିଲୋମିଟର ଜଙ୍ଗଲିଆ ରାସ୍ତା ଅତିକ୍ରମ କଲେ ଆଇଟିବିପି ଯବାନ । ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ମାନବିକତାର ଚିତ୍ର । 

{"id":196668,"sizeSlug":"large"}

ସୂଚନାଯୋଗ୍ୟ ଯେ, ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ଗାଁରେ ଥିବା ଆଇଟିବିପି କ୍ୟାମ୍ପର ଯବାନମାନେ କୁମ୍ବିଂ ଅପରେସନ ଲାଗି ଟହକାଦଣ୍ଡ ଜଙ୍ଗଲକୁ ଯାଉଥିବାବେଳେ ଜଣେ  ଆଦିବାସୀ ମହିଳାଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ । ଏହାପରେ ଯବାନମାନେ ସେହି ସ୍ଥାନକୁ ଯାଇ ମହିଳାଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ। ନକ୍ସଲ ଅପରେସନ ବନ୍ଦ କରି ତୁରନ୍ତ ଆରମ୍ଭ କରିଥିଲେ ଆଦିବାସୀ ମହିଳାଙ୍କ ଜୀବନ ବଞ୍ଚାଅ ଅଭିଯାନ ।

{"id":196669,"sizeSlug":"large"}

ଘଞ୍ଚ ଜଙ୍ଗଲ ସାଙ୍ଗକୁ ପାଦେ ପାଦେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନକୁ ଖାତିର ନକରି ଯବାନମାନେ ମହିଳାଙ୍କୁ ବାଉଁଶ ଷ୍ଟ୍ରେଚରରେ ବୋହି ବୋହି ଆଣିଥିଲେ । ତେବେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଅଧିକ ହେବାରୁ ରାମକୃଷ୍ଣ ମିଶନକୁ ଖବର ଦେଇଥିଲେ । ରାମକୃଷ୍ଣ ମିଶନର ଏକ ମହିଳା ଦଳ ଯବାନଙ୍କ ନିକଟରେ ପହଞ୍ଚି ଘଞ୍ଚ ଜଙ୍ଗଲ ଭିତରେ ମହିଳାଙ୍କ ପ୍ରସବ କରାଇଥିଲେ । ଏମିତିକି ମହିଳାଙ୍କ ପ୍ରସବ ସମୟରେ କପଡାର ଆବଶ୍ୟକତା ପଡିବାରୁ ଏହି ଆଇଟିବିପି ଜବାନ ମାନେ ନିଜର ପୋଷାକ ମଧ୍ୟ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.