Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସାବାସ୍ ସୈନିକ: ପଥର ମାଡରେ ହୋଇଥିଲା ଯୁବକଙ୍କ ମୃତ୍ୟୁ, କାନ୍ଧରେ ବୋହି ୨୫ କିମି ଦୂର ଘରେ ପହଞ୍ଚାଇଲେ ଆଇଟିବିପି ଯବାନ, ଲାଗିଲା ୮ ଘଣ୍ଟା

2/09/2020 at 2:35 PM

ପିଠୋରାଗଡ ୦୨/୦୯ : ମାନବିକତାର ବଳିଷ୍ଠ ଉଦାହରଣ ସୃଷ୍ଟି କରିଛନ୍ତି ଆଇଟିବିପି ଯବାନ। ଶତ୍ରୁ ପାଇଁ କଠୋରଏହି ଯବାନମାନେ ଜଣେ ସାଧାରଣ ଲୋକ ପାଇଁ ହୋଇପାରନ୍ତି ସମ୍ବେଦନଶୀଳ। କେବଳ ସମ୍ବେଦନଶୀଳ ନୁହନ୍ତି, ତାକୁ ଅତି ଦୟାଳୁ ବି କୁହାଯାଇପାରେ। ଆମେ ଏହା କହୁଛୁ ସୀମାରେ ନିୟୋଜିତ ଇଣ୍ଡୋ-ତିବ୍ଦତ ବର୍ଡର ପୋଲିସ (ଆଇଟିବିପି)ର ଏପରିଏକ ପଦକ୍ଷେପ ନେଇ। ଜଣେ ସାଧାରଣ ନାଗରିକଙ୍କ ମୃତ ଦେହକୁ ତାଙ୍କ ଘରେ ପହଞ୍ଚାଇଲେ ଆଇଟିବିପି ଯବାନ। କିନ୍ତୁ ଏହା ପଛର ଘଟଣାକ୍ରମ ଆହୁରି ପ୍ରଶଂସନୀୟ। ଦୀର୍ଘ ୮ ଘଣ୍ଟା ମୃତଦେହକୁ କାନ୍ଧରେ ବୋହିଲେ ୨୫ କିମି ଦୀର୍ଘ ବାଟ ଅତିକ୍ରମ କଲେ। ଘଟଣାଟି ଘଟିଛି ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲ୍ଳାରେ। ସୁଇନି ଗାଁରୁ ୨୫ କିିମ ଦୂର ମୁନସିଆରି ଗାଁରେ ଜଣେ ଯୁବକଙ୍କର ପଥର ମାଡରେ ମୃତ୍ୟୁ ଘଟିଥିଲା। ୩୦ ବର୍ଷୀୟ ମୃତ ବ୍ୟକ୍ତିଙ୍କ ବାବଦରେ ସ୍ଥାନୀୟ ଲୋକ ଆଇଟିବିପି ଯବାନଙ୍କୁ ଜଣାଇ ଥିଲେ। ଆଉ ତା ପରେ ଦାୟିତ୍ବ ନେଇଥିଲେ ଆଇଟିବିପି ଯବାନ।


ଅଗଷ୍ଟ ୩୦ରେ ଘଟଣା ବାବଦରେ ଜାଣିବା ପରେ ସେହି ସ୍ଥାନରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ଗାଡି ଯା’ଆସ କରିବା ସମ୍ଭବପର ହେଲା ନାହିଁ। ଏ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କ ସାହାଯ୍ୟ କ୍ରମେ ଆଇଟିବିପି ଯବାନ ଷ୍ଟ୍ରେଚରରେ ଶବକୁ କାେନ୍ଧଇ ସୁନେଇରୁ ୨୫ କିିମ ଦୂର ମୁନସିଆରି ଅଭିମୁଖେ ଚାଲିଲେ।

ଯଦିଓ ମୁନିସଆରି ରାସ୍ତା ଖାଲଢ଼ିପ ଓ ପଥୁରିଆ ଥିଲା ତଥାପି ସେମାନେ ହାର୍ ମାନି ନ ଥିଲେ। ସମସ୍ୟା ହୋଇଥିଲେ ବି ସେମାନେ ନ ଥକି ସେମିତି ଶବକୁ କାନ୍ଧେଇ ପରିବାର ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଆଗକୁ ଯିବାରୁ ଓହରି ନ ଥିଲେ।
ଅଗଷ୍ଟ ୩୦ ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ତାଙ୍କର ଏ ଯାତ୍ରା ସନ୍ଧ୍ୟା ୬.୩୦ରେ ଶେଷ ହୋଇଥିଲା। ୮ଜଣ ଯବାନ ଶବକୁ ବୋହି ସୁନେଇରୁ ୨୫ କିିମ ବାଟ ଯାତ୍ରା କରିଥିଲେ ୮ ଘଣ୍ଟା ପରେ ସେମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ।

   Related Posts