Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଜଣେବି ଆକ୍ରାନ୍ତଙ୍କ ହୋଇନି ମୃତ୍ୟୁ, ସଂକ୍ରମିତ ହୋଇନାହାନ୍ତି ଡାକ୍ତରୀ ଟିମ୍, ବିଶ୍ୱର ସର୍ବ ବୃହତ୍ତ କରୋନା କେୟାର ସେଣ୍ଟରରେ ସମ୍ଭବ କରିଛି ITBP

20/09/2020 at 6:18 PM

ନୂଆଦିଲ୍ଲୀ ୨୦।୯: କରୋନା ସଂକ୍ରମଣ ଏବେ ଭାରତରେ ତାର ଚରମରେ ପହଞ୍ଚିଛି। ସାରା ଦେଶରେ ଦୈନିକ ୧ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଥିରେ ରାଜଧାନୀ ଦିଲ୍ଲୀରୁ ସାମାନ୍ୟ ଦୂର ଛତରପୁରରେ ସ୍ଥାପିତ ବିଶ୍ୱର ସର୍ବ ବୃହତ୍ତ ରାଧାସ୍ୱାମୀ କରୋନା କେୟାର ସେଣ୍ଟର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ହଜାର ହଜାର ଆକ୍ରାନ୍ତ ଚିକିତ୍ସିତ ହୋଇ ଘରକୁ ଫେରିଲେଣି । ଆରମ୍ଭରୁ ଏଠାରେ ଏପର୍ଯ୍ୟନ୍ତ ଜଣେ ବି ସଂକ୍ରମିତଙ୍କ ମୃତ୍ୟୁ ହୋଇନଥିବା ବେଳେ ସ୍ୱାସ୍ଥ୍ୟ ସେବା ଟିମ୍‌ରେ ଥିବା ଡାକ୍ତର, ନର୍ସ, ଫର୍ମାସିଷ୍ଟ  ଅଥବା ସହାୟକ କେହି ହେଲେ ସଂକ୍ରମିତ ହୋଇ ନାହାନ୍ତି। କୋଭିଡ ଚିକିତ୍ସାରେ ଏହି ଅନନ୍ୟ ଉଦାହରଣ ସୃଷ୍ଟି କରିଛି ଇଣ୍ଡୋ ତିବତାନ ବର୍ଡର ପୋଲିସ (ଆଇଟିବିପି)।    

 ରାଧାସ୍ୱାମୀ ସତସଙ୍ଗ ନ୍ୟାସ କ୍ୟାମ୍ପସରେ ସ୍ଥାପିତ ଏହି ସର୍ବ ବୃହତ୍ତ କୋଭିଡ କେୟାର ସେଣ୍ଟରରେ ଏକକାଳୀନ ୨ହଜାର ଆକ୍ରାନ୍ତଙ୍କୁ ରଖି ଚିକିତ୍ସା କରାଯାଉଛି। ଆବଶ୍ୟକ ପଡିଲେ ଏଠାରେ ଶଜ୍ୟା ସଂଖ୍ୟା ୧୦ ହଜାରକୁ ବୃଦ୍ଧି କରାଯାଇପାରେ। ହେଲେ ଏବେ ଅଧିକ ଶଜ୍ୟାର ଆବଶ୍ୟକତା ନାହିଁ।  ଏଣୁ ଦୈନିକ ଯେତିକି ଲୋକେ ଭର୍ତ୍ତି ହେଉଛନ୍ତି ସମସ୍ତେ ଚିକିତ୍ସାରେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଗତ ଜୁଲାଇ ପ୍ରଥମ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରାଳୟ ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟର ଆରମ୍ଭ କରିଥିଲେ। ଏଥିରେ ଦିଲ୍ଲୀ ସରକାର, ଦିଲ୍ଲୀ ନଗରନିଗମ, ରାଧାସ୍ୱାମୀ ସତସଙ୍ଗ ନ୍ୟାସ ଓ ଅନ୍ୟ କେତେକ ସ୍ୱେଚ୍ଛାସେବୀ ସଙ୍ଗଠନ ସହଯୋଗ କରୁଛନ୍ତି। ଏହି କୋଭିଡ କେୟାର ସେଣ୍ଟରର ଦାୟିତ୍ୱ ଏଠାରେ ସମ୍ଭାଳୁଛନ୍ତି ଆଇଟିବିପି।

ଏଠାରେ କରୋନା କେୟାର ସେଣ୍ଟର ସ୍ଥାପନା ପରଠାରୁ ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଆକ୍ରାନ୍ତ ଚିକିତ୍ସିତ ହୋଇ ଫେରିଲେଣି ବୋଲି କହିଛନ୍ତି ଆଇଟିବିରି ଡେପୁଟି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ପ୍ରଶାନ୍ତ ମିଶ୍ର। କେହି ଜଣେ ହେଲେବି ଆକ୍ରାନ୍ତ ଏଠାରେ ମୃତ୍ୟୁ ମୁଖରେ ପଡିନଥିବା ସେ କହିଛନ୍ତି। ଏହି କରୋନା କେୟାର ସେଣ୍ଟରରେ ୧୮ଶହ ସାଧାରଣ ବେଡର ବ୍ୟବସ୍ଥା ରହିଥିବା ବେଳେ ୨୦୦ ଅକ୍ସିଜେନ ସପୋର୍ଟ ବେଡ ରହିଛି। ଏହା ଛଡା ଏଠାରେ ଆଇସିୟୁର ମଧ୍ୟ ବ୍ୟବସ୍ଥା ଥିବା କହିଛନ୍ତି ଡା. ମିଶ୍ର।

ପଜେଟିଭ ଚିହ୍ନଟ ପ୍ରତି ବ୍ୟକ୍ତିଙ୍କ ଦୈନିକ ଖାଦ୍ୟ, ପାନୀୟ ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରାଧାସ୍ୱାମୀ ସତସଙ୍ଗ ନ୍ୟାସ ନିଶୁଳ୍କରେ ଯୋଗାଇ ଦେଇଛନ୍ତି। ଏଥିରେ ପ୍ରତି ଆକ୍ରାନ୍ତଙ୍କୁ ଡାଏଟିସିଆନଙ୍କ ସୁପାରିଶ ମୁତାବକ ଦିନକୁ ଦୁଇ ବେଳା ଖାଦ୍ୟ, ଚା, କାଢା,  ଜଳଖିଆ ଓ ଉଷୁମ ପାଣି ଯୋଗାଇ ଦିଆଯାଉଛି। ସେହିପରି ଶିଶୁ ଆକ୍ରାନ୍ତଙ୍କ ଖାଦ୍ୟ ପାନୀୟ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି ସତସଙ୍ଗ ନ୍ୟାସ। କରୋନା କେୟାର ସେଣ୍ଟରରେ କାର୍ଯ୍ୟରତ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସେହିଠାରେ ହିଁ ରହଣୀ ବ୍ୟବସ୍ଥା କରାଯାଇଛି। ହେଲେ ଦୈନିକ ଏତେ ସଂଖ୍ୟକ ସଂକ୍ରମିତଙ୍କ ଚିକିତ୍ସା କରୁଥିଲେ ହେଁ ଏଠାରେ ଜଣେ ହେଲେ ବି ଡାକ୍ତର, ନର୍ସ ଅଥବା ସ୍ୱାସ୍ଥ୍ୟ କର୍ମୀ ସଂକ୍ରମିତ ନ ହେବା କୋଭିଡ ଚିକିତ୍ସାରେ ନୂଆ ଉଦାହରଣ ସୃଷ୍ଟି କରିଛି।

ଦୁନିଆର ଯେ କୌଣସି କୋଭିଡ କେୟାର ସେଣ୍ଟର ଅପେକ୍ଷା ରାଧାସ୍ୱାମୀ ସତସଙ୍ଗ ନ୍ୟାସକୋଭିଡ କେୟାର ସେଣ୍ଟର ସର୍ବ ବୃହତ୍ତ। ଏଠାକୁ ଦୈନିକ ଯେତିକି ସଂକ୍ରମିତ ଆସୁଛନ୍ତି ହୁଏତ ଅନ୍ୟ କୌଣସି କୋଭିଡ କେୟାର ସେଣ୍ଟରକୁ ଏତେ ସଂଖ୍ୟକ  ଆକ୍ରାନ୍ତ ଆସୁନଥିବେ। ଏଠାରେ ଗୋଟିଏ ଗୋଟିଏ ଦିନ ଏପରି କଟେ ଯେଉଁ ଦିନ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ରୋଗୀଙ୍କ ସହ ଠିକ୍‌ ଭାବେ କଥା ହେବାକୁ ମଧ୍ୟ ଫୁରସତ ମିଳେନି। ହେଲେବି କୌଣସି ଜଣେ ବି ଆକ୍ରାନ୍ତ ଏଠି ଚିକିତ୍ସା ଅବହେଳାର ଶିକାର ହୋଇଥିବାର ଅଭିଯୋଗ କରିନାହାନ୍ତି। ଦକ୍ଷ ଆଇଟିବିପି ମେଡିକାଲ ଷ୍ଟାଫ ପ୍ରତି ମୂହୁର୍ତରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସମୀକ୍ଷା କରିଥିବା ବେଳେ ପ୍ରତ୍ୟେକ ଆକ୍ରାନ୍ତ ନିୟମିତ ସମୟରେ ସୁସ୍ଥ ହୋଇ ଫେରିବା ଏହି କରୋନା କେୟାର ସେଣ୍ଟରର ସବୁଠୁ ବଡ ସଫଳତା ବୋଲି କହିଛନ୍ତି ଡା. ମିଶ୍ର।

ଏଠାରେ ୧୭ ଦିନର ଶିଶୁଠୁ ଆରମ୍ଭ କରି ୭୮ ବର୍ଷ ବୟସ୍କ ବୃଦ୍ଧ ମଧ୍ୟ ସୁସ୍ଥ ହୋଇଫେରିଛନ୍ତି । ଏମିତି ବି ରୋଗୀ ଆସିଛନ୍ତି ଯେଉଁମାନେ ଅନେକ ରୋଗରେ ଆକ୍ରାନ୍ତ ଥାଇ ମଧ୍ୟ ଜାଣି ନାହାନ୍ତି। ଏହା ସତ୍ତ୍ୱେ ଜଣେ ବି ଗୁରୁତର ଅସୁସ୍ଥ ଏଠାରେ ସ୍ୱାସ୍ଥ୍ୟଗତ ଜଟିଳତାର ନା ଶିକାର ହୋଇଛନ୍ତି ନା ଏପରି ଆକ୍ରାନ୍ତଙ୍କ ଯୋଗୁ ଜଣେ ବି ସ୍ୱାସ୍ଥ୍ୟ ସେବା କର୍ମୀ ସଂକ୍ରମିତ ହୋଇଛି ବୋଲି କହିଛନ୍ତି ଡା.ମିଶ୍ର। ଏଥିଲାଗି ଶୃଙ୍ଖଳା, ପ୍ରୋଟକଲ ଓ ଏସଓପିର ପାଳନ ହିଁ ଆମକୁ ଆମେ ଶୂନ୍ୟ ପ୍ରତିଶତ ସଂକ୍ରମିତ ରଖିପାରିଛୁ ବୋଲି ସେ କହିଛନ୍ତି।

ଏବେ ଆଇଟିବିପି ସୀମାରେ ଚୀନ୍‌ ସହ ମୁହାଁ ମୁହିଁ ଅବସ୍ଥାରେ ଥିବା ବେଳେ ଦେଶ ଭିତରେ ଚୀନରୁ ଆସିଥିବା ଭୂତାଣୁ ମୁକାବିଲାରେ ଲାଗିଛି। ତେବେ ଆଇଟିବିପି ଉପରେ ଦେଶର ଭରସା ହିଁ ଉଭୟ କ୍ଷେତ୍ରରେ ଶତ୍ରୁ ମୁକାବିଲାରେ ଆମକୁ ଶଫଳ କରିଥିବା ଡା. ମିଶ୍ର କହିଛନ୍ତି। ବିଶ୍ୱର ସର୍ବ ବୃହତ୍ତ କୋଭିଡ କେୟାର ସେଣ୍ଟର ସଞ୍ଚାଳନର ଅଭିଜ୍ଞତା ମଧ୍ୟ ଏଠାରେ ଭିନ୍ନ, ଯାହା ଆଗକୁ ଆମକୁ ଆହୁରି  ସଫଳ କରିବ ବୋଲି ସେ କହିଛନ୍ତି।    

   Related Posts