Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆଇଟିଏଟିର କଟକ ବେଞ୍ଚ୍ କାର୍ଯ୍ୟାଳୟ ଓ ଆବାସିକ କୋଠାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

9/11/2020 at 10:48 PM

ନୂଆଦିଲ୍ଲୀ, ୦୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୧ ତାରିଖରେ କଟକରେ ଇନକମ୍ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲର କାର୍ଯ୍ୟାଳୟ ତଥା ଆବାସିକ କୋଠାକୁ ଭିଡିଓ କନଫେରନ୍ସିଂ ଜରିଆରେ ଉଦଘାଟନ କରିବେ । ଆସନ୍ତା ୧୧ ତାରିଖ ଅପରାହ୍ନ ୪ଟା ୩୦ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ଜଜ୍ ମାନେ ଉପସ୍ଥିତ ରହିବେ ।

ଇନକମ୍ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ ଆଇଟିଏଟି ଭାବେ ପରିଚିତ । ଏହା ଏକ ସ୍ୱସଂଶାସିତ ସଂସ୍ଥା । ଏହାର ମୁଖ୍ୟ ହେଉଛନ୍ତି ଅବସରପ୍ରାପ୍ତ ବିଚାରପତି ପିପି ଭଟ୍ଟ । ସେ ଝାଡଖଣ୍ଡ ଓ ଗୁଜୁରାଟ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି  ।

ଆଇଟିଏଟି ପ୍ରଥମ ଟ୍ରିବ୍ୟୁନାଲ ଭାବେ ୧୯୪୧, ଜାନୁଆରୀ ୨୫ରେ ଗଠିତ ହୋଇଥିଲା । ଏହାକୁ ମଦର୍ ଟ୍ରିବ୍ୟୁନାଲ୍ କୁହାଯାଏ । ୧୯୪୧ରେ ଏହାର ଦିଲ୍ଲୀ, କୋଲକାତା ଓ ବମ୍ବେରେ ତିନୋଟି ବେଞ୍ଚ୍ ରହିଥିଲା । ଏବେ ସାରା ଦେଶରେ ଆଇଟିଏଟିର ୬୩ଟି ବେଞ୍ଚ୍ ରହିଛି ।  

କଟକରେ ତିଆରି ହୋଇଥିବା ଆଇଟିଏଟିର ଏହି କୋଠା ୧.୬୦ ଏକରରେ ପରିବ୍ୟାପ୍ତ । ଏନେଇ ୨୦୧୫ରେ ରାଜ୍ୟସରକାର ମାଗଣାରେ ଜମି ଯୋଗାଇ ଦେଇଥିଲେ ।

   Related Posts