Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଚୀନ୍ ନିର୍ଭରତା ହ୍ରାସ କରିବ ଇଟାଲୀ, ଭାରତରେ ବଢାଇବ ବ୍ୟବସାୟ ଓ ନିବେଶ

6/11/2020 at 10:21 PM

ନୂଆଦିଲ୍ଲୀ ୬।୧୧: ଦିପାବଳୀ ପୂର୍ବରୁ ମିଳିଛି ଭଲ ଖବର। ଭାରତରେ ନିବେଶ ଓ ବାଣିଜ୍ୟ ସମ୍ପ୍ରସାରଣ କରିବ ଇଟାଲୀ। ଏଥିଲାଗି ଉଭୟ ଦେଶଙ୍କ ମଧ୍ୟରେ ଶୁକ୍ରବାର ୧୫ଟି ବୁଝାମଣା ହୋଇଛି। କୋଭିଡ-୧୯ ମହାମାରୀରେ ଗୁରୁତର ପ୍ରଭାବିତ ଇଟାଲୀ ଆଗକୁ ଚୀନ୍‌ ସହ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ନ କରି ବିକଳ୍ପ ଭାବେ ଭାରତକୁ ବାଛିଛି। ଭାରତ ସହ ଆର୍ଥିକ ଭାଗିଦାରୀ ବୃଦ୍ଧି ସାଙ୍ଗକୁ ବିକଳ୍ପ ଯୋଗାଣ ଶୃଙ୍ଖଳା ସ୍ଥାପନ ଲାଗି ଇଟାଲୀ ଆଗ୍ରହ ପ୍ରକାଶ କରିଛି।

ଭାରତ ପ୍ରତି ଇଟାଲୀର ଏଭଳି ଆଗ୍ରହକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇଟାଲୀ ପ୍ରଧାନମନ୍ତ୍ରୀ ଜିଏସେପ୍ କୋଣ୍ଟେଙ୍କ ସହ ଭିଡିଓ କନଫେରନସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷୀୟ ଶିଖର ବୈଠକ ପରେ ଦୁଇ ଦେଶଙ୍କ ମଧ୍ୟରେ ୧୫ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଯେଉଁଏଥିରେ ବାଣିଜ୍ୟ ବ୍ୟବସାୟ,  ନିବେଶ, ଭିତ୍ତିଭୂମି ବିକାଶ, ବିଜ୍ଞାନ ଓ କାରିଗରୀ, ସିପିଙ୍ଗ, ଶକ୍ତି ସାମୁଦ୍ରିକ ଖାଦ୍ୟ, ଫିଲ୍ମ ଓ ଟେଲିଭିଜନ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଦୁଇ ଦେଶଙ୍କ ମଧ୍ୟରେ ସହମତି ହୋଇଛି।

ଦ୍ୱିପାକ୍ଷିକ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କୋଭିଡ-୧୯ ମହାମାରୀ ବିଶ୍ୱଯୁଦ୍ଧ ଭଳି ଇତିହାସରେ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି। କରୋନା ପରବର୍ତ୍ତି ବିଶ୍ୱରେ ଉପୁଜିବାକୁ ଥିବା ନୂଆ ଆହ୍ୱାନ ଓ ଅବସର ଲାଗି ଆମେ ନିଜକୁ ପ୍ରସ୍ତୁତ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଲୋଚନା କାଳରେ ଇଟାଲୀ ପ୍ରଧାନମନ୍ତ୍ରୀ କୋଣ୍ଟେ ବିଶିଷ୍ଟ କବି ଦାନ୍ତେ ଅଲିଗିରିଙ୍କ ୭୦୦ତମ ଜୟନ୍ତୀରେ ଯୋଗଦେବା ଲାଗି ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ଆମନ୍ତ୍ରିତ କରିଛନ୍ତି।  

   Related Posts