ଚୀନ୍ ବାହାରେ କାୟା ମେଲାଉଛି କରୋନା: ଇଟାଲୀରେ ମୃତ୍ୟୁ ସଂଖ୍ୟା ୩୬୬, ଆକ୍ରାନ୍ତ ସଂଖ୍ୟା ୭ହଜାର ପାର

Published By : Prameya-News7 Bureau | March 09, 2020 IST

ନୂଆଦିଲ୍ଲୀ ୦୯।୦୩: କରୋନା ଭୂତାଣୁ ଏବେ ଧୀରେ ଧୀରେ ସାରାବିଶ୍ବରେ ନିଜର ଭୟଙ୍କର ରୂପ ନେଉଛି । ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭୂତାଣୁ ଏବେ ସାରାବିଶ୍ବରେ ବ୍ୟାପିସାରିଲାଣି । ଚୀନ୍‌ ପରେ ଏବେ ଇଟାଲୀରେ ନିଜ କାୟା ବିସ୍ତାର କରିଚାଲିଛି କରୋନା ଭୂତାଣୁ ।

{"id":235248,"width":573,"height":381,"sizeSlug":"large"}

 ଇଟାଲୀରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩୬୬ରେ ପହଁଞ୍ଚିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ସ୍ଥାନୀୟ ପ୍ରଶାସନ କହିଛି । ଏବେ ସୁଦ୍ଧା ଇଟାଲୀରେ ମୋଟ ୭ ହଜାରରୁ ଅଧିକ ଲୋକ ଏହି ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ମାତ୍ର ୬୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ଇଟାଲୀ ସରକାରଙ୍କ ପକ୍ଷରୁ ବିଦେଶ ଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି ।

{"id":235249,"sizeSlug":"large"}

କରୋନା ଭାଇରସ ଇଟାଲୀ ଓ ଇରାନରେ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି। ଇଟାଲୀରେ ୧୬ ମିଲିୟନ ବା ୧ କୋଟି ୧୬ ଲକ୍ଷ ଲୋକଙ୍କୁ କ୍ବାରାଣ୍ଟାଇନ୍  କରାଯାଇଛି। ଉତ୍ତର ଇଟାଲୀରେ ଥିବା ଲୋକଙ୍କୁ ଯିବା ଆସିବା ପାଇଁ ସରକାରଙ୍କର ଅନୁମତି ନେବାକୁ ପଡ଼ିବ। ସ୍କୁଲ, ମ୍ୟୁଜିୟମ, ନାଇଟ୍  କ୍ଲବ୍ , ଜିମ୍  ଏବଂ ଅନ୍ୟ ଯେଉଁସ୍ଥାନରେ ଲୋକେ ଏକାଠି ହେଉଛନ୍ତି ସେ ସବୁକୁ ବନ୍ଦ କରିଦିଆଯାଇଛି।

{"id":235250,"sizeSlug":"large"}

ଚୀନ୍  ପରେ ଏବେ ଇରାନରେ ସବୁଠୁ ବେଶୀ କଟକଣା ଜାରି କରାଯାଇଛି।  ଅନ୍ୟପକ୍ଷରେ ଇରାନରେ କୋରାନ ଭାଇରସ ଭୟଙ୍କର ରୂପରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି। ଇରାନରେ ରବିବାରରେ ଗୋଟିଏ ଦିନରେ ୪୯ ଜଣ ପ୍ରାଣ ହରାଇଛନ୍ତି। ଏହାସହିତ ମୋଟ୍ ମୃତ୍ୟୁ ସଂଖ୍ୟା ୧୯୪ ଛୁଇଁଛି। ଇରାନରୁ ଇଉରୋପୀୟ ଦେଶକୁ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.