୩୨ ବର୍ଷ ପରେ ଜନବସତିକୁ ଫେରିବେ ନିସ୍ତବ୍ଧ ଦ୍ୱୀପର ନିଃସଙ୍ଗ ନାୟକ...

Published By : Prameya-News7 Bureau | April 27, 2021 IST

ଇଟାଲି, ୨୭।୦୪ :   ନିର୍ଜନ ଦ୍ୱୀପ । କେବଳ ଗଛଲତା ଓ ବନ୍ୟ ଜୀବଜନ୍ତୁରେ ପରିପୂର୍ଣ୍ଣ । କିନ୍ତୁ ରହୁଥିଲେ ମାତ୍ର ଜଣେ ବ୍ୟକ୍ତି । ଏକ ଶୂନଶାନ ଦ୍ୱୀପରେ ଗତ ୩୨ ବର୍ଷ ହେଲା ରହୁଥିବା ଜଣେ ବ୍ୟକ୍ତି ଶେଷରେ ଜନଗହଳିପୂର୍ଣ୍ଣ ସମାଜକୁ ଫେରିଛନ୍ତି । ଇଟାଲିର ରବିନସନ୍ କ୍ରୁସୋ କୁହାଯାଉଥିବା ଏହି ବ୍ୟକ୍ତି ଦୀର୍ଘ ବର୍ଷ ପରେ ନୂଆ ପରିଚୟ ପାଇଛନ୍ତି ଓ ଦେଖିଛନ୍ତି ନୂଆ ଚେହେରା ।

ରବିନସନ କ୍ରୁସୋ ହେଉଛନ୍ତି ଜଣେ ବ୍ୟକ୍ତି ଯିଏକି ନିଜର ଜାହାଜ ବୁଡିବା ପରେ ଏକ ଦ୍ୱୀପରେ ଫସି ଯାଇଥିଲେ । ଓ ଅନେକ ବାଧାବିଘ୍ନକୁ ପ୍ରତିହତ କରି ନିଜକୁ ଜୀବିତ ରଖିବାରେ ସଫଳ ହୋଇଥିଲେ । ସେହିପରି ଆଉ ଜଣେ ବ୍ୟକ୍ତି ହେଲେ ମାଉରୋ ମୋରଣ୍ଡି । ବୟସ ୮୧ । ୧୯୮୯ରେ ବୁଡେଲି ଦ୍ୱୀପରେ ଶରଣାର୍ଥୀ ଭାବେ ରହିବା ଆରମ୍ଭ କରିଥିଲେ । ଏହି ଦ୍ୱୀପ ଇଟାଲିର ସାର୍ଡିନିଆରେ ଅବସ୍ଥିତ । ଗୋଲାପି ସମୁଦ୍ର କୂଳ ଥିବା ଏହି ଦ୍ୱୀପରେ ସେବେଠାରୁ ସେ ଏକାକି ବଞ୍ଚିବାକୁ ଲାଗିଲେ ।

{"id":445021,"sizeSlug":"large","linkDestination":"none"}

ଏହି ଦ୍ୱୀପରେ ମାଉରୋ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ହେଉଥିବା ଏକ ଅସ୍ଥାୟୀ ଘରେ ରହିଥିଲେ । ଦୀର୍ଘ ୩ ଦଶନ୍ଧି ଧରି ସେ ଦ୍ୱୀପର ରକ୍ଷଣାବେକ୍ଷଣ କରିବା ସହ ସମୁଦ୍ର କୂଳକୁ ନିୟମିତ ଭାବେ ପରିଷ୍କାର କରୁଥିଲେ । ଏହା ତାଙ୍କର ନିତିଦିନିଆ କାର୍ଯ୍ୟ ହୋଇଯାଇଥିଲା । ଏବେ କିନ୍ତୁ ସେ ଦ୍ୱୀପ ଛାଡିଦେବେ ।

{"id":445022,"sizeSlug":"large","linkDestination":"none"}

ଲା ମାଡ୍ଡାଲେନା ଜାତୀୟ ଉଦ୍ୟାନର କର୍ତ୍ତୃପକ୍ଷ ମାଉରୋଙ୍କୁ ଦେଖିଥିଲେ । ଏହାପରେ ସେ ତାଙ୍କୁ ସମାଜର ମୁଖ୍ୟ ଧାରାକୁ ଆଣିଥିଲେ । ଏହି ଦ୍ୱୀପକୁ ଇଟାଲି ସରକାର ପରିବେଶ ଶିକ୍ଷାର ଏକ ହବ୍ କରିବାକୁ ଚାହୁଁଛନ୍ତି । କିନ୍ତୁ ମାଉରୋ ଦ୍ୱୀପ ଛାଡିବା ଖବର ପାଇବା ପରେ ଦୁଃଖ ପ୍ରକାଶ କରିଥିଲେ । କିନ୍ତୁ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେ ଦ୍ୱୀପ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.