Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦୂରତା ବଢାଉଛି ମହାମାରୀ: ଭାରତୀୟଙ୍କ ପ୍ରବେଶ ଉପରେ କଟକଣା ଲଗାଇଲା ଇଟାଲୀ

26/04/2021 at 9:59 AM

ଇଟାଲୀ ୨୬/୪: କୋଭିଡ୍‌-୧୯ର ନୂଆ ନୂଆ ମ୍ୟୁଟାଣ୍ଟ ଚିହ୍ନଟ ପରେ ଚିନ୍ତା ବଢିଯାଇଛି ।  ସଂକ୍ରମଣ ଆଶଙ୍କା ଏଡ଼ାଇବା ଲାଗି ଅନ୍ୟ ଦେଶମାନଙ୍କ ଭଳି ଇଟାଲି ପ୍ରତବନ୍ଧକ ଲଗାଇଛି । ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ପ୍ରତି ନିଷେଧାଦେଶ ଜାରି କରିଛି ଦେଶ । ଇଟାଲିର ସ୍ୱାସ୍ଥ୍ୟମନ୍ତ୍ରୀ ରୋବେର୍ଟୋ ସ୍ପେରାଞ୍ଜା ଟୁଇଟ୍‌ କରି କହିଛନ୍ତି, ଗତ ୧୪ ଦିନ ଧରି ଭାରତରେ ଥିବା ବିଦେଶୀ ଯାତ୍ରୀମାନଙ୍କ ଇଟାଲି ପ୍ରବେଶ ଉପରେ ଜାରି ଏକ ଆଦେଶନାମାରେ ସେ ସ୍ୱାକ୍ଷର କରିଛନ୍ତି ।

ବର୍ତ୍ତମାନ କୋଭିଡ୍‌-୧୯ର ‘ଡବଲ୍‌ ମ୍ୟୁଟାଣ୍ଟ୍‌ ଷ୍ଟ୍ରେନ୍‌’ ସହ ଏସୀୟ ଦେଶ ଭାରତ ସଂଗ୍ରାମ ଚଳାଇଛି । ରବିବାର ଦିନ କ୍ରମାଗତ ୪ର୍ଥ ଦିନ ପାଇଁ ସର୍ବାଧିକ ଦୈନିକ ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ପରିଗଣିତ ହୋଇଥିଲା । ଏହାସହ ଭାରତରୁ ଫେରିବା ବେଳେ ‘ନେଗେଟିଭ୍‌ ଟେଷ୍ଟ୍‍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି ।  ଏସବୁ ଥିଲେ ଇଟାଲୀବାସୀମାନଙ୍କୁ ସ୍ୱଦେଶ ଗସ୍ତ ପାଇଁ ଅନୁମତି  ମିଳିବ।

ତେବେ ଇଟାଲିରେ ପହଞ୍ଚିବା ପରେ ସେମାନଙ୍କୁ ସଂଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ସେ ସ୍ପେରାଞ୍ଜା କହିଛନ୍ତି । ଏତଦବ୍ୟତୀତ ଗତ ୧୪ ଦିନ ମଧ୍ୟରେ ଭାରତରୁ ଆସି ସ୍ୱଦେଶରେ ପହଞ୍ଚି ସାରିଥିବା ଇଟାଲୀୟଙ୍କୁ ଅନୁରୋଧ କରାଯାଇଛି କି, ସେମାନେ ନିଜର ‘ସ୍ୱାବ୍‌’ ପରୀକ୍ଷା କରାଇ ନିଅନ୍ତୁ । ସ୍ପେରାଞ୍ଜା କହିଛନ୍ତି, ନୂଆ କରି ଦେଖାଦେଇଥିବା ‘ଇଣ୍ଡିଆନ୍‌ ଭେରିଆଣ୍ଟ୍‌’ ଉପରେ ଆମର ବୈଜ୍ଞାନିକମାନେ ରିସର୍ଚ୍ଚ ଆରମ୍ଭ କରିଦେଇଛନ୍ତି ।  

   Related Posts