ଚୀନ୍‌ ପରେ ଇଟାଲୀରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ସର୍ବାଧିକ...

Published By : Prameya-News7 Bureau | March 17, 2020 IST

ଚୀନ୍‌ର୧୭/୩: ଚୀନ୍‌ ପରେ ଇଟାଲୀରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ସର୍ବାଧିକ। ଏବେ ସୁଦ୍ଧା ଇଟାଲୀରେ ୨୧ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୮ ହଜାର । ତେବେ କାହିଁକି ଇଟାଲୀରେ ମୃତ୍ୟୁ ସଂଖ୍ୟା ଏତେ ଅଧିକ ।

{"id":239976,"sizeSlug":"large"}

ଚୀନ୍‌ ପରେ ଇଟାଲୀରେ କରୋନା କହର । ମଙ୍ଗଳବାର ସକାଳ ସୁଦ୍ଧା ନେଲାଣି ୨ ହଜାର ୧୫୮ ଜଣଙ୍କ ମୁଣ୍ଡ। ୨୮ ହଜାର ଲୋକେ ଆକ୍ରାନ୍ତ । ତେବେ କାହିଁକି ଇଟାଲୀରେ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବଢୁଛି ?  କଣ ରହିଛି କାରଣ ? ତେବେ ରିପୋର୍ଟ କହୁଛି ଇଟାଲୀରେ ଲୋକ ସଂଖ୍ୟାର ପାଖାପାଖି ୬୦ରୁ ଅଧିକ ପ୍ରତିଶତ ହେଉଛନ୍ତି ବୟସ୍କ ବ୍ୟକ୍ତି । ଯେଉଁମାନଙ୍କ ବୟସ ୫୦ ବର୍ଷରୁ ଅଧିକ ।

{"id":239977,"sizeSlug":"large"}

ଯେତେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ବୟସ ୫୦ରୁ ଅଧିକ । ବୟସ୍କ ବ୍ୟକ୍ତିମାନେ ହିଁ କରୋନା ଦ୍ବାରା ଆକ୍ରାନ୍ତ । ଆଉ ସର୍ବାଧିକ ମୃତକ ହେଉଛନ୍ତି ୮୦ରୁ ୯୦ ବର୍ଷର ବ୍ୟକ୍ତି ।ଆଉ ଏମାନଙ୍କ ପ୍ରତିଶତ ହେଉଛି ୪୨.୨ ପ୍ରତିଶତ । କାରଣ ଏହି ବୟସର ବ୍ୟକ୍ତିଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ଖୁବ୍ କମ୍‌ ।

{"id":239978,"sizeSlug":"large"}

 ତେଣୁ ଏମାନେ କରୋନା ଦ୍ବାରା ଆକ୍ରାନ୍ତ ହେଲେ ଗୁରୁତର ହୋଇପଡନ୍ତି । ଯୁବ ବୟସ୍କ ବ୍ୟକ୍ତି କରୋନା ଦ୍ବାରା ଆକ୍ରାନ୍ତ ହେଲେ ବି ଏମାନଙ୍କ ପାଖର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ଏମାନେ ଚିକିତ୍ସା ପରେ ଭଲ ହୋଇ ଫେରନ୍ତି । ଏବେ ସୁଦ୍ଧା ଇଟାଲୀରୁ ପାଖାପାଖି ୨ ହଜାର ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.