Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ପରସ୍ପରର ରକ୍ତ ପିଇଥାଆନ୍ତି ଏହି ପ୍ରେମୀ ଯୁଗଳ : କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

29/06/2019 at 11:17 AM

ଆପଣ ଅଧିକାଂଶ ଫିଲ୍ମ କିମ୍ବା ଟିଭି ଧାରାବାହିକରେ ପିଶାଚଙ୍କୁ ରକ୍ତ ପିଇଥିବା ଦେଖିଥି​‌ବେ,କିନ୍ତୁ ଆପଣ କେବେ ଶୁଣିଛନ୍ତି କି କୈାଣସି ବ୍ୟକ୍ତି ଅନ୍ୟ ବ୍ୟକ୍ତିର ରକ୍ତ ପିଇବା। ଏହା ବିଲକୁଲ ସତ୍ୟ। ଇଟାଲୀରେ ରହୁଥିବା ଜଣେ ବୟଫ୍ରେଣ୍ଡ ଏବଂ ଗାର୍ଲଫ୍ରେଣ୍ଡ ପରସ୍ପରର ରକ୍ତ ପିଇଥାଆନ୍ତି। ଏହାର କାରଣ ବି ବିଚିତ୍ର ଅଟେ।

ପାଖାପାଖି ୫ବର୍ଷ ପୂର୍ବରୁ ଡେନିସ୍ ନାମକ ବ୍ୟକ୍ତିଙ୍କୁ ସର୍କସ ପାଇଁ ଜଣେ ଆସିଷ୍ଟାଣ୍ଟର ଆବଶ୍ୟକ ଥିଲା,ଯେଉଁଥି ପାଇଁ ସେ ଫେସବୁକରେ ବିଜ୍ଞାପନ ଦେଇଥିଲେ। ଏହା ମାଧ୍ୟମରେ ଡେନିସଙ୍କୁ ଇଲାରିୟା ନାମ୍ନୀ ଯୁବତୀଙ୍କ ସହ ସାକ୍ଷାତ ହୋଇଥିଲା। ତା’ପରଠୁ ସେମାନେ ଏକାଠି ଅଛନ୍ତି।

ଡେନିସ୍ ଏବଂ ଇଲାରିଆ ଜର୍ମାନୀରେ ଥରେ ପିଶାଚ ଉପରେ ଆଧାରିତ ଏକ ଶୋରେ ପରସ୍ପରର ରକ୍ତ ପିଇଥିଲେ। ସେଦିନଠୁ ସେମାନେ ପରସ୍ପରର ରକ୍ତ ପିଇବା ଆରମ୍ଭ କରିଥିଲେ।

ରକ୍ତ ପିଇବା ସମୟରେ ଡେନିସ୍ ଏବଂ ଇଲାରିଆ ଉଭ​‌​‌ୟେ କିଛି କଥା ପ୍ରତି ଧ୍ୟାନ ରଖନ୍ତି। ଖାସ୍ କରି ଗ୍ରୀଷ୍ମ ଦିନେ ରକ୍ତ ଖୁବ୍ ଶୀଘ୍ର ଜମାଟ ବାନ୍ଧି ଯାଇଥାଏ ଏବଂ ଥକ୍କାପଣ ଅନୁଭବ ହୋଇଥାଏ। ସେଥିପାଇଁ ସିରିଞ୍ଜ ଏବଂ ଛୁଞ୍ଚି ସାହାଯ୍ୟରେ ରକ୍ତ ବାହାର କରିବାର ତୁରନ୍ତ ପରେ ସେମାନେ ରକ୍ତ ପିଇଥାଆନ୍ତି।

ଡେନିସଙ୍କ କହିବାନୁସାରେ ରକ୍ତ ଏକ ପୈାରାଣିକ ଜୁସ୍ ଅଟେ। ଏହା ଜୀବନ ସହ ଜଡ଼ିତ। ଡେନିସ ଏବଂ ଇଲାରିଆଙ୍କ ମତରେ ପରସ୍ପରର ଶରୀରରେ ରକ୍ତ ଯିବା ଦ୍ବାରା ପ୍ରେମ ଆହୁରି ବଢ଼ିଥାଏ। ଏହା ବ୍ୟତୀତ ଉଭୟଙ୍କ ସ୍ବଭାବରେ ମଧ୍ୟ ସମାନତା ଆସିବ। ଏଥିପାଇଁ ଦୁହେଁ ପରସ୍ପରର ରକ୍ତ ପିଇଥାଆନ୍ତି।

   Related Posts