ଇଟାଲୀ ଓ ସ୍ପେନରେ ଆୟତ୍ତ ହେଉଛି କରୋନା, ବ୍ରିଟେନ ଏବଂ ଫ୍ରାନ୍ସ ପରିସ୍ଥିତି ଏବେ ଅସମ୍ଭାଳ

Published By : Prameya-News7 Bureau | April 07, 2020 IST

କରୋନା ଯୋଗୁ ସ୍ପେନ୍ ଓ ଇଟାଲୀରେ ଉପୁଜିଥିବା ପରିସ୍ଥିତିରେ ଏବେ ଅନେକ ପରିବର୍ତ୍ତନ ଆସିଛି। ଗତ ସପ୍ତାହରେ ଗୁରୁତର ରୋଗୀଙ୍କ କାଶ ଓ ଛିଙ୍କରେ ପରିବେଶ ଫାଟିପଡୁଥିଲା। ହସ୍ପିଟାଲମାନଙ୍କରେ ନିଶ୍ୱାସ ପ୍ରଶ୍ୱାସନେବାରେ କଷ୍ଟ ଅନୁଭବ କରୁଥିବା ଲୋକଙ୍କ ଲାଗି ଆଇସିୟୁ ବ୍ୟବସ୍ଥା କରିବା ସହଜ ହେଉନଥିଲା। ବିଳମ୍ବରେ ହେଲେବି ସରକାରଙ୍କ ସଟ୍ ଡାଉନ୍ ଓ ଲକ୍‌ ଡାଉନ୍‌ ଘୋଷଣାର ସୁଫଳ ଏବେ ହସ୍ପିଟାଲମାନଙ୍କରେ ଦେଖିବାକୁ ମିଳୁଛି। ଆଇସିୟୁ ଚାହିଦା ହ୍ରାସ ହୋଇଥିବା ବେଳେ ଲୋକେ ବେଶ୍ ସୁବିଧାରେ ଚିକିତ୍ସିତ ହେଉଥିବା ଦେଖାଗଲାଣି।

{"id":250165,"sizeSlug":"large"}

ଚୀନ ପରେ ସ୍ପେନ୍ ଓ ଇଟାଲୀ କରୋନା ଯୋଗୁ ଗୁରୁତର ପ୍ରଭାବିତ ହୋଇଥିଲେ। ଏଠାରେ ଗୋଟିଏ ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୧୦୦୦ରେ ପହଞ୍ଚୁଥିଲା। ଫଳରେ ଉଭୟ ଦେଶରେ ଏପର୍ଯ୍ୟନ୍ତ ମୋଟ ୩୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଲକ୍ଷ ୬୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଛନ୍ତି। ତେବେ ସାମାଜିକ ଦୂରତା ହିଁ କୋଭିଡ-୧୯ ସଂକ୍ରମଣ ରୋକିବାର ଏକମାତ୍ର ପନ୍ଥା ବୋଲି ଏବେ ଜଣା ପଡିଯାଇଥିଲେ ବି ବ୍ରିଟେନ ଓ ଫ୍ରାନ୍ସ ଏଥିରେ ବ୍ୟତିକ୍ରମ ସାବ୍ୟସ୍ତ ହୋଇଛନ୍ତି।   ଫ୍ରାନ୍ସରେ ସୋମବାର ଗୋଟିଏ ଦିନରେ ୮୩୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରିଟେନରେ ରବିବାର ଗୋଟିଏ ଦିନରେ ୬୦୦ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବାର ରେକର୍ଡ ହୋଇଛି।

{"id":250167,"width":579,"height":405,"sizeSlug":"large"}

ଏଥିରେ ଋଷିଆରେ କରୋନାର ଭୟାନକ ଛବି ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ୬ ହଜାର ୩୪୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧.୩ ନିୟୁତ ଲୋକେ କରୋନା ସଂକ୍ରମିତ ହୋଇଥିବା ବେଳେ ୭୨ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ବିଶ୍ୱର କରୋନା ମୃତ୍ୟୁ ଆକଳନ କଲେ ଦୈନିକ ହାରାହାରି ୯୫୪ ଜଣ  କୋଭିଡ-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବାରୁ ଭୟାବହ ଅବସ୍ଥା ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.