ୟୁରୋ କପ୍-୨୦୨୦ : ଇଂଲଣ୍ଡର ସ୍ୱପ୍ନ ଧୂଳିସାତ୍, ଚାମ୍ପିଅନ ହେଲା ଇଟାଲି

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ, ୧୨/୦୭:  ୟୁରୋ କପ୍ ୨୦୨୦ର ଫାଇନାଲ ମୁକାବିଲାରେ ଇଟାଲି ଇଂଲଣ୍ଡକୁ ପେନାଲ୍ଟି ଶୁଟଆଉଟ୍‌ରେ ୩-୨ରେ ହରାଇ ଟାଇଟଲ ହାସଲ କରିଛି । ଇଟାଲି ଟିମ୍ ଦ୍ୱିତୀୟ ଥର ପାଇଁ ୟୁରୋ କପ ବିଜୟୀ ହୋଇଛି । ଘରୋଇ ଦର୍ଶକଙ୍କସାମ୍ନାରେ ଖେଳୁଥିବା ଇଂଲଣ୍ଡ ୫୫ ବର୍ଷ ପରେ ପାଇଥିବା ସୁଯୋଗକୁ ହାତଛଡା କରିଛି । ଇଟାଲି ଫାଇନାଲରେ ଜିତିବା ସହ ଲଗାତର ୩୪ଟି ମ୍ୟାଚ୍ ଜିତି ବିଜୟ ରଥକୁ ଆଗକୁ ନେଇଛି । ଏହାପୂର୍ବରୁ ଇଟାଲି ୧୯୬୮ରେ ୟୁରୋ କପ୍ ଜିତିଥିଲା ।

ଫାଇନାଲ ମୁକାବିଲା ଆରମ୍ଭରୁ ଇଂଲଣ୍ଡ ଭଲ ଖେଳିଥିଲା । ଦଳ ପକ୍ଷରୁ ଲ୍ୟୁକ୍ ସ ମ୍ୟାଚର ଦ୍ୱିତୀୟ ମିନିଟରେ ହିଁ ପ୍ରଥମ ଗୋଲ୍ ଦେଇଥିଲେ । ପ୍ରଥମ ହାଫ୍‌ରେ ଇଂଲଣ୍ଡ ଭଲ ଖେଳିଥିଲା । ତେବେ ଲିୟୋନାଡୋ ବୋନୁଚି ମ୍ୟାଚର ୬୭ ମିନିଟରେ ଦ୍ୱିତୀୟ ଗୋଲ କରି ସ୍ଥିତିକୁ ବରାବର କରିଥିଲେ । ଏହାପରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ୍ ନହେବାରୁ ମ୍ୟାଚକୁ ଆଉ ୩୦ ମିନିଟ ବଢାଯାଇଥିଲା । ଏହି ୩୦ ମିନିଟରେ ମଧ୍ୟ କେହି କାହାକୁ ଗୋଲ୍ ଦେଇନଥିଲେ ।

ଏହା ଦ୍ୱିତୀୟ ଥର ପାଇଁ ହୋଇଛି ଯେତେବେଳେ ୟୁରୋ କପ୍ ଫାଇନାଲ ମ୍ୟାଚର ଫଳାଫଳ ପେନାଲ୍ଟି ଶୁଟଆଉଟରେ ବାହାରିଥିଲା । ଇଟାଲି ତରଫରୁ ଡୋମାନିକା ବେରାଡି, ଫେଡରିକୋ ଓ ଲିୟୋନାଡୋ ଗୋଲ୍ ଦେଇଥିଲେ । ଇଂଲଣ୍ଡ ପକ୍ଷରୁ ହ୍ୟାରି କେନ୍, ହ୍ୟାରି ମାଗୁଆର ଗୋଲ୍ ଦେଇଥିଲେ । ତେବେ ଇଂଲଣ୍ଡର ଆଉ କିଛି ଖେଳାଳି ବଲକୁ ଗୋଲପୋଷ୍ଟରେ ପହଁଚାଇବାରେ ବିଫଳ ହୋଇଥିଲା । ଫଳରେ ଇଂଲଣ୍ଡର ବିଜୟ ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.