ମିଛ ‘ପ୍ରେମିକା’ ପାଇଁ ବାଇଆ ଖେଳାଳି, ୧୫ ବର୍ଷ ଧରି ଥିଲେ ଅନ୍ଧାରରେ, ଋଣ କରି ପଠାଉଥିଲେ ଦାମି ଉପହାର

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ ୦୭/୧୨: ବଏଫ୍ରେଣ୍ଡ ଏବଂ ଗର୍ଲଫ୍ରେଣ୍ଡର ସଂପର୍କରେ, ଯଦି ଜଣେ କହି ଧୋକା ଦିଏ, ତେବେ ଅନ୍ୟ ଜଣକୁ ଏହି ଦୁଃଖରୁ ବାହାରିବା ପାଇଁ ବହୁତ ସମୟ ଲାଗେ। ଇଟାଲୀର ଜଣେ ଆଥଲେଟଙ୍କ ସହ ସମାନ ଘଟଣା ଘଟିଛି । ଯେଉଁ ଝିଅ ଉପରେ ସେ ୧୫ ବର୍ଷ ଧରି ଗର୍ଲଫ୍ରେଣ୍ଡ ଭାବରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ, ସେହି ଝିଅଟି ପ୍ରକୃତରେ ଫେକ୍ ଥିଲା। ସତ୍ୟ ଜାଣିବା ପରେ ଖେଳାଳି ଏତେ ଭାଙ୍ଗି ପଡିଲେ ଯେ ସେ ଏହାକୁ ସହ୍ୟ କରିପାରିଲେ ନାହିଁ।

ସୂଚନା ଅନୁଯାୟୀ, ରୋବର୍ଟୋ କାଜାନିଗା ଇଟାଲୀର ଜଣେ ପ୍ରସିଦ୍ଧ ଭଲିବଲ୍ ଖେଳାଳୀ। ସେ ନିଜ କ୍ରୀଡା ପାଇଁ ଯେତିକି ପ୍ରସିଦ୍ଧ, ବର୍ତ୍ତମାନ ଅନଲାଇନ୍ ଠକେଇ ମାମଲାକୁ ନେଇ ସେତିକି ଚର୍ଚ୍ଚାରେ । ରୋବର୍ଟୋ ଏପରି ଏକ ଅନଲାଇନ୍ ସ୍କାମର ଶିକାର ହୋଇଛନ୍ତି, ଯେଉଁଠାରେ କେବଳ ତାଙ୍କ ଟଙ୍କା ନୁହେଁ ବରଂ ତାଙ୍କ ଭାବନା ସହ ମଧ୍ୟ ଖେଳାଯାଇଛି।

ରୋବର୍ଟୋ ବର୍ତ୍ତମାନ ଇଟାଲୀର Gioia Del Colle ଭଲିବଲ କ୍ଲବର କ୍ୟାପ୍ଟେନ୍ । ତାଙ୍କୁ ସ୍କାମ ରାକେଟର ଗର୍ଲଫ୍ରେଣ୍ଡ ସହିତ ତାଙ୍କର ଜଣେ ବନ୍ଧୁ ପରିଚିତ କରାଇଥିଲେ, ଯିଏ ଏହି ପୁରା ପ୍ଲାନର ମାଷ୍ଟରମାଇଣ୍ଡ ଥିଲେ। ଏହି ଫେକ୍ ଗର୍ଲଫ୍ରେଣ୍ଡ ନିଜର ନାମ 'ମାୟା' ରଖିଥିଲା ଏବଂ ବ୍ରାଜିଲର ସୁପରମଡେଲ ଆଲେସାଣ୍ଡ୍ରା ଆମ୍ବ୍ରୋସିଓଙ୍କ ଫଟୋ ବ୍ୟବହାର କରିଥିଲା। ଇଟାଲୀ ଆଥଲେଟ୍ ତାଙ୍କ ପ୍ରେମରେ ପଡିଥିଲେ ଏବଂ ୧୫ ବର୍ଷ ପର୍ଯ୍ୟନ୍ତ ଏକ ମହଙ୍ଗା ରିଲେସନସିପକୁ ବଜାୟ ରଖିଆସିଥିଲେ। ତାଙ୍କର ନକଲି ଗର୍ଲଫ୍ରେଣ୍ଡ ନିଜର ରୋଗର ମହଙ୍ଗା ଚିକିତ୍ସା ବିଷୟରେ କହି ରୋବର୍ଟୋଙ୍କଠାରୁ ବହୁ ଟଙ୍କା ଲୁଟି ନେଇଥିଲା। ଏହା ବ୍ୟତୀତ ରୋବର୍ଟୋ ତାଙ୍କୁ ସମୟ ସମୟରେ ମହଙ୍ଗା ଉପହାର ମଧ୍ୟ ପଠାଉଥିଲେ । ତେବେ, ଏହି ପୁରା ସ୍କାମରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ରୋବର୍ଟୋ ବ୍ରାଜିଲର ପ୍ରସିଦ୍ଧ ମଡେଲରଙ୍କ ଚେହେରାକୁ ଚିହ୍ନି ପାରିନଥିଲେ ଏବଂ ଠକାମିର ସିକାର ହୋଇଥିଲେ।

ରୋବର୍ଟୋ ତାଙ୍କ ଅନଲାଇନ୍ ଗର୍ଲଫ୍ରେଣ୍ଡକୁ କେବେ ବି ଭେଟି ନଥିଲେ ଏବଂ ସେ ୧୫ ବର୍ଷ ମଧ୍ୟରେ ୮୦୦,୦୦୦ ଡଲାର୍ ଅର୍ଥାତ୍ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ରୋବର୍ଟୋ କହିଛନ୍ତି ଯେ ମାୟା ତାଙ୍କୁ ବିଭିନ୍ନ ସମସ୍ୟା କହି ଏହି ଟଙ୍କା ଲୁଟିଛି। ୪୨ ବର୍ଷୀୟ ଆଥଲେଟ୍ ମଧ୍ୟ ତାଙ୍କର ନକଲି ଗର୍ଲଫ୍ରେଣ୍ଡର ଇଚ୍ଛା ପୂରଣ କରିବା ପାଇଁ ସମସ୍ତ ଋଣ ନେଇଛନ୍ତି। ଯେତେବେଳେ ତାଙ୍କର ଏହି ନକଲି ଗର୍ଲଫ୍ରେଣ୍ଡ ସହ ବ୍ରେକଅପ୍ ହେଲା, ସେତେବେଳେ ଏହା ଜଣାପଡିଲା ଯେ ଯାହାଙ୍କୁ ଟଙ୍କା ପଠାଉଥିଲେ ସେ ଜଣେ ୫୦ ବର୍ଷ ବୟସ୍କା ମହିଳା ଏବଂ ସେହି ବନ୍ଧୁଙ୍କୁ  ଏହା ଜଣା ଥିଲା ଯିଏ ତାଙ୍କୁ ରୋବର୍ଟୋଙ୍କ ସହିତ ପରିଚିତ କରାଇଥିଲେ। ଏହି ସମ୍ପୂର୍ଣ୍ଣ ଘୋଟାଲା ପଛରେ ରୋବର୍ଟୋଙ୍କର ବନ୍ଧୁ ଥିଲେ, ଯିଏ ତାଙ୍କୁ ବର୍ବାଦ କରିଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.