Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

କଙ୍ଗୋରେ ଜାତିସଙ୍ଘ କାରକେଡ୍‌ ଉପରେ ଆକ୍ରମଣ, ଇଟାଲି ରାଷ୍ଟ୍ରଦୂତଙ୍କ ସମେତ ବଡିଗାର୍ଡ ଏବଂ ଡ୍ରାଇଭରଙ୍କୁ ହତ୍ୟା

22/02/2021 at 7:31 PM

କଙ୍ଗୋ ୨୨/୦୨: କଙ୍ଗୋରେ ଇଟାଲିର ରାଷ୍ଟ୍ରଦୂତଙ୍କୁ ବିଭତ୍ସ ହତ୍ୟା କରାଯାଇଛି। ସୋମବାର ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଇଟାଲି ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଲୁକା ଅତାନାସିଓଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଛି। ଘଟଣା ସମୟରେ ଅତାନାସିଓ ଜାତିସଙ୍ଘର କାରକେଡ୍‌ରେ କଙ୍ଗୋ ଯାତ୍ରା କରୁଥିଲେ।

କଙ୍ଗୋ ରାଜଧାନୀ କିନଶେଷରୁ ଆସିଥିବା ଖବର ଅନୁଯାୟୀ, ଗୋମା ନିକଟରେ ବର୍ଡ ଫୁଡ ପ୍ରୋଗ୍ରାମର କାର୍କେଡ୍‌ ଉପରେ ହୋଇଥିବା ଆକ୍ରମଣରେ ଗୁରୁତର ଲୁକା ଅତାନାସିଓଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ଅନ୍ୟ ଦୁଇ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି ବୋଲି ନର୍ଥ କିବୁ ପ୍ରାନ୍ତର ସେନା ପ୍ରବକ୍ତା କହିଛନ୍ତି। ସେମାନେ ରାଷ୍ଟ୍ରଦୂତଙ୍କ ବଡିଗାର୍ଡ ଏବଂ ଡ୍ରାଇଭର ଥିଲେ।

ଲୁକା  ଅତାନାସିଓଙ୍କ ମୃତ୍ୟୁକୁ ନେଇ ଇଟାଲିର ବିଦେଶ ମନ୍ତ୍ରାଳୟ ମଧ୍ୟ ସୂଚନା ଦେଇଛି। ଏହି ଆକ୍ରମଣରେ ଜଣେ ଇଟାଲୀୟ ପୋଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ୨୦୧୮ରେ ହିଆରସିରେ ନିଯୁକ୍ତ ହୋଇଥିବା ଅତାନାସିଓଙ୍କ ପେଟରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

   Related Posts