ଭାରତ ଫେରିବା ପରେ ମଧ୍ୟ କଠିନ ପରିସ୍ଥିତିର ସାମ୍ନା କରିବେ ଅଭିନନ୍ଦନ, ପୁଣି ଥରେ ଫାଇଟର ଜେଟ୍ ଚଳାଇବା ପାଇଁ ଲାଗିଯିବ ୩ମାସ

Published By : Prameya-News7 Bureau | March 01, 2019 IST

ନୂଆଦିଲ୍ଲୀ ୧|୩: ଭାରତୀୟ ବାୟୁସେନା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଶତ୍ରୁ ରାଷ୍ଟ୍ରରେ ନିଜର ଅଦମ୍ୟ ସାହସର ପରିଚୟ ଦେଇଛନ୍ତି । ପାକିସ୍ତାନ ସେନା କବଜାରେ ରହିବା ଭଳି କଠିନ ପରିସ୍ଥିତିର ସାମ୍ନା କରିବା ପରେ ଆଜି ଭାରତ ଫେରୁଛନ୍ତି ବୀର ଅଭିନନ୍ଦନ । ଭାରତ ଫେରିବାର କିଛି ସମୟ ପର୍ଯ୍ୟନ୍ତ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ଭାରତୀୟ ଆଇନ ଅନୁଯାୟୀ ଯୁଦ୍ଧ ବନ୍ଦୀ ରହିଥିବା ଅନ୍ୟ ଯବାନମାନଙ୍କ ସହ ଯେଉଁଭଳି ବ୍ୟବହାର କରାଯାଏ ଅଭିନନ୍ଦନଙ୍କ ସହ ମଧ୍ୟ ସେଭଳି ବ୍ୟବହାର କରାଯିବ ।

{"id":89664}

ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କ କହିବା ଅନୁସାରେ ଅଭିନନ୍ଦନଙ୍କୁ ମଧ୍ୟ ଭାରତ ଫେରିବା ପରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିବ । ସେ କହିଛନ୍ତି ଅଭିନନ୍ଦନ ଶତ୍ରୁ ରାଷ୍ଟ୍ରରେ ଯୁଦ୍ଧ ବନ୍ଦୀ ରହିବା ପରେ ମଧ୍ୟ ତାଙ୍କର ବୀରତ୍ବ ଦେଖାଇଛନ୍ତି । ସେ ଦେଶ ପାଇଁ ଗର୍ବ ଓ ଗୌବର । ମାତ୍ର ଦୁର୍ଭାଗ୍ୟର କଥା ଯେ, ଇନ୍ ସର୍ଭିସ୍ ଲ’ ଅନୁଯାୟୀ ତାଙ୍କୁ ମଧ୍ୟ ଅନ୍ୟ ଯୁଦ୍ଧ ବନ୍ଦୀ ଯବାନମାନଙ୍କ ଭଳି ପଚରାଉଚରା କରାଯିବ । ଯଦି ଥରେ କୌଣସି ଭାରତୀୟ ଯବାନ ଶତ୍ରୁ ରାଷ୍ଟ୍ରରେ ଯୁଦ୍ଧ ବନ୍ଦୀ ହୋଇଥାଏ ତେବେ ସେ ଯେ କେହି ହେଉ ନା କାହିଁକି ତାଙ୍କୁ କଡାକଡି ଭାବେ ପଚରାଉଚରା କରାଯାଇଥାଏ ।

{"id":89475}

ଅଭିନନ୍ଦନ ଭାରତରେ ପହଞ୍ଚିବା ପରେ ଭାରତୀୟ ବାୟୁସେନାର ଇଣ୍ଟେଲିଜେନ୍ସକୁ ତାଙ୍କୁ ହସ୍ତାନ୍ତର କରାଯିବ । ତାପରେ ଅଭିନନ୍ଦନଙ୍କ ସମସ୍ତ ପ୍ରକାରର ପରୀକ୍ଷା ନୀରିକ୍ଷା କରାଯିବ । ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ଏବଂ ଫିଟ୍ ଅଛନ୍ତି କି ନାହିଁ ତାର ଯାଞ୍ଚ କରାଯିବ । ତାଙ୍କର ପୁରା ଶରୀରର ସ୍କାନିଂ କରାଯିବ । ପାକିସ୍ତାନ କୌଣସି ପ୍ରକାରର ଚିପ୍ କିମ୍ବା ଅନ୍ୟ କୌଣସି ଜିନିଷ ତାଙ୍କ ଶରୀରରେ ଖଞ୍ଜିଛି କି ନାହିଁ ତାହା ଜାଣିବା ପାଇଁ ସ୍କାନିଂ କରାଯିବ । ପାକିସ୍ତାନ କୌଣସି ଅପରାଧିକ ଷଡଯନ୍ତ୍ର କରିଛି କି ନାହିଁ ତାହାର ମଧ୍ୟ ଯାଞ୍ଚ ହେବ । ଅଭିନନ୍ଦନଙ୍କର ମନୋବୈଜ୍ଞାନିକ ପରୀକ୍ଷଣ ମଧ୍ୟ କରାଯିବ । କାରଣ ସେ ଶତ୍ରୁ ରାଷ୍ଟ୍ରରେ ଯୁଦ୍ଧ ବନ୍ଦୀ ରହି ଆସିଛନ୍ତି । ସେ ପାକିସ୍ତାନରେ ପୁରା ଏକାକୀ ରହିଥିଲେ । ଶତ୍ରୁ ରାଷ୍ଟ୍ର ତାଙ୍କୁ ନିଜର ଜାସୁସ କରି ପଠାଇନାହିଁ ତ ।  ତାହାର ମଧ୍ୟ ଯାଞ୍ଚ କରାଯିବ । ଦେଶର କେତେ ତଥ୍ୟ ତାଙ୍କଠାରୁ ହାସଲ କରାଯାଇଛି ତାର ମଧ୍ୟ ଯାଞ୍ଚ ହେବ ।

{"id":89546}

ଏସବୁ ଯାଞ୍ଚ, ଟେଷ୍ଟ ଆଦି ସରିବା ପରେ ସେ ପୁଣି ଥରେ ନିଜ ଡ୍ୟୁଟିରେ ଯୋଗଦେଇପାରିବେ । ଫାଇଟର ଜେଟ୍ ଚଳାଇବାକୁ ସକ୍ଷମ ହୋଇପାରିବେ । ଏଥିପାଇଁ ଅତି କମ୍ ରେ ୩ମାସ ସମୟ ଲାଗିଯିବ । ବାୟୁସେନା ନିୟମ ଅନୁସାରେ ୟଧି କେହି ପାଇଲଟ୍ କୌଣସି ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଡ୍ୟୁଟିରେ ଯୋଗଦେବା ପାଇଁ ଫେରିଥାଏ ତେବେ ତାର ସମସ୍ତ ପ୍ରକାରର ମେଡିକାଲ ଯାଞ୍ଚ କରାଯାଇଥାଏ । ସେ ସଂପୂର୍ଣ୍ଣ ଭାବେ ଫିଟ୍ ଥିଲେ ତାଙ୍କୁ ଫାଇଟର ଜେଟ୍ ଚଳାଇବାର ଅନୁମତି ଦିଆଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.